ଆମ ଜିଲା ଖବର

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ୩ ଗିରଫ

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ଏଣ୍ଡଳବା ପଞ୍ଚୟତ ଅଧୀନ ମାଳହାଟ ଗ୍ରାମସ୍ଥିତ ଏକ ଘରୁ ବିଭିନ୍ନ ବ୍ରାଣ୍ଡର ନକଲି ଜର୍ଦ୍ଦା ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯାଜପୁରରୋଡ୍‌ ଏସ୍‌ଡିପିଓ ଚିନ୍ମୟ କୁମାର ନାୟକ…

ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗ ନେଇ ଶଙ୍କରାଚାର୍ଯ୍ୟଙ୍କ ମତ ଲୋଡିଲା ଜଗନ୍ନାଥ ସେନା

ପୁରୀ ଅଫିସ, ୧୯।୧୦: ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ଏବଂ ୨୬ ବର୍ଷ ପରେ ପଡ଼ୁଥିବା ଜାଗାର୍ଜୁଦ ବେଶ ଦର୍ଶନ ପ୍ରସଙ୍ଗରେ ଜଗତ୍‌ଗୁରୁ ଶଙ୍କାରାଚାର୍ଯ୍ୟଙ୍କଠାରୁ ଧାର୍ମିକ ମତ ଲୋଡିଛି ଜଗନ୍ନାଥ ସେନା। ସୋମବାର ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରମୁଖ ଗୋବର୍ଦ୍ଧନ…

ସ୍କୁଲ ଫି’ ମାମଲା: ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ ଅଫିସ,୧୯ା୧୦: ହାଇକୋର୍ଟରେ ସ୍କୁଲ ଫି’ ସମ୍ପର୍କିତ ମାମଲା ପ୍ରସଙ୍ଗରେ ଆଗତ କିଛି ଇଣ୍ଟରଭେନ୍‌ସନ ପିଟିଶନକୁ ସୋମବାର ମାନ୍ୟବର କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। କିଛି ଘରୋଇ ସ୍କୁଲ ପକ୍ଷରୁ ଏହି ପିଟିଶନ ହାଇକୋର୍ଟରେ ଆଗତ କରାଯାଇଥିଲା। ତେବେ ସ୍କୁଲ ଫି’ ନେଇ…

ଆଖଣ୍ଡଳମଣିଙ୍କ ବେଢ଼ା ସମ୍ପ୍ରସାରଣ କାର୍ଯ୍ୟ ତ୍ୱରାନ୍ବିତ

ଭଦ୍ରକ,୧୯ା୧୦(ଡି.ଏନ୍‌.ଏ): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢ଼ା ସଂପ୍ରସାରଣ କାର୍ଯ୍ୟ ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମନ୍ଦିର ବେଢ଼ାରେ ଥିବା ୧୬ ଓ ବାହାର ବେଢ଼ାରେ ଥିବା ୩ ଭୋଗଦୋକାନକୁ ଭାଙ୍ଗିବା କାର୍ଯ୍ୟ ଚାଲୁରହିଛି। ଚାନ୍ଦବାଲି…

ଭିଜିଲାନ୍ସ ଜାଲରେ ଅଧ୍ୟାପକ

ପାରଳାଖେମୁଣ୍ଡି,୧୯ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିର ରାଧାଗୋବିନ୍ଦ ନଗରସ୍ଥିତ ଅଧ୍ୟାପକ ଜି. ନାଗେଶ୍ୱରଙ୍କ ବାସଭବନରେ ସୋମବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଏକାସାଙ୍ଗରେ ୬ଟି ସ୍ଥାନରେ ଏହି ଚଢ଼ାଉ ଜାରି ରହିଛି।…

୮ବର୍ଷ ହେଲା ମରାମତି ହେଉନି ରାସ୍ତା: ଦୃଷ୍ଟି ଦେଉନି ବିଭାଗ, ବଢୁଛି ଦୁର୍ଘଟଣା

ଜେନାପୁର,୧୯ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧୀନ ୫୩ ନମ୍ବର ଜାତୀୟ ରାଜପଥଠାରୁ ଗୋଡ଼ିପାଟିଆ ଦେଇ ଜେନାପୁର ଲେବୁଲ କ୍ରସିଂ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମିତ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଅନେକ ସ୍ଥାନରେ ମେଟାଲ,…

ବିକାଶ ଦେଖିନି ଐତିହ୍ୟ ସହର ବ୍ୟାସନଗର: ଯୋଜନା ବଡ଼, ଫଳକରେ ସୀମିତ

ଯାଜପୁର ରୋଡ୍‌,୧୯ା୧୦(ଡି.ଏନ.ଏ.): ଐତିହ୍ୟ ଏବଂ ପ୍ରାକୃତିକ ବିଭବର ସହର ବ୍ୟାସନଗରର ସୌନ୍ଦର୍ଯ୍ୟ ବୃଦ୍ଧି ପ୍ରତି ପ୍ରଶାସନର ଆନ୍ତରିକତା ନାହିଁ। କଳିଙ୍ଗନଗର ଶିଳ୍ପ ପ୍ରତିଷ୍ଠାନରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ବାସ ଯୋଗାଇଥିବା ଏହି ସହର କେବଳ ପ୍ରଦୂଷଣ ମୁଣ୍ଡାଇଛି। କିନ୍ତୁ…

ବୈତରଣୀ କୂଳ ପାଲଟିଛି ଗଞ୍ଜେଇ ଆଡ୍ଡା

ଯାଜପୁର ଟାଉନ,୧୯ା୧୦(ଡି.ଏନ୍‌.ଏ.): ଯାଜପୁର ସହରରେ ଗଞ୍ଜେଇ ଖୁଲମଖୁଲା ବିକ୍ରି ହେଉଛି। କମ ପରିଶ୍ରମରେ ଅଧିକ ଲାଭ ଆଶାରେ ଯୁବପିଢ଼ି ଗଞ୍ଜେଇ ଚୋରା ବ୍ୟବସାୟ କରୁଥିବା ବେଳେ ସାଙ୍ଗସାଥିଙ୍କୁ ଏହାକୁ ବିକ୍ରି କରୁଛନ୍ତି। ଫଳରେ ସହରର ଅନେକ ଯୁବପିଢ଼ି ଗଞ୍ଜେଇ ନିଶା କବଳରେ…

ସହର ପ୍ରବେଶ ପଥରେ ଅଳିଆ ପଏଣ୍ଟ

କଟକ ଅଫିସ,୧୯ା୧୦: କଟକ ସହରର ମୁଖ୍ୟ ପ୍ରବେଶ ପଥ ମଧୁପାଟଣା। ପ୍ରତିଦିନ ବିଭିନ୍ନ ସ୍ଥାନରୁ ଲୋକେ ଏହି ରାସ୍ତା ଦେଇ ସହରକୁ ଆସିଥାନ୍ତି। ତେବେ ପ୍ରବେଶପଥ ନିକଟ ରାସ୍ତା ପାର୍ଶ୍ୱରେ ଆବର୍ଜନା ପଡ଼ିରହି ପରିବେଶକୁ ଦୂଷିତ କରୁଛି। ଏ ନେଇ ସାଧାରଣରେ…

ନୂଆ ବସ୍‌ଷ୍ଟାଣ୍ଡ-ଚଣ୍ଡିଚୁଆ ରାସ୍ତା ମରଣଯନ୍ତା

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧା ନୂଆ ବସ୍‌ଷ୍ଟାଣ୍ଡଠାରୁ ଚଣ୍ଡିଚୁଆ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ୩ବର୍ଷରେ ୩ଜଣ ଠିକାଦାର ପରିବର୍ତ୍ତନ ହୋଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନାହିଁ। ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ ଦୁର୍ଘଟଣା ଘଟିୁଛି। ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ…

ସାଢ଼େ ୩ ବର୍ଷ ଶଯ୍ୟାଶାୟୀ ମୋନାଲିସା

କଟକ ଅଫିସ,୧୯ା୧୦: ମାଟ୍ରିକ ପରୀକ୍ଷା ଚାଲିଥିଲା। ଦୁଇଟି ବିଷୟର ପରୀକ୍ଷା ବାକି ଥିବାବେଳେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ ମୋନାଲିସା। ଦେହ, ହାତ ଥରିବାକୁ ଲାଗିଲା। ପରୀକ୍ଷା ବାହାନାରେ ଝିଅ ଏଭଳି ଆଚରଣ କରୁଛି ବୋଲି ପରିବାର ଲୋକେ ଚିନ୍ତା କରିଥିଲେ।…

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

ପୁରୀ ଅଫିସ,୧୯ା୧୦: ମହାପ୍ରଭୁ ହେଉଛନ୍ତି ଜଗତର ଠାକୁର। ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖିଥିବା ବହୁ ଜଗନ୍ନାଥପ୍ରେମୀ ବିଭିନ୍ନ ଦେଶରେ ରହିଛନ୍ତି। ଅନେକ ରାଷ୍ଟ୍ରରେ ପ୍ରବାସୀ ଓଡ଼ିଆ ଜଗନ୍ନାଥ ମନ୍ଦିର ଗଢି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?