ସଂଖ୍ୟା ବଢ଼ିଲେ ସମ୍ଭବ

ଅନୁଗୋଳ ଅଫିସ, ୪।୧: ୯ ମାସ ପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମିଳିଛି ଅନୁମତି। ମାତ୍ର ୨ଶହ ଲୋକଙ୍କ ଉପସ୍ଥିତିରେ ମଞ୍ଚରେ କଳା ପ୍ରଦର୍ଶନ କରାଯାଇପାରିବ ବୋଲି ଜାନୁୟାରୀ ଗାଇଡ୍‌ଲାଇନ୍‌ରେ କୁହାଯାଇଛି। ପ୍ରେକ୍ଷାଳୟ ହେଲେ ସିଟ୍‌ର ୫୦ ପ୍ରତିଶତ ଓ ଯାତ୍ରା ପାଇଁ ଜିଲାପାଳଙ୍କ ଅନୁମତି ଲୋଡ଼ା ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ସରକାର ନିର୍ଦ୍ଧାରଣ କରିଥିବା ଦର୍ଶକଙ୍କ ସଂଖ୍ୟାକୁ ନେଇ ସନ୍ତୁଷ୍ଟ ନୁହନ୍ତି ଅନୁଗୋଳ ଜିଲାର ବହୁ ସାଂସ୍କୃତିକ ସଙ୍ଗଠନ। ଏତେ କମ୍‌ ଦର୍ଶକରେ ବ୍ୟବସାୟିକ ଦୃଷ୍ଟିରୁ ସାଂସ୍କୃତିକ କାଯର୍ର୍‌ୟକ୍ରମ ଆୟୋଜନ ଅସମ୍ଭବ ହୋଇଥିବାରୁ ଅତିକମ୍‌ରେ ୫ଶହ ଲୋକଙ୍କୁ ଅନୁମତି ଦେବାକୁ ସଙ୍ଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।
କରୋନା କାରଣରୁ ଗତ ମାର୍ଚ୍ଚରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଛି। ଫଳରେ ଜିଲାର ୩୨ ହଜାର କଳାକାରଙ୍କ ରୋଜଗାର ବନ୍ଦ ହୋଇଯାଇଛି। କେବେ ସଂକ୍ରମଣ ହ୍ରାସ ପାଇବ ଓ କଳା ପରିବେଷଣ ପାଇଁ ଅନୁମତି ମିଳିବ ତାହାକୁ ସମସ୍ତେ ଅପେକ୍ଷା କରିଥିବା ବେଳେ ସରକାର ଚଳିତମାସର ଗାଇଡଲାଇନ୍‌ରେ ଏହାକୁ ସବୁଜ ସଂକେତ ଦେଇଛନ୍ତି। ହେଲେ ସେଥିରେ ଯେଉଁ କଟକଣା ରହିଛି ତାହାକୁ ନେଇ ଖୁସି ହୋଇପାରୁନାହାନ୍ତି ଅନେକ କଳାକାର। ସେମାନଙ୍କ କହିବା ଅନୁଯାୟୀ, ଖୋଲାସ୍ଥାନ ହେଉ ଅବା ପ୍ରେକ୍ଷାଳୟ, ନାଟକଟିଏ ପରିବେଷଣ କଲେ କଳାକାର ଓ ସହଯୋଗୀଙ୍କୁ ନେଇ ସଂଖ୍ୟା ୫୦ ଟପିଯିବ। ତେଣୁ ମାତ୍ର ୨ଶହ ଦର୍ଶକଙ୍କୁ ନେଇ କୌଣସି ସାଂସ୍କୃତିକ ଅନୁଷ୍ଠାନ ବ୍ୟବସାୟିକ ଭିତ୍ତିରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚାହିଁବେ ନାହିଁ। ଏହାଛଡ଼ା ଅନୁଷ୍ଠାନକୁ କୌଣସି ପ୍ରାୟୋଜକ ମଧ୍ୟ ମିଳିବେ ନାହିଁ। ତେଣୁ ଅନୁମତି ମିଳିଥିଲେ ମଧ୍ୟ ନାଟକ, ଯାତ୍ରା ପରିବେଷଣ ପାଇଁ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆଗ୍ରହ ପ୍ରକାଶ କରାଯିବ ନାହିଁ। ତେବେ ପାଲା, ଦଣ୍ଡନୃତ୍ୟ ଓ ସଂକୀର୍ତ୍ତନ କଳାକାରମାନେ ଉପକୃତ ହୋଇପାରିବେ। ଜିଲାର ସଭାଘର, କଳାକେନ୍ଦ୍ର ଓ ଟାଉନହଲ୍‌ରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲେ ମଧ୍ୟ ଏହା କଳାକାରଙ୍କ ପେଟ ପୋଷିପାରିବ ନାହିଁ। ଜିଲାରେ ୫୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଅନୁଷ୍ଠାନ ପଞ୍ଜୀକୃତ ହୋଇଛନ୍ତି। ୧୫ରୁ ଊର୍ଦ୍ଧ୍ୱ ଅନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଯଦି ସରକାର ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ଦେବେ ତା’ହେଲେ ଜିଲାର ୩୨ ହଜାର କଳାକାରଙ୍କ ହାତକୁ ଅର୍ଥ ଆସିପାରିବ ବୋଲି କଳାକାରମାନେ ପ୍ରକାଶ କରିଛନ୍ତି।

ଆଶଙ୍କାରେ ଜିଲା ମହୋତ୍ସବ
କରୋନା ଯୋଗୁ ଅନୁଗୋଳ ଜିଲା ମହୋତ୍ସବକୁ ନେଇ ଆଶଙ୍କା ଦେଖାଦେଇଛି। ପୂର୍ବରୁ ଏହି ମହୋତ୍ସବ ଜିଲା ପ୍ରତିଷ୍ଠା ଦିବସ ଏପ୍ରିଲ୍‌ ୧ରେ ପାଳନ କରାଯାଉଥିଲା। କିନ୍ତୁ ୨୦୧୯ରେ ସାଧାରଣ ନିର୍ବାଚନ ପାଇଁ ଏହାକୁ ଆଗୁଆ କରାଯାଇଥିଲା। ୨୦୨୦ରେ ମଧ୍ୟ ବର୍ଷ ଆରମ୍ଭରୁ ଜିଲା ମହୋତ୍ସବ ଆୟୋଜନ କରାଯାଇଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପଲ୍ଲିଶ୍ରୀ ମେଳାରେ ହଜାର ହଜାର ଲୋକଙ୍କ ଗହଳି ଜମେ। କିନ୍ତୁ ଚଳିତବର୍ଷ ଏତେ ସଂଖ୍ୟକ ଲୋକଙ୍କୁ ଅନୁମତି ନ ଥିବାରୁ ଜିଲା ମହୋତ୍ସବ କିପରି ଓ କେବେ କରାଯିବ ତାହାକୁ ନେଇ ଜିଲାବାସୀ ଚିନ୍ତାରେ ପଡ଼ିଛନ୍ତି। ତେବେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ଭବିଷ୍ୟତରେ ନିୟମାବଳୀରେ ପରିବର୍ତ୍ତନ ଆସକିଲେ ଜିଲା ମହୋତ୍ସବ ନେଇ ବିଚାର କରାଯିବ।

ମଞ୍ଚକୁ ଫେରିବେ କଳାକାର
କରୋନା ଯୋଗୁ କଳାକାର ହାତବାନ୍ଧି ବସିଥିଲେ। ସୌଭାଗ୍ୟକୁ ସରକାର ଏଥିପାଇଁ ଅନୁମତି ଦେଇଥିବାରୁ ଆଗାମୀ ଦିନରେ ମଞ୍ଚକୁ କଳାକାର ଫେରିପାରିବେ। ତେଣୁ ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାକୁ ସମସ୍ତ କଳାକାର ମାନି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ଆବଶ୍ୟକ।
-ସ୍ବପ୍ନାରାଣୀ ସିହ୍ନା, ଓଡ଼ିଶୀ ନୃତ୍ୟଶିଳ୍ପୀ, ଅନୁଗୋଳ

ବ୍ୟବସାୟିକ ଦୃଷ୍ଟିକୋଣରୁ ଅସମ୍ଭବ
ଏତେ କମ୍‌ ଦର୍ଶକଙ୍କୁ ନେଇ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ହେବନାହିଁ। ଟିକେଟ୍‌ ମୂଲ୍ୟ ବୃଦ୍ଧି ମଧ୍ୟ ସମ୍ଭବ ନୁହେଁ। ଏହାଛଡ଼ା ସାମାଜିକ ଦୂରତ୍ୱ ଓ ମାସ୍କ ନିୟମ ତଦାରଖ କରିବା ଆୟୋଜକଙ୍କ ପକ୍ଷେ ସହଜ ନୁହେଁ। ଏବେ ଏସବୁ କାର୍ଯ୍ୟକ୍ରମ ପାଇଁ ପ୍ରାୟୋଜକ ମିଳିବା ମଧ୍ୟ କଷ୍ଟକର। ତେଣୁ ସରକାର ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ଦରକାର।
-ଭୂପେଶ ଚନ୍ଦ୍ର ପ୍ରଧାନ, ସଭାପତି କଳାକାର ଅନୁଷ୍ଠାନ

ସ୍ଥିତି ସୁଧୁରିବା ଯାଏ ଅପେକ୍ଷା କରିବୁ
ଦୀର୍ଘ ୨୮ ବର୍ଷ ହେବ ନାଟକ ଆୟୋଜନ କରୁଛୁ। ଅତି କମ୍‌ରେ ୫ଶହ ଲୋକ ନ ହେଲେ କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ବାହାରୁ କଳାକାର ଆସିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ରହିଛି। ପରିସ୍ଥିତି ନ ସୁଧୁରିଲେ କିମ୍ବା ସରକାର ଅଧିକ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ନ ଦେଲେ ନାଟକ ଆୟୋଜନ କରିବା ସମ୍ଭବ ନୁହେଁ।
-ସୁଧାଂଶୁ ମୋହନ ଦ୍ୱିବେଦୀ, ସଭାପତି ନାଟ୍ୟମ୍‌

ସରକାର ବିଚାର କରିବା ଆବଶ୍ୟକ
ସରକାର ଏବେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଥିଲେ ମଧ୍ୟ ଏହା ଅନୁଗୋଳ ଜିଲାର ବହୁ କଳାକାରଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ। କାରଣ ଏତେ କମ୍‌ ସଂଖ୍ୟାକ ଦର୍ଶକଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ସମ୍ଭବ ହେବ ନାହିଁ। ଏ ଦିଗରେ ସରକାର ଅଧିକ ବିଚାର କରିବା ଆବଶ୍ୟକ।
-ଅକ୍ଷୟ କୁମାର ନାଥ, ସଭାପତି ସୁର୍‌ ତାଲ୍‌


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?