ଆମ ଜିଲା ଖବର

ମୁକୁଳା ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଚୌଦ୍ୱାର,୧୬ା୫(ଡି.ଏନ.ଏ): ୫୫ ନମ୍ବର ଜାତୀୟ ରାଜପଥ ଚୌଦ୍ୱାର କଳିଙ୍ଗ ଛକର ବ୍ୟସ୍ତବହୁଳ ଜାଗାରେ ବସିଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେବ ମୁକୁଳା ଅବସ୍ଥାରେ ପଡ଼ିରହିଛି। ଯାହାଫଳରେ ଏହା ଏବେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି…

ଗାଁ ଲୋକେ ମିଶି ଗାଧୁଆ ଘାଟ ତିଆରି କଲେ

ବାମରା,୧୬।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ବାମରା ବ୍ଲକ ବାଉଁସଲଗା ପଞ୍ଚାୟତ ସର୍ଗିଡ଼ିହି ଗ୍ରାମର ଲହରଙ୍ଗା ନଦୀରେ ଗାଁ ଲୋକେ ମିଶି ଗାଧୁଆଘାଟ ତିଆରି କରିଛନ୍ତି। ୭ ବର୍ଷ ହେବ ଏମାନେ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନ ଯାଏ ଅନେକ ଆବେଦନ ଓ ଗୁହାରି କରିଆସୁଥିଲେ।…

ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ ହାଇଦ୍ରାବାଦରୁ ଆସିଥିବା ୪୦ ପ୍ରବାସୀ

ଭବାନୀପାଟଣା/କୋକସରା,୧୬।୫(ଡି.ଏନ୍‌.ଏ.)-ହାଇଦ୍ରାବାଦରେ ଫସି ରହିଥିବା କଳାହାଣ୍ଡି ଜିଲାର ୪୦ ଜଣ ପ୍ରବାସୀ ଓଡ଼ିଆ ଶୁକ୍ରବାର ଏକ୍‌ ବସ୍‌ରେ ଆସି କୋକସରା ବ୍ଲକ ଅଫିସ ସମ୍ମୁଖରେ ପହଞ୍ଚିଥିଲେ। ବିଡିଓ ମନୀଷା ଦାସ ସେମାନଙ୍କୁ ମାଝିଗୁଡାଠାରେ ଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖିବାର ବ୍ୟବସ୍ଥା କରିଥିଲେ। ଏଥିରେ…

କାଳବୈଶାଖୀ: ଖେତରେ ଲୋଟିଲା ପାଚିଲା ଧାନ

ଜୁନାଗଡ଼,୧୬।୫(ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ଏଥି ଯୋଗୁ ଖେତରେ ଅମଳ ଅବସ୍ଥାରେ ପାଚିଲା ଧାନଗଛ ଶୋଇ ପଡବା ସହ କେଣ୍ଡା ଛିଡି ପଡିଛି। ବର୍ଷାପାଣି କିଆରିରେ ଭରି…

ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ

ବଲାଙ୍ଗୀର ଅଫିସ, ୧୬ା୫-ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଡ଼େଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନିର୍ମିତ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ନିଆଁ ଲାଗି ବ୍ୟାପକ କ୍ଷତି ହୋଇଛି। ଶନିବାର ଅପରାହ୍ନ ପ୍ରାୟ ୪ଟାରେ କେନ୍ଦ୍ରରେ ହଠାତ୍‌ ନିଆଁ ଲାଗ ପାଣି ଉଠାଇବା ମୋଟର,…

ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅରୁଣ…

ସ୍ବାସ୍ଥ୍ୟକେନ୍ଦ୍ର ନିକଟରୁ ଉଚ୍ଛେଦ ହେଲା ଦୋକାନ

ଚମ୍ପୁଆ,୧୬ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ଥିବା ଦୋକାନ ଗୃହକୁ ଶନିବାର ଚମ୍ପୁଆ ତହସିଲ ପକ୍ଷରୁ ଉଚ୍ଛେଦ କରାଯାଇଛି। ତହସିଲଦାର ଆଲୋକ କୁମାର ପଟେଲ, ବାରିଆ ପୋଲିସ ଓ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ…

ଶଙ୍କରପୁର ସାହି ରାସ୍ତା ସିଲ୍‌ କଲା ବିଏମ୍‌ସି: ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ୮୫ ପରିବାରକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୧୬ା୫: ବ୍ରହ୍ମପୁର ବଡ଼ବଜାର ଅଞ୍ଚଳର ଶଙ୍କରପୁର ସାହିକୁ ସଂଯୋଗ କରୁଥିବା ରାସ୍ତାଗୁଡିକୁ ଶୁକ୍ରବାର ବିଳମ୍ବିତ ରାତିରୁ ସିଲ୍‌ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ଶନିବାରଠାରୁ କଣ୍ଟ୍ରୋଲ ଜୋନ୍‌ ମଧ୍ୟରେ ରହିଥିବା ସମସ୍ତ ପରିବାରଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯିବା…

କର୍ଲାମୁଣ୍ଡା ବ୍ଲକ: କ୍ୱାରାଣ୍ଟାଇନରେ ୨୦୮ ପ୍ରବାସୀ

କର୍ଲାମୁଣ୍ଡା୧୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରେ ୨୦୮ ଜଣ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖାଯାଇଛି। ଶନିବାର ୩୧ ଜଣ ପ୍ରବାସୀ ତାମିଲନାଡୁରୁ ରିଷିଡା ଫେରିବା ପରେ ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧା, ସରପଞ୍ଚ ସରସ୍ବତୀ ମାଝୀ, ପିଇଓ କ୍ଷିରସିନ୍ଧୁ ରଣା,…

୩ ଲକ୍ଷ ଟଙ୍କାରେ ଭଡା କରି ଆଣିଥିଲେ : ଅଧାବାଟରେ ୫୦ ପ୍ରବାସୀଙ୍କୁ ଛାଡି ଚାଲିଗଲା ବସ୍‌

ବାଲିଗୁଡା/କୋଟଗଡ,୧୬ା୫(ଡି.ଏନ୍‌.ଏ.)- ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ। ତାମିଲନାଡୁରୁ ବସ୍‌ ଭଡା କରି ୫୧ଜଣ ପ୍ରବାସୀ ଓଡ଼ିଆ କଳାହାଣ୍ଡି ଜିଲା ଏମ୍‌.ରାମପୁର ଫେରୁଥିବାବେଳେ ଶନିବାର କୋଟଗଡରେ ଓହ୍ଲାଇ ପଳାଇଛି ବସ୍‌। କୋଟଗଡ ବିଡିଓ ଓ ପୋଲିସ ପ୍ରବାସୀମାନଙ୍କ ଖାଇବା ବ୍ୟବସ୍ଥା…

‘ବାଲେଶ୍ୱରରେ ଲଗାଯାଉ କରୋନା ଟେଷ୍ଟିଂ ମେଶିନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱରରେ କରୋନା ପରୀକ୍ଷଣ ପାଇଁ ଅତ୍ୟାଧୁନିକ ଟେଷ୍ଟିଂ ମେଶିନର ପ୍ରତିଷ୍ଠା କରାଯାଉ ବୋଲି ବାଲେଶ୍ୱର ଜିଲା ସଦର ବିଧାୟକ ମଦନ ମୋହନ ଦତ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଦାବି କରିଛନ୍ତି। ପଶ୍ଚିମବଙ୍ଗ ପଡୋଶୀ ବାଲେଶ୍ୱର ହୋଇଥିବାରୁ…

‘ସପ୍ତାହରେ କିଛି ଦିନ ଖୋଲାଯାଉ ଲୁଗା ଦୋକାନ’

ବାଲେଶ୍ୱର ଅଫିସ, ୧୬।୫-ବାଲେଶ୍ୱର ଟେକ୍ସଟାଇଲ୍‌ ଆଣ୍ଡ ରେଡ଼ିମେଡ ମର୍ଚ୍ଚାଣ୍ଟ ଆସୋସିଏଶନ୍‌ ତରଫରୁ ଜିଲାରେ ଦୀର୍ଘ ୫୫ଦିନ ଧରି ବନ୍ଦ ରହିଥିବା ରେଡ଼ିମେଡ ଡ୍ରେସ୍‌ ଏବଂ ଲୁଗା ଦୋକାନ ସପ୍ତାହରେ କିଛି ଦିନ ଖୋଲିବାକୁ ଜିଲାପାଳଙ୍କ ନିକଟରେ ଲିଖିତ ଦାବି କରାଯାଇଥିଲା। ଏଥିପ୍ରତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri