ବଦଳୁ ନାହିଁ ଝୁମ୍ପୁଡ଼ି ଭାଡ଼ି, ପାଲଟଣା ଘରର ଚିତ୍ର

ନୟାଗଡ଼ ଅଫିସ,୧୩।୧: ନୟାଗଡ଼ ଜିଲା ରଣପୁର ସହରର ଦଳିତ ସାହିରେ ଜାଗାମିଶନ ଅପହଞ୍ଚ। ସ୍ବାଧୀନତାର ୭୩ ବର୍ଷ ପରେ ବି ରଣପୁର ଏନଏସିରେ ଥିବା ଝୁମ୍ପୁଡି ଭାଡି ଓ ପାଲଟଣା ଘରର ଚିତ୍ର ବଦଳି ପାରୁନାହିଁ। ସବୁ ବାସହୀନଙ୍କୁ ଜାଗା ମିଶନରେ ସାମିଲ କରାଯାଉ ନ ଥିବାରୁ ସରକାରୀ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଛନ୍ତି । ୫୦ ପରିବାରରୁ ୧୫ ପରିବାର ପାଇଛନ୍ତି ପଟ୍ଟା । ସେମାନଙ୍କୁ ଜମି ଚିହ୍ନଟ କରି ଦିଆଯାଉ ନ ଥିବାରୁ ପଟ୍ଟା ପାଇବାର ସୁବିଧା ସେମାନେ ନେଇ ପାରୁ ନ ଥିବା ଅଭିଯୋଗ ହୋଇଛି।
ଏପରି ପରିସ୍ଥିତିରେ ବାସହୀନଙ୍କ ଦୁଃଖ ବଢ଼ି ଚାଲିଛି। ସରକାରୀ ଯୋଜନା ପରେ ବି ଭାଗ୍ୟ ପରିବର୍ତ୍ତନ ହେଉନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଶାନ୍ତି ଦେଇ କୁହନ୍ତି, ଆମେ ଗରିବ ଲୋକ । ବାଉଁଶରେ ତିଆରି ଉପକରଣ ଓ ଝାଡୁ ବିକି ଆମେ ପରିବାର ଚଳାଉ । ମୋ ସ୍ବାମୀ ବୁଢ଼ା ହୋଇ ଯିବାରୁ ଆଉ ରୋଜଗାର କରିପାରୁ ନାହାନ୍ତି । ଘରେ ଛୋଟ ପିଲାଟିଏ। ମୁଁ କାମ କରି ପରିବାର ଚଳାଇବା କାଠିକର ପାଠ ହୋଇଛି । ଥିଲାବାଲା ରାଶନ କାର୍ଡ ପାଉଛନ୍ତି, ଆମ ପାଇଁ ସେ ସୁବିଧା ନାହିଁ। ଭତ୍ତା ବି ମିଳୁନାହିଁ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ବୟସ ହୋଇନାହିଁ କହି ସାର୍‌ ମାନେ ଫେରାଇ ଦେଉଛନ୍ତି । ହାତଗୁଞ୍ଜା ଦେଇ ପାରୁ ନ ଥିବାରୁ ଆମକୁ କିଛି ସୁବିଧା ମିଳୁନାହିଁ। ମୁଁ ତ ଖାଇବାକୁ ପାଉନି ହାତଗୁଞ୍ଜା ଦେବି କିପରି ? ବହୁ କଷ୍ଟରେ ପରିବାର ଚଳାଉଛି ବୋଲି ସେ କହିଛନ୍ତି।
ରାଘବ ରାଉଳ କୁହନ୍ତି, ଆମ ଘର ରଣପୁର ଦଳିତ ସାହିରେ । ଜେଜେବାପା ଅମଳରୁ ସେଠାରେ ରହି ଆସୁଛି । ପଟ୍ଟା ପାଇ ନାହୁଁ । ପଟ୍ଟା ନ ଥିବାରୁ ମୋ ଝିଅ ଦଶମ ଶ୍ରେଣୀ ପାଠ ପଢ଼ିଲା ଷ୍ଟାଇପେଣ୍ଡ ପାଇ ପାରିଲାନାହିଁ। ମୁଣ୍ଡ ଗୁଞ୍ଜିବାକୁ ଭଲ ଘରିଟିଏ ନାହିଁ । ପାଲ ଟଣା ଘରେ ରହୁଛି। ୧୦ କେଜି ଚାଉଳ ପାଉଛି । ରାଶନ କାର୍ଡରେ ମୋ ୨ ଝିଅଙ୍କ ନାଁ ସାମିଲ ହୋଇପାରୁନି । ଚନ୍ଦ୍ରମା ରାଉଳ କୁହନ୍ତି, ପଟ୍ଟା ପାଉତି ନ ଥିବାରୁ ମୋ ପରି ଗାଁର ବହୁ ପରିବାର ଅଭିଶପ୍ତ ଜୀବନ ଯାପନ କରୁଛନ୍ତି । ମୋ ସ୍ବାମୀଙ୍କ ପରଲୋକକୁ ଦେଢ଼ ବର୍ଷ ହେଲାଣି, ତଥାପି ବିଧବା ଭତ୍ତା ପାଇ ପାରୁନି । ବାରମ୍ବାର ଅଭିଯୋଗ କରି ଥକି ପଡିଲିଣି । ଘର ଟିଏ ମଧ୍ୟ କରି ପାରୁନି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆମ ପାଇଁ ସ୍ବପ୍ନ । ଦୁଃଖ କଷ୍ଟରେ ଜୀବନ କାଟୁଛି ବୋଲି ସେ କହିଛନ୍ତି।
ଏ ସଂକ୍ରାନ୍ତରେ ରଣପୁର ପୌର ପରିଷଦର ନିର୍ବାହୀ ଅଧିକାରୀ ତାପସ ବିଶୋଇ କୁହନ୍ତି, ରାଶନ କାର୍ଡ ପାଇ ନ ଥିବା ହିତାଧିକାରୀଙ୍କୁ କାର୍ଡ ଯୋଗାଇବାକୁ ପ୍ରୟାସ ଜାରି ରହିଛି । ଭୂମିହୀନ ଲୋକଙ୍କୁ ଜାଗା ମିଶନରେ ଜମି ଯୋଗାଇ ଦିଆଯାଉଛି । ୬୪୫ ବର୍ଗଫୁଟ ଦଖଲରେ ଥିବା ପରିବାର ପଟ୍ଟା ପାଉଛନ୍ତି । ସରକାରୀ ନୀତିନିୟମ ପୂରଣ କରିଥିବା ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ଯେଉର୍ଁମାନେ ସେଥିରୁ ବଞ୍ଚତ୍ତ ହେଇଛନ୍ତି ସେମାନଙ୍କୁ ପଟ୍ଟା ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଭତ୍ତା ପାଇଁ ଲାଞ୍ଚ ଦେବାକୁ ପଡୁଥିବା ଅଭିଯୋଗ ସଂକ୍ରାନ୍ତରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେପରି ଅଭିଯୋଗ ମୋ ପାଖରେ ପହଞ୍ଚି ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri