ଆମ ଜିଲା ଖବର

ବାର୍‌ହା ପାଇଁ ବିଛା ଯାଇଥିଲା ଜାଲ: ଶିକାର ହେଲା ହାତୀ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କଡ଼ାଲ ଗ୍ରାମ ନିକଟରୁ ଏକ ମୃତ ଦନ୍ତାହାତୀ ପଡ଼ିଥିବା ମଙ୍ଗଳବାର ସକାଳୁ ଦେଖିବାକୁ ମିଳିଛି। ହାତୀ ପାଖରେ ଏକ ବାର୍‌ହା ମଧ୍ୟ ପଡ଼ିଥିଲା। ବିଦ୍ୟୁତ୍‌ ଆଘତରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାର୍‌ହା…

ଉଜୁଡ଼ିଲାଣି କୋବି ଫସଲ, ଚିନ୍ତାରେ ଚାଷୀ

ରସୁଲପୁର,୧।୧୨(ଡି.ଏନ.ଏ.): ଏଥର ପରିବା ଫସଲ ପାଇଁ ପାଗ ଅନୁକୂଳ ରହିଛି। ମାତ୍ର ପରିବେଶର ତାପମାତ୍ରାରେ ଅସମ୍ଭବ ଧରଣର ପରିବର୍ତ୍ତନ ପରିବା ଫସଲରେ ନୂଆ ରୋଗପୋକ ସୃଷ୍ଟି କରୁଛି, ଯାହାକୁ ଚିହ୍ନଟ କରିବା ଚାଷୀଙ୍କ କ୍ଷେତ୍ରରେ ଅସମ୍ଭବ ହୋଇପଡୁଛି। ଯେତେ ପ୍ରକାର ଉପଚାର…

ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ

ଚିତ୍ରକୋଣ୍ଡା,୧।୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନକରି ଉଭୟ ଆୟୋଜକ ଓ ଖେଳାଳିମାନେ ଉପକୃତ ହୋଇଥାନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ…

ଖୋର୍ଦ୍ଧାକୁ ବଜ୍ରକାପ୍ତା ଚୋରାଚାଲାଣ: ୨ ଗିରଫ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରୁ ମଙ୍ଗଳବର ସକାଳେ ବଜ୍ରକାପ୍ତା ଚାଲାଣ ହେଉଥିବା ବେଳେ କପିଳାସ ରେଞ୍ଜ ବନ କର୍ମଚାରୀ ୨ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ବଜ୍ରକାପ୍ତାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ ଜଣ…

ରିକ୍ସା, କାନ୍ଧରେ ବୁହା ହେଉଛନ୍ତି ରୋଗୀ

କଟକ ଅଫିସ,୧।୧୨: ସରକାର ସ୍ବାସ୍ଥ୍ୟସେବାକୁ ଲୋକାଭିମୁଖୀ କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଏପରି କି ହସ୍ପିଟାଲଗୁଡିକର ଭିତ୍ତିଭୂମି ବିକାଶ ସହ ଉନ୍ନତ ଚିକିତ୍ସା ପ୍ରଦାନ ନିମନ୍ତେ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏବେ ବି ରାଜ୍ୟର ପ୍ରମୁଖ…

କଟକଣାକୁ ଫୁ, କୁଆଖାଇରେ ଭସାଇଲେ ଡଙ୍ଗା

ବାଲିଅନ୍ତା,୧।୧୨(ଡି.ଏନ୍‌.ଏ.): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୁଷ୍କରଣୀରେ ଜନସମାଗମକୁ ଦୃଷ୍ଟିରେ ରଖି ଡଙ୍ଗା ଭସାଇବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲାଗୁକରାଯାଇଥିଲା। ବିଶେଷକରି ଭୁବନେଶ୍ୱର ମହାନଗର ନିଗମ ଅଧୀନ ନଦୀରେ ଏହି ନିୟମକୁ କଡ଼ାକଡ଼ି ଲାଗୁ କରାଯାଇଥିଲା। କିନ୍ତୁ ପ୍ରଶାସନର…

ରତ୍ନସିଂହାସନରେ ଦାରୁଦିଅଁଙ୍କ ସୁନାବେଶ

ପୁରୀ ଅଫିସ, ୧।୧୨: ଧର୍ମମାସ କାର୍ତ୍ତିକ ଶେଷ ହୋଇଛି। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ସୋମବାର ରତ୍ନ ସିଂହାସନରେ ଦାରୁଦିଅଁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ଅବକାଶ ନୀତି ପରେ ଦାରୁବିଗ୍ରହଙ୍କ ସୁନାବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ବିଭିନ୍ନ…

ଧାନ ବୋଝେଇ ଟ୍ରାକ୍ଟରରେ ଲାଗିଲା ନିଆଁ

କପ୍ତିପଦା,୧ା୧୨(ଡ଼ି.ଏନ୍‌.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅନ୍ତର୍ଗତ ବିଶୋଳ ଛକରେ ଏକ ଧାନ ବୋଝେଇ ଟ୍ରାକ୍ଟରରେ ସୋମବାର ନିଆଁ ଲାଗି ଯାଇଥିଲା। ବିଶୋଳ ଗ୍ରାମର ଅଞ୍ଜନ ବେହେରା ବିଲରୁ ଧାନ କଳେଇ ବୋଝେଇ କରି ଆସୁଥିବାବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ…

ବାସନା ଧାନରେ ମହକୁଛି ଗାଁ ଦାଣ୍ଡ

ବାରିପଦା ଅଫିସ,୧ା୧୨-ବାସନା ଧାନରେ ମହକୁଛି ଗାଁ ଦାଣ୍ଡ। ସୁଗନ୍ଧରେ ଫାଟି ପଡ଼ୁଛି ପରିବେଶ। ଯାହାଙ୍କ ପାଇଁ ଏହା ସମ୍ଭବ ହୋଇଛି ସେ ଜଣେ ମହିଳା ଚାଷୀ। ନିଜେ ସ୍ବାବଲମ୍ବୀ ହେବା ସହିତ ଅଞ୍ଚଳବାସୀଙ୍କୁ ଚାଷର ପ୍ରଣାଳୀ ଜଣାଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି…

ପୋଷ୍ଟକାର୍ଡରେ ସ୍ଥାନିତ ହେଲା ଜଉକଣ୍ଢେଇ

ବାଲେଶ୍ୱର ଅଫିସ, ୧।୧୨-ବାଲେଶ୍ୱରର କଳା ସଂସ୍କୃତିର ପ୍ରତୀକ ଭାବେ ପରିଚିତ ଜଉକଣ୍ଢେଇକୁ ବିଶ୍ୱ ପୋଷ୍ଟକାର୍ଡ ଦିବସ ଅବସରରେ ପୋଷ୍ଟକାର୍ଡରେ ସ୍ଥାନିତ କରାଯାଇଛି। ଏନେଇ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ଜଲେଶ୍ୱର କନହାର ସୂଚନା ଦେବା ପରେ ବାଲେଶ୍ୱର ଅଞ୍ଚଳର କଳାପ୍ରେମୀଙ୍କ ମନରେ ଖୁସିର…

୧୭ ବର୍ଷରେ ୨୦୫୦ ସଂକ୍ରମିତ

ଅନୁଗୋଳ ଅଫିସ, ୧ା୧୨ ସଞ୍ଜମ ଓ ସତର୍କତା ଅବଲମ୍ବନ ଦ୍ୱାରା ଏଡ୍‌ସକୁ ରୋକିହେବ। ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରିପାରିଲେ ଜିଲା ଏଡ୍‌ସ ମୁକ୍ତ ହୋଇପାରିବ ବୋଲି ପ୍ରତିବର୍ଷ ବିଶ୍ୱ ଏଡ୍‌ସ ଦିବସରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ…

ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ

ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଛନ୍ତି। ଉକ୍ତ ଇଟାଭାଟିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?