ସୁନ୍ଦରଗଡ଼: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ହାଓଡ଼ା-ମୁମ୍ବାଇ ରେଳପଥର ଭାଲୁଲତା ଓ ଜରେଇକେଲା ରେଳଷ୍ଟେଶନ ମଝି ମହିପାଣି ନିକଟରେ ହାତୀପଲ ରେଳଧାରଣା ପାରି ହେଉଥିବା ବେଳେ ଏହି ଘଟଣା ଘଟିଛି। ଖବରପାଇ ବିଶ୍ରା ବନ ବିଭାଗ ଅଧିକାରୀ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ହାତୀ ଦୁଇଟିର ମୃତ ଶରୀରକୁ ରେଳଧାରଣାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।
ରାତି ପ୍ରାୟ ଗୋଟାଏ ସମୟରେ ହାତୀପଲ ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ପାର୍ସଲ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ସବୁ ହାତୀ ରେଳଧାରଣା ଅତିକ୍ରମ କରିଯାଇଥିବା ବେଳେ ପଛରେ ରହିଯାଇଥିବା ଏହି ୨ ହାତୀକୁ ଟ୍ରେନ୍‌ ଧକ୍କା ଦେଇଥିଲା। ଫଳରେ ହାତୀ ୨ଟିି ରେଳଧାରଣା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହାତୀ ଦୁଇଟିର ମୃତ୍ୟୁ ଘଟିଥିଲା। ଘଟଣାପରେ ସ୍ଥାନୀୟ ରେଳ କର୍ମଚାରୀ ବନବିଭାଗ ଓ ବନ୍ଧମୁଣ୍ଡା ରେଳବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ବିଶ୍ରା ରେଞ୍ଜର ଦିଲୀପ ସାହୁ, ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଭଞ୍ଜ କିଶୋର ସ୍ବାଇଁ, ପାନପୋଷ ବନ ବିଭାଗ ଅଧିକାରୀ ଦୁର୍ଯ୍ୟୟ ସାହୁ, ମାଣିକେଶ୍ୱର ହାସଁଦା, ଟଙ୍କଧର ବେହେରାଙ୍କ ସହ ବନ୍ଧମୁଣ୍ଡା ରେଳବିଭାଗ ଏଆରଏମ୍‌ ନିଶାନ୍ତ କୁମାର ଓ ବହୁ ରେଳ କର୍ମଚାରୀ ଉପସ୍ଥିତ ଥିଲେ।
ଧକ୍କା ଦେଇଥିବା ପାର୍ସଲ ଟ୍ରେନ୍‌ ଝାରସୁଗୁଡ଼ାରୁ ଚକ୍ରଧରପୁର ଆଡ଼କୁ ଯାଉଥିଲା। ମହିପାଣି ଅଞ୍ଚଳରେ ଏଭଳି ହାତୀ ଦୁଇଟିର ମୃତ୍ୟୁଘଟଣା ପ୍ରଥମ ବୋଲି କୁହାଯାଉଛି। ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସମୟରେ ଉକ୍ତ ରେଳଧାରଣା ଦେଇ ହାତୀପଲ ଯାତାୟାତ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ରେଳବିଭାଗ ପକ୍ଷରୁ ଅଣ୍ଡରପାସ ରାସ୍ତା ପାଇଁ ଦାବି କରିଥିଲେ। ଏଠାରେ ହାତୀପଲର ଗତିବିଧିକୁ ବନ କର୍ମଚାରୀମାନେ ଅନୁସରଣ କରିଥାଆନ୍ତି। କିନ୍ତୁ ବୁଧବାର ବିଳମ୍ବିତ ରାତି ହୋଇ ଯାଇଥିବାରୁ ହଠାତ୍‌ ୧୫ଟି ହାତୀପଲ ରେଳପଥ ଅତିକ୍ରମ କରିବା ସମୟରେ ଏଭଳି ଅଘଟଣ ଘଟିଛି। ଯାହା ଦୁଃଖଦ ଘଟଣା ବୋଲି ବନ୍ଧମୁଣ୍ଡା ରେଲୱେ ଏଆରଏମ୍‌ ନିଶାନ୍ତ କୁମାର କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ୨୦୧୫ରେ କେ.ବଲାଙ୍ଗ ଅଞ୍ଚଳରେ ଗୋଟିଏ ହାତୀକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ୨୦୧୮ରେ ରେଳ ବିଭାଗ ପକ୍ଷରୁ କେବୁଲ କାମ ଚାଲିଥିବାବେଳେ ଏକ ହାତୀ ଶାବକ ଖାଲରେ ପଡ଼ି ମୃତ୍ୟୁବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri