ସୁନ୍ଦରଗଡ଼: ଟ୍ରେନ୍‌ ଧକ୍କାରେ ୨ ହାତୀ ମୃତ

ରାଉରକେଲା ଅଫିସ,୪।୨: ସୁନ୍ଦରଗଡ଼ ଜିଲା ବିଶ୍ରା ବନ ବିଭାଗ ଅଧୀନ ମହିପାଣି ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରେନ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ହୋଇଛି। ହାଓଡ଼ା-ମୁମ୍ବାଇ ରେଳପଥର ଭାଲୁଲତା ଓ ଜରେଇକେଲା ରେଳଷ୍ଟେଶନ ମଝି ମହିପାଣି ନିକଟରେ ହାତୀପଲ ରେଳଧାରଣା ପାରି ହେଉଥିବା ବେଳେ ଏହି ଘଟଣା ଘଟିଛି। ଖବରପାଇ ବିଶ୍ରା ବନ ବିଭାଗ ଅଧିକାରୀ ଓ ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ହାତୀ ଦୁଇଟିର ମୃତ ଶରୀରକୁ ରେଳଧାରଣାରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି।
ରାତି ପ୍ରାୟ ଗୋଟାଏ ସମୟରେ ହାତୀପଲ ରେଳଧାରଣା ଅତିକ୍ରମ କରୁଥିଲେ। ଏହି ସମୟରେ ଏକ ପାର୍ସଲ ଟ୍ରେନ ଦ୍ରୁତ ଗତିରେ ଆସିଥିଲା। ସବୁ ହାତୀ ରେଳଧାରଣା ଅତିକ୍ରମ କରିଯାଇଥିବା ବେଳେ ପଛରେ ରହିଯାଇଥିବା ଏହି ୨ ହାତୀକୁ ଟ୍ରେନ୍‌ ଧକ୍କା ଦେଇଥିଲା। ଫଳରେ ହାତୀ ୨ଟିି ରେଳଧାରଣା ଉପରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହାତୀ ଦୁଇଟିର ମୃତ୍ୟୁ ଘଟିଥିଲା। ଘଟଣାପରେ ସ୍ଥାନୀୟ ରେଳ କର୍ମଚାରୀ ବନବିଭାଗ ଓ ବନ୍ଧମୁଣ୍ଡା ରେଳବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ବିଶ୍ରା ରେଞ୍ଜର ଦିଲୀପ ସାହୁ, ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଭଞ୍ଜ କିଶୋର ସ୍ବାଇଁ, ପାନପୋଷ ବନ ବିଭାଗ ଅଧିକାରୀ ଦୁର୍ଯ୍ୟୟ ସାହୁ, ମାଣିକେଶ୍ୱର ହାସଁଦା, ଟଙ୍କଧର ବେହେରାଙ୍କ ସହ ବନ୍ଧମୁଣ୍ଡା ରେଳବିଭାଗ ଏଆରଏମ୍‌ ନିଶାନ୍ତ କୁମାର ଓ ବହୁ ରେଳ କର୍ମଚାରୀ ଉପସ୍ଥିତ ଥିଲେ।
ଧକ୍କା ଦେଇଥିବା ପାର୍ସଲ ଟ୍ରେନ୍‌ ଝାରସୁଗୁଡ଼ାରୁ ଚକ୍ରଧରପୁର ଆଡ଼କୁ ଯାଉଥିଲା। ମହିପାଣି ଅଞ୍ଚଳରେ ଏଭଳି ହାତୀ ଦୁଇଟିର ମୃତ୍ୟୁଘଟଣା ପ୍ରଥମ ବୋଲି କୁହାଯାଉଛି। ଉକ୍ତ ସ୍ଥାନରେ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ବିଭିନ୍ନ ସମୟରେ ଉକ୍ତ ରେଳଧାରଣା ଦେଇ ହାତୀପଲ ଯାତାୟାତ କରୁଥିବାରୁ ସ୍ଥାନୀୟ ଗ୍ରାମବାସୀ ରେଳବିଭାଗ ପକ୍ଷରୁ ଅଣ୍ଡରପାସ ରାସ୍ତା ପାଇଁ ଦାବି କରିଥିଲେ। ଏଠାରେ ହାତୀପଲର ଗତିବିଧିକୁ ବନ କର୍ମଚାରୀମାନେ ଅନୁସରଣ କରିଥାଆନ୍ତି। କିନ୍ତୁ ବୁଧବାର ବିଳମ୍ବିତ ରାତି ହୋଇ ଯାଇଥିବାରୁ ହଠାତ୍‌ ୧୫ଟି ହାତୀପଲ ରେଳପଥ ଅତିକ୍ରମ କରିବା ସମୟରେ ଏଭଳି ଅଘଟଣ ଘଟିଛି। ଯାହା ଦୁଃଖଦ ଘଟଣା ବୋଲି ବନ୍ଧମୁଣ୍ଡା ରେଲୱେ ଏଆରଏମ୍‌ ନିଶାନ୍ତ କୁମାର କହିଛନ୍ତି।
ପ୍ରକାଶ ଯେ, ଏହା ପୂର୍ବରୁ ୨୦୧୫ରେ କେ.ବଲାଙ୍ଗ ଅଞ୍ଚଳରେ ଗୋଟିଏ ହାତୀକୁ ମାଲବାହୀ ଟ୍ରେନ ଧକ୍କା ଦେଇଥିବାରୁ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ୨୦୧୮ରେ ରେଳ ବିଭାଗ ପକ୍ଷରୁ କେବୁଲ କାମ ଚାଲିଥିବାବେଳେ ଏକ ହାତୀ ଶାବକ ଖାଲରେ ପଡ଼ି ମୃତ୍ୟୁବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ମ-ଯୁକ୍ତ ୨ ଶିକ୍ଷା ପଦ୍ଧତିକୁ ନେଇ କଟକ ଜିଲା ଶିକ୍ଷାଧିକାରୀଙ୍କ ଚାଞ୍ଚଲ୍ୟକର ବୟାନ, ରାଜ୍ୟରେ ଆଲୋଡ଼ନ

କଟକ ସଦର,୯ା୧୦(ସୁଶାନ୍ତ କୁମାର ଜେନା): ସାରା ରାଜ୍ୟରେ ୧୦ମ ଯୁକ୍ତ ୨ ଶିକ୍ଷା ପଦ୍ଧତି ଭୂ-୧୯୮୩ରେ ପ୍ରଚଳନ କରାଯାଇଥିଲା। ସେହିଦିନଠାରୁ ଅଦ୍ୟାବଧି ଏହି ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ…

ଛାତ୍ର ସଂସଦ ନିର୍ବାଚନ: ନୋମିନେଶନ ଜାରି

ଭୁବନେଶ୍ୱର,୯ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟର ବିଭିନ୍ନ କଲେଜରେ ନୋମିନେଶନ ଜାରି ରହିଛି। ଶୁକ୍ରବାର ସକାଳ ୧୦ଟାରୁ ଦିନ ଗୋଟାଏ ଭିତରେ ପ୍ରାର୍ଥୀମାନେ ସେମାନଙ୍କର ନୋମିନେଶନ…

ବଢ଼ିଲା ଶ୍ରମିକଙ୍କ ଭତ୍ତା: ଏଣିକି ଦିନକୁ ମିଳିବ…

ଭୁବନେଶ୍ୱର,୯ା୧୦(ରବିନାରାୟଣ ଜେନା):ରାଜ୍ୟର ବିଭିନ୍ନ ସଂଗଠିତ ଓ ଅଣସଂଗଠିତ କ୍ଷେତ୍ରରେ ନିୟୋଜିତ କର୍ମଜୀବୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଗୁରୁବାର ମହଙ୍ଗାଭତ୍ତା ବୃଦ୍ଧି କରିଛନ୍ତି। ଶ୍ରମ ଓ କର୍ମଚାରୀ…

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?