ସହାୟତା ଅର୍ଥରୁ ନେଉଥିଲେ ଲାଞ୍ଚ: ପାରାଓ୍ବାଚର ବହିଷ୍କୃତ, ବନପାଳ ନିଲମ୍ବିତ

ମାଲକାନଗିରି,୪ା୨: ଭାଲୁ ଆକ୍ରମଣ ସହାୟତା ପ୍ରଦାନରେ ଲାଞ୍ଚ କାରବାର ହେଉଥିବା ଜାଣି ଚୁପ୍‌ ରହିବା ଅଭିଯୋଗରେ ମାଲକାନଗିରି ଜିଲା ଖଇରପୁଟ ବ୍ଲକ୍‌ କୁଡୁମୁଲୁଗୁମ୍ମା ବନପାଳ ରାଜେନ୍ଦ୍ର ଶବର କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସୂଚନା ଅନୁଯାୟୀ, ଖଇରପୁଟ ବ୍ଲକ୍‌ ରାସବେଡ଼ା ପଞ୍ଚାୟତ ବନ୍ଧଗଡ଼ା ଗ୍ରାମର ରଘୁ ମାଦ୍ରି(୬୦)ଙ୍କୁ ୮ମାସ ତଳେ ଭାଲୁ ଆକ୍ରମଣ କରିଥିଲା। ରଘୁ ସ୍ଥାନୀୟ ସରପଞ୍ଚଙ୍କ ଜରିଆରେ ସହାୟତା ନିମନ୍ତେ ବନ ବିଭାଗରେ ଆବେଦନ କରିଥିଲେ। ବନ ବିଭାଗ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ୧ଲକ୍ଷ ଟଙ୍କା ସରକାରୀ ସହାୟତା ଆସିଥିଲା। ତେବେ କୁଡୁମୁଲୁଗୁମ୍ମା ବନପାଳ ଅଧୀନରେ କାମ କରୁଥିବା ପାରାଓ୍ବାଚର ଅନନ୍ତରାମ ସହାୟତା ଟଙ୍କା ବାବଦକୁ ରଘୁଙ୍କୁ ୩୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିସହ ରଘୁଙ୍କୁ ବ୍ୟାଙ୍କକୁ ନେଇ ଫରେଷ୍ଟର ଏବଂ ରେଞ୍ଜର ଲାଞ୍ଚ ମାଗୁଥିବା କହି ୩୦ହଜାର ଟଙ୍କା ଆକାଉଣ୍ଟରୁ ଉଠାଇ ନେଇଥିଲେ। ପରେ ପୁଣି ୧୦ହଜାର ଟଙ୍କା ଦେବାକୁ ବାଧ୍ୟ କରିବା ସହ ନ ଦେଲେ ସମସ୍ତ ଟଙ୍କା ଫେରିଯିବ ବୋଲି ଧମକ ଦେଇଥିଲେ। ଏ ନେଇ ହିତାଧିକାରୀଙ୍କ ଅଭିଯୋଗ ପରେ ମାଲକାନଗିରି ଡିଏଫ୍‌ଓ ଘଟଣାର ତଦନ୍ତ କରିଥିଲେ। ଏସିଏଫ୍‌ ବିଭୂତି ଭୂଷଣ ବେହେରା ଘଟଣାସ୍ଥଳକୁ ଯାଇ ପଚାରି ବୁଝିଥିଲେ। ଏହି ଆଧାରରେ ପାରାଓ୍ବାଚର ଅନନ୍ତରାମ ପାଙ୍ଗୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ସେହିପରି ଘଟଣା ସମ୍ପର୍କରେ ଜାଣି ନୀରବ ରହିଥିବାରୁ ବନପାଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼

ପୁରୀ ଅଫିସ,୨୭।୪: ଏମ୍‌ପି ଅପରାଜିତା ଷଡଙ୍ଗୀଙ୍କ ପୁରୀ ଗସ୍ତକୁ ନେଇ ରାଜନୈତିକ ମହଲରେ ବିତର୍କ ଆରମ୍ଭ ହୋଇଛି। ସେ ଐତିହ୍ୟ କରିଡର ପ୍ରକଳ୍ପକୁ ବିରୋଧ କରି...

ଆବଶ୍ୟକ ଅନୁଯାୟୀ ଡାଲି ଯୋଗାଇବାକୁ ନାଫେଡ୍‌ର ପ୍ରସ୍ତାବ

ଭୁବନେଶ୍ୱର, ୧୫।୭(ବ୍ୟୁରୋ): ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ପଡୁଥିବା ଡାଲି ଓଡ଼ିଶାକୁ ଦେବା ସକାଶେ ନାଫେଡ୍‌ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ନାଫେଡ୍‌ର ପରିଚାଳନା ନିର୍ଦ୍ଦେଶକ...

ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଦାବି: ହାତରେ ଝାଡ଼ୁ ଧରି ଥାନା ଘେରିଲେ ମହିଳା

ଦଶରଥପୁର,୧୯।୯(ଡିଏନ୍‌ଏ): ଚଷାଖଣ୍ଡ ପଞ୍ଚାୟତକୁ ନିଶାମୁକ୍ତ କରିବା ଲାଗି ବୁଧବାର ସମ୍ପୃକ୍ତ ପଞ୍ଚାୟତର ଶତାଧିକ ମହିଳା ହାତରେ ଝାଡ଼ୁ ଓ ପହଁରା ଧରି ମଙ୍ଗଳପୁର ଥାନା ସମ୍ମୁଖରେ...

ସିଟୁ ପକ୍ଷରୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ

ଭଦ୍ରକ ଅଫିସ, ୧୩।୫: ଭଦ୍ରକ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବୁଧବାର ଶ୍ରମିକ ସଂଗଠନ ସିଟୁ ପକ୍ଷରୁ ପ୍ରତିବାଦ କରାଯାଇଛି। ସଂଗଠନ ମୁଖ୍ୟ ଦିବ୍ୟସିଂ ନାୟକଙ୍କ ନେତୃତ୍ୱରେ...

ବିଷ, ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): ପ୍ରାକୃତିକ ପରିବେଶକୁ ନେଇ ନିଜକୁ ସୁରକ୍ଷିତ ମନେ କରନ୍ତି ପକ୍ଷୀ ଓ ବନ୍ୟଜନ୍ତୁ। ବିଭିନ୍ନ ପ୍ରଜାତିର ପକ୍ଷୀ ଖାପଖୁଆଇଲା ଭଳି ପରିବେଶରେ ବସା ବାନ୍ଧିଥାନ୍ତି।...

ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୯: ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ଦେହାନ୍ତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି, ପୂର୍ବତନ ବାଚସ୍ପତି, ମନ୍ତ୍ରୀ...

ନିଦ ହଜାଉଛି ଜରିମାନା

ଭୁବନେଶ୍ୱର ୭ା୯(ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଜରିମାନା ଆଦାୟରେ ଅନ୍ୟ ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା। ମାତ୍ର ୪ଦିନରେ ସାରା ରାଜ୍ୟରୁ...

କେନ୍ଦ୍ର,ରାଜ୍ୟ ସରକାର ବିରୋଧରେ ଗର୍ଜିଲେ ଚାଷୀ

ବରଗଡ଼ ଅଫିସ,୨୬।୪: ବରଗଡ଼ ଜିଲାରେ ଆସନ୍ତା ୫ ତାରିଖରୁ ରବିଧାନ କିଣାବିକା ଆରମ୍ଭ ହେବ। ତେବେ ବିଗତ ବର୍ଷର ଧାନ କିଣାବିକା ସମସ୍ୟାକୁ ଉପଲବ୍ଧି କରି...

Advertisement
Archives

Model This Week