୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା, ପ୍ରଦୂଷଣକୁ ନେଇ କଷ୍ଟ ବଢ଼ୁଥିବାବେଳେ ଦୀର୍ଘ ୧୭ ମାସ ହେଲା ପୌର ପରିଷଦ ଡାକ୍ତରଖାନାରୁ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି ସହରବାସୀ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ତାଳଚେର ସହରବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ହାଟତୋଟାଠାରେ ପୌର ପରିଷଦ ପକ୍ଷରୁ ଏକ ଡାକ୍ତରଖାନା ଖୋଲାଯାଇଥିଲା। ଏହା ଉପରେ ପୌର ପରିଷଦର ୧୦ରୁ ୧୨ଟି ୱାର୍ଡ (ଫାଷ୍ଟଗେଟ୍‌ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ)ର ଜନସାଧାରଣ ନିର୍ଭର କରନ୍ତି। ପ୍ରତ୍ୟହ ଶତାଧିକ ରୋଗୀ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆସିଥାନ୍ତି। କିନ୍ତୁ ଏହି ଡାକ୍ତରଖାନାକୁ ସର୍ବଦା ଅବହେଳା କରାଯାଇ ଆସିଛି। ଅବସର ନେଇସାରିଥିଲେ ମଧ୍ୟ ଡାକ୍ତର ପି.କେ. ଦାସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ତାଙ୍କ ପରଲୋକ ପରେ ପୌର ପରିଷଦ ଡାକ୍ତରଖାନା ଡାକ୍ତରଶୂନ୍ୟ ହୋଇରହିଛି। ଦୀର୍ଘ ୧୭ ମାସ ହେଲା ଏହି ଡାକ୍ତରଖାନାରେ ଜଣେ ଲାବରେଟୋରି ଟେକ୍ନିସିଆନ, ଜଣେ ଆଟେଣ୍ଡାଣ୍ଟ, ଜଣେ ଡ୍ରେସର, ଜଣେ ସୁଇପର ଅଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ତାଳଚେର ପ୍ରଶାସନ ନୂଆ ଡାକ୍ତର ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ଏହାଛଡ଼ା ଡାକ୍ତର ନ ଥିବାରୁ ଅନ୍ୟ କର୍ମଚାରୀମାନେ ନିଜ ଇଚ୍ଛାରେ ଆସୁଛନ୍ତି ଓ ସମୟ ପୂର୍ବରୁ ପଳାଇଯାଉଛନ୍ତି। ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ସ୍ବାସ୍ଥ୍ୟସେବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଥିଲେ ମଧ୍ୟ ତାଳଚେର ସହରର ଏହି ଡାକ୍ତରଖାନା ଏପରି ଡାକ୍ତରଶୂନ୍ୟ ରହିବା ଅଞ୍ଚଳବାସୀଙ୍କୁ ନିରାଶ କରିଛି।

କୋଭିଡ୍‌ ସମୟରେ ଉପକାର ମିଳିଲାନି
ଏହି ଡାକ୍ତରଖାନା ଉପରେ ଆଖପାଖ ଅଞ୍ଚଳର ଲୋକ ନିର୍ଭର କରନ୍ତି। କିନ୍ତୁ କୋଭିଡ୍‌ ସମୟରେ ଡାକ୍ତର ନ ଥିବାରୁ ଲୋକମାନେ ଉପକୃତ ହୋଇପାରିଲେ ନାହିଁ। ଜିଲା ଖଣିଜ ପାଣ୍ଠିରୁ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଇ ସହରବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଉ।
-ବାଉରିବନ୍ଧୁ ବେଜ, ଆଇନଜୀବୀ, ତାଳଚେର
ପ୍ରଶାସନ ଧ୍ୟାନ ଦେଉନାହିଁ
ପୌରପରିଷଦ ଡାକ୍ତରଖାନା ଯୋଗୁ ୨୧ଟି ୱାର୍ଡବାସୀଙ୍କୁ ସହଜରେ ସ୍ବାସ୍ଥ୍ୟସେବା ମିଳିପାରୁଥିଲା। କିନ୍ତୁ ଦୀର୍ଘଦିନ ହେଲା ଡାକ୍ତର ନ ଥିବାରୁ ସେବା ବ୍ୟାହତ ହୋଇଛି। ପ୍ରଶାସନ, ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଦୀପତଳ ଅନ୍ଧାର ଭଳି ଅଞ୍ଚଳବାସୀ ଭାଗ୍ୟକୁ ଆଦରି ରହିଛନ୍ତି।
-ଧୀରମୋହନ ରାୟ, ବୁଦ୍ଧିଜୀବୀ
ବହୁ ଡାକ୍ତରଖାନା ଡାକ୍ତରଶୂନ୍ୟ
ଅନୁଗୋଳ ଜିଲାରେ ଅର୍ଥର ଅଭାବ ନାହିଁ। କିନ୍ତୁ ଜିଲାରେ ବହୁ ଡାକ୍ତରଖାନା ଡାକ୍ତରଶୂନ୍ୟ ରହିଛି। ଦୀର୍ଘ ୧୭ ମାସ ହେଲା ତାଳଚେର ପୌରପରିଷଦ ଡାକ୍ତରଖାନରେ ପଦବୀ ଖାଲି ପଡ଼ିବା ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରଶାସନ, ରାଜନେତାଙ୍କ ଆନ୍ତରିକତା ଅଭାବରୁ ସମସ୍ୟା ସମାଧାନ ହୋଇପାରୁ ନାହିଁ।
-ମନୋଜ କୁମାର ପୃଷ୍ଟି, ତାଳଚେର
ଉଦ୍ୟମ ଜାରି ରହିଛି
ତାଳଚେର ପୌର ପରିଷଦ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଲୋକେ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧା ହେଉଥିବାରୁ ଯେତେଶୀଘ୍ର ସମ୍ଭବ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
-ରଶ୍ମିରେଖା ଅମାତ,
ନିର୍ବାହୀ ଅଧିକାରୀ, ପୌରପରିଷଦ

ସରକାରଙ୍କୁ ଅବଗତ କରାଯାଇଛି
ଡାକ୍ତର ନ ଥିବା ସମସ୍ୟା ସମ୍ପର୍କରେ ଅନୁଗୋଳ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଡାକ୍ତରମାନେ ଅଧିକ ଅର୍ଥ ଦାବି କରୁଥିବାରୁ ଖାଲି ପଡ଼ିଥିବା ପଦବୀ ପୂରଣ କରିବାରେ ବାଧା ଉପୁଜୁଛି। ତଥାପି ପ୍ରଶାସନ ଚେଷ୍ଟା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୧ ଡିଗ୍ରୀ ଟପିଲା ଟିଟିଲାଗଡ଼

ଭୁବନେଶ୍ୱର,୨୩ା୩(ବ୍ୟୁରୋ): ପ୍ରବଳ ତାତି। ଚାରିଆଡ଼େ ମୁଣ୍ଡଫଟା ଖରା। ପ୍ରଚଣ୍ଡ ଗ୍ରୀଷ୍ମରେ ସମଗ୍ର ରାଜ୍ୟ ଆଉଟପାଉଟ ହେଉଛି। ଆସନ୍ତା ୨୫ ତାରିଖରୁ ତାତିର ପ୍ରକୋପ ଆହୁରି ବଢ଼ିବ।...

କୋଦାଳରେ ସ୍ତ୍ରୀଙ୍କୁ ହାଣି ହତ୍ୟା

ଝାରବନ୍ଧ,୨।୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଭଣ୍ଡାରପୁରୀ ପଞ୍ଚାୟତ ଅଧୀନ ଜାମପାଲି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଶିବ ପ୍ରସାଦ ସାହୁ(୭୦) ତାଙ୍କ...

ହସ୍ପିଟାଲ କଟକଣା ଅସମ୍ଭାଳ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜଧାନୀ ବସ୍ତି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଘରୋଇ ହସ୍ପିଟାଲ ପାଇଁ ନୂଆ...

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ତାତିଲେ ଲୋକେ

ଉଦଳା, ୨୩।୪(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବାରମ୍ବାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ରରୂପ ଧାରଣ କରିଛି।...

ଭାରତ-ଓ୍ବେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ: ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଲେ ଉଭୟ ଦଳର ଖେଳାଳି

କଟକ ଅଫିସ,୨୨।୧୨: କଟକ ବାରବାଟୀ ଷ୍ଟାଡିୟମ୍‌ରେ ରବିବାର ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବ। ଅପରାହ୍ନ ୧ଟା ୩୦ରେ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ଥିବା ବେଳେ...

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ମହିଳାଙ୍କ ସମେତ ଡ୍ରାଇଭର ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲା ଜଳେଶ୍ବରରୁ ଶୁକ୍ରବାର ପୁଣି ବ୍ରାଉନସୁଗାର ଜବତ ହୋଇଛି। ଜିଲା ଅବକାରୀ ଦାୟିତ୍ୱରେ ଥିବା ଡେପୁଟି କମିଶନରଙ୍କ ନିର୍ଦ୍ଦେଶରେ ଜଳେଶ୍ବରରେ ୧୦...

ବିଜେପୁର ଲାଉମୁଣ୍ଡାରେ ଫାଙ୍କା ଗୁଳିଚାଳନା, ୩ ଅଭିଯୁକ୍ତଙ୍କୁ କାବୁକଲେ ଗ୍ରାମବାସୀ

ବିଜେପୁର,୭।୬(ଡି.ଏନ୍‌.ଏ): ବରଗଡ଼ ଜିଲା ବିଜେପୁର ଆସନରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାପରେ ଉପନିର୍ବାଚନ ହେବା ସ୍ପଷ୍ଟ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପନିର୍ବାଚନ ନେଇ ଘୋଷଣା ହୋଇ...

‘ଗଡ଼ ଜଗ, କର୍ମୀଙ୍କୁ ଏକାଠି କର’

ଖୋର୍ଦ୍ଧା ଅଫିସ,୨୩ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି। ପ୍ରାର୍ଥୀପତ୍ର ଯାଞ୍ଚ, ପ୍ରତ୍ୟାହାର ପରେ ଚଡ଼ାନ୍ତ ତାଲିକା ପ୍ରକାଶ ପାଇବ। କରୋନା କଟକଣା...

Advertisement
Archives

Model This Week