ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨

କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ ଜୀବନ ଏବଂ ଜୀବନ ଶୈଳୀ। ସାଧାରଣ ମଣିଷରୁ ଜଣେ ପାଲଟିଯାଏ କଏଦୀ। ଜେଲ ରହଣି ଭିତରେ ମାନସିକତା ବଦଳାଇବା, ଦଣ୍ଡ ଭୋଗି ସାରିବାପରେ ସମ୍ମାନର ସହ ବଞ୍ଚତ୍ବା ଏବଂ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କାରାଗାରରେ ଆରମ୍ଭ କରିଛନ୍ତି ବହୁବିଧ ସଂସ୍କାର କାର୍ଯ୍ୟକ୍ରମ, ଯାହା କଏଦୀଙ୍କୁ ନେଉଛି ଆତ୍ମନିର୍ଭରଶୀଳ ପଥରେ। ଏଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମରେ ୧୦୦ବର୍ଷର ଢେଙ୍କାନାଳ ଜିଲା କାରାଗାର ଆଗୁଆ ରହିଛି।
ସ୍ବାଧୀନତା ଆନ୍ଦୋଳନର ଦୀର୍ଘବର୍ଷ ପୂର୍ବରୁ ୧୯୧୬ରେ ପ୍ରତିଷ୍ଠା ହୋଇଥିଲା ଢେଙ୍କାନାଳ ଜିଲା କାରାଗାର। ଏହା ଏବେ ୧୦୪ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନ ଏଠାରେ ମୋଟ ୩୧୬ ମହିଳା ଓ ପୁରୁଷ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୫୬ ବିଚାରାଧୀନ କଏଦୀ ଥିବାବେଳେ ବିଭିନ୍ନ ମାମଲାରେ ୬୦ଜଣ ସଜା କାଟୁଛନ୍ତି। ଇତିମଧ୍ୟରେ ସେମାନଙ୍କ ଲାଗି ଆରମ୍ଭ ହୋଇଛି ସଂସ୍କାରମୂଳକ କାର୍ଯ୍ୟକ୍ରମ। ଆତ୍ମନିର୍ଭରଶୀଳ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରାଗାରରେ ଅନ୍ତେବାସୀମାନେ ତନ୍ତବୁଣା ଗାମୁଛା, ରୁମାଲ, ବେଡଶିଟ୍‌, ଦରି, ଆସନ ପ୍ରସ୍ତୁତ କରୁଛନ୍ତି। ଏହାକୁ ସର୍ବସାଧାରଣରେ ବିକ୍ରି କରାଯାଉଛି। ରାଜ୍ୟର ବିଭିନ୍ନ ଜେଲକୁ ମଧ୍ୟ ପଠାଯାଉଛି। ଦିନକୁ ଦିନ ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀ ଆଦୃତ ହେବାରେ ଲାଗିଛି। ସେହିପରି ବ୍ୟବସାୟିକ ଭିତ୍ତିରେ ଗୋପାଳନ ମଧ୍ୟ ହେଉଛି। ୯ଟି ଗାଈ ରଖାଯାଇଥିବା ବେଳେ ଦୈନିକ ୫୦ ଲିଟର କ୍ଷୀର ବିକ୍ରି ହେଉଛି। ଜେଲରୁ ଉତ୍ପାଦିତ ପରିବା ସ୍ଥାନୀୟ ବଜାରକୁ ଯାଉଛି।
ଏବେ ଅନ୍ତେବାସୀଙ୍କୁ ଆହୁରି କୁଶଳୀ କରିବା ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାର ଏବଂ ଜେଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପ୍ୟୁଟର ତାଲିମ ଆରମ୍ଭ ହେବ। ଏଥିଲାଗି ପ୍ରଶିକ୍ଷକ ରହିବେ। ଏଥିସହ ଅଟା, ବେସନ, ମସଲା ଆଦି ପ୍ରସ୍ତୁତ କରିବା ପାଇଁ ଖୁବ୍‌ଶୀଘ୍ର ମେଶିନ ବସାଯିବାକୁ ଯୋଜନା କରାଯାଉଛି। କାରାଗାରରେ ପାଠପଢ଼ି କେତେଜଣ ଅନ୍ତେବାସୀ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ଜିଲା ଜେଲରେ ଭିତ୍ତିଭୂମି ରହିଛି। ଏହାର ଭରପୂର ଉପଯୋଗ କରିବାକୁ ଜେଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି।
ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକ ଅନିଲ କୁମାର ସାହୁ କୁହନ୍ତି, ଦୀର୍ଘ ବର୍ଷ ହେଲା ଢେଙ୍କାନାଳ ଜିଲା କାରାଗାରର ଅନ୍ତେବାସୀମାନେ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଗୋପାଳନ, ପରିବା ଚାଷ କରାଯାଉଛି। କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ଲାଗି ପତ୍ର ଆସିଛି। ଖୁବ୍‌ଶୀଘ୍ର ଅଟା, ବେସନ, ମସଲା ପ୍ରସ୍ତୁତ କରିବା ପାଇଁ ମେଶିନ ବସାଯିବ।

ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଗଲେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବ। ଧନ୍ଦାମୂଳକ ଶିକ୍ଷା ସେମାନଙ୍କୁ ସ୍ବାବଲମ୍ବୀ କରିପାରିବ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ
କୌଶଳ ବିକାଶ ମାନସିକତା ବଦଳାଇବ
କୁସଙ୍ଗରେ ପଡ଼ି ଯୁବଗୋଷ୍ଠୀ ଆପରାଧିକ କାର୍ଯ୍ୟରେ ଜଡ଼ିତ ହୋଇଯାଉଛନ୍ତି। ସେମାନଙ୍କ ମାନସିକତା ବଦଳାଇବା ଲାଗି ଯଥେଷ୍ଟ ଉଦ୍ୟମ ଜରୁରୀ। କଏଦୀଙ୍କୁ କୌଶଳ ବିକାଶ ଶିକ୍ଷା ଦେବା ଫଳରେ ସେମାନଙ୍କ ମାନସିକତା ବଦଳିବ
-ଶାନ୍ତି ମିଶ୍ର, ସାମାଜିକ କର୍ମୀ
ନୂତନ ଜୀବନ ଆରମ୍ଭ କରିପାରିବେ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ଦିଆଯିବା ନିହାତି ଜରୁରୀ। ଏହାଦ୍ୱାରା ସେମାନଙ୍କ ମାନସିକତାରେ ପରବର୍ତ୍ତନ ଆସିବ। ସମାନ୍ତରାଳ ଭାବେ ଜେଲର ବିକାଶ ମଧ୍ୟ ହେବ। ସେମାନେ ନୂତନ ଜୀବନ ଆରମ୍ଭ କରିପାରିବେ ା

-ବିରଞ୍ଚତ୍ ନାରାୟଣ ପାଣି, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri