ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ଙ୍କ ଆତ୍ମାହୁତି ଉଦ୍ୟମ

ବାସୁଦେବପୁର,୪।୨(ଡି.ଏନ.ଏ.): ୧୦ ମାସର ବକେୟା ଦରମା ନ ମିଳିବାରୁ ପ୍ରତିବାଦରେ ଜଣେ ଜିଆର୍‌ଏସ୍‌ ଓ ତାଙ୍କ ସ୍ତ୍ରୀ ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଗୁରୁବାର ପୂର୍ବାହ୍ନରେ ଭଦ୍ରକ ଜିଲା ବାସୁଦେବପୁର ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଉତ୍କଳ ମଳିକ ନାମକ ଜଣେ ଜିଆର୍‌ଏସ୍‌ ତାଙ୍କର ୧୦ ମାସର ବକେୟା ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରିଥିଲେ। ପୂର୍ବାହ୍ନ ୧୧ଟା ବେଳେ ସେ ଓ ତାଙ୍କ ସ୍ତ୍ରୀ ମିନତି ଦେହରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ବ୍ଲକ କର୍ମଚାରୀମାନେ ଅଟକାଇ ଥିଲେ। ଫଳରେ ଦୁଇଜଣ ନିଜ ଦେହରେ କିରୋସିନ ଢାଳି ଦେଇଥିବା ବେଳେ ନିଅଁା ଲଗାଇ ପାରି ନ ଥିଲେ। ସେମାନେ ବିଡିଓଙ୍କୁ ତାଙ୍କ ଅଫିସରେ ଗାଳିଗୁଲଜ କରିବା ସହ ବକେୟା ଦରମା ଦେବାକୁ ଦାବି କରିଥିଲେ। ଉଚ୍ଚ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ତ୍ବେ ବିଡିଓ ତାଙ୍କୁ ଦରମା ଦେଉନାହାନ୍ତି ବୋଲି ଅଭିଯୋଗ କରିଥିଲେ। ବାସୁଦେବପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏ ସମ୍ପର୍କରେ ବିଡିଓ ପ୍ରଣବ କୁମାର ବେହେରାଙ୍କୁ ପଚାରିବାରୁ ସମ୍ପୃକ୍ତ ଜିଆର୍‌ଏସ୍‌ଙ୍କର ୨ ମାସର ଦରମା ରିଲିଜ୍‌ କରାଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜମୁନି ପ୍ରଥମାଷ୍ଟମୀ ପୋଷାକ ବେପାର

ଅନୁଗୋଳ ଅଫିସ, ୭।୧୨:  ଦିନଟିଏ ପରେ ପ୍ରଥମାଷ୍ଟମୀ। ପୋଢ଼ୁଆଁ ହେବେ ଘରର ଜ୍ୟେଷ୍ଠ ସନ୍ତାନ। ମାମୁଘରୁ ଆସିଥିବା ନୂଆ ପୋଷାକ ପିନ୍ଧି ଏଣ୍ଡୁରିପିଠା ଖାଇବେ ପିଲାଏ। ଏଥିପାଇଁ...

ଋଷିକୂଲ୍ୟା ମୁହାଣରୁ ମିଳିଲା ୩୦ ଫୁଟ ଲମ୍ବ ତିମିର ମୃତଦେହ

ଗଞ୍ଜାମ,୧୩।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ଗଙ୍ଗାଦେବୀ ପୀଠ ନିକଟସ୍ଥ ଋଷିକୂଲ୍ୟା ମୂହାଣରୁ ଶୁକ୍ରବାର ୩୦ଫୁଟ ତିମିର ମୃତଦେହ ମିଳିଛି। ଖବରପାଇ ବନବିଭାଗ ବେଳାଭୂମିରେ ପହଞ୍ଚି...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନାବାଳିକାଙ୍କ ଜୀବନ ଗଲା

ଗୁଣୁପୁର,୨୬ା୪(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗଠଳପଦର ପଞ୍ଚାୟତ କୁକୁରଗୁଡ଼ା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ନାବାକିକାଙ୍କ ଜୀବନ ଯାଇଛି। ସେ ହେଲେ ପ୍ରିୟାଞ୍ଜଳି...

ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨ ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ...

ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ସାନଭାଇ ମୃତ

ବଡ଼ସାହି,୨୫।୩(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଦେଉଳିଆ ମଜୁରାସାହିରେ ବଡ଼ଭାଇଙ୍କ ଠେଙ୍ଗା ମାଡ଼ରେ ମଙ୍ଗଳବାର ରାତିରେ ସାନଭାଇଙ୍କ ମୃତ୍ୟୁ ଘଟିଛି। ମୃତ ସାନଭାଇ ହେଲେ...

୯୦୯ କଳାକାରଙ୍କୁ ମିଳିଲା ଆଗୁଆ ଭତ୍ତା

କେନ୍ଦୁଝର, ୧୧ା୪(ଡି.ଏନ୍‌.ଏ.)- କରୋନା ଲାଗି ଲକ୍‌ ଡାଉନ୍‌ ଚାଲିଥିବା ବେଳେ କେନ୍ଦୁଝର ଜିଲାର ୯୦୯ କଳାକାରଙ୍କୁ ୪ମାସର ଅଗ୍ରୀମ ଭତ୍ତା ଦିଆଯାଇଛି। ସଂସ୍କୃତି ବିଭାଗ ପକ୍ଷରୁ...

ଗୋଦାମରେ ଅଗ୍ନିକାଣ୍ଡ: ୨ ଶ୍ରମିକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼,୨୭।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ଲୁହୁରାଢ଼ିପାରେ ଏକ ଠିକାଦାରଙ୍କ ଗୋଦାମ ଘରେ ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୨ଜଣ ଶ୍ରମିକ...

ସିଟି ହସ୍ପିଟାଲ ସ୍ଥାପନ ଘୋଷଣା ପର୍ଯ୍ୟନ୍ତ ଆନ୍ଦୋଳନ

କେନ୍ଦ୍ରାପଡ଼ା ଅଫିସ, ୪ା୨: ଗୁରୁବାର କଥାବାର୍ତ୍ତା ସରିଥିଲା। ଜିଲାପାଳ ରାଜ୍ୟ ସରକାରଙ୍କୁ ସହରର ଖଡ଼ଇଙ୍ଗସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସିଟି ହସ୍ପିଟାଲ ସ୍ଥାପନ...

Advertisement
Archives

Model This Week