ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମିଶାଇ ୪ ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ଏହି ଘଟଣା କାହିଁକି ଓ କିପରି ଘଟିଲା, ତାହାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ
ଜାରି ରଖିଛି। ପୋଲିସ ଅଟକ ରଖିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତା ଛାତ୍ରୀଙ୍କ ମାଉସୀ ପୁଅ ଭାଇ ବୋଲି ବିଶେଷ
ସୂତ୍ରରୁ ଜଣାପଡିଛି। ତେବେ ଅଟକ ରହିଥିବା ଦୁଇ ଜଣଙ୍କ ସମେତ ତାଙ୍କ ପରିବାର ନାମରେ ୪୨ ମୌଜା ବେଣ୍ଟକାର ଫାଣ୍ଡିରେ ୨୦ ଦିନ ପୂର୍ବରୁ ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଥିଲା ବୋଲି ବେଣ୍ଟକାର ଫାଣ୍ଡି ଅଧିକାରୀ କହିଛନ୍ତି। ଅଭିଯୋଗ ହୋଇଥିବା ପରିବାର ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଲାଲବାଗ ଥାନାରେ ଅଟକ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭିଭାବକ କହିଛନ୍ତି ଯେ, ମୋ ପୁଅ ନିର୍ଦ୍ଦୋଷ। ଏହି ମାମଲା ଗତ ଦୁଇ ମାସ ହେବ ଚାଲିଛି। ଏଥିପାଇଁ ଆମେ ବେଣ୍ଟକାର ଫାଣ୍ଡି ଓ ପରେ କଟକ ସଦର ଥାନାକୁ ମଧ୍ୟ ଯାଇଛୁ। ଘଟଣାର କୌଣସି ସମାଧାନ ଏପର୍ଯ୍ୟନ୍ତ ଥାନାରେ ବାହାରି ପାରିନାହିଁ। ତାଙ୍କ ଝିଅ ପୋଡ଼ିଯିବାରୁ ଏ ବିଷୟରେ ପୋଲିସ ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଲାଲବାଗ ଥାନା ଅଧିକାରୀ ପାଞ୍ଚ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଧରି ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି।
ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ଖ୍ରୀଷ୍ଟ କଲେଜରେ ପଢୁଥିବାବେଳେ ମା’ବାପା ଓ ଭାଇଙ୍କ ସମେତ ବର୍ଷେ ହେବ ମାନସିଂହପାଟଣାଠାରେ ଘରଭଡ଼ା ନେଇ ରହୁଥିଲେ। ଉକ୍ତ ଘରେ ଗୁରୁବାର ସମ୍ପୃକ୍ତା ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଶା ଇଞ୍ଜେକସନ ଦେବା ସହ ହାତଗୋଡ଼ ବାନ୍ଧି କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବାବେଳେ ଶୁକ୍ରବାର ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri