ଛାତ୍ରୀଙ୍କୁ ପୋଡ଼ି ମାରିବା ଉଦ୍ୟମ ଘଟଣା: ୨ ଅଟକ

କଟକ ଅଫିସ, ୨୭।୨: କଟକ ମାନସିଂପାଟଣା ମସ୍ତରାମ ମଠ ଗଳିରେ ଜଣେ କଲେଜ ଛାତ୍ରୀଙ୍କୁ ହାତଗୋଡ଼ ବାନ୍ଧି ପୋଡ଼ି ମାରିବାକୁ ଉଦ୍ୟମ ଘଟଣାରେ ଲାଲବାଗ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଏହି ଘଟଣାରେ ଜଣେ ମହିଳାଙ୍କୁ ମିଶାଇ ୪ ଜଣଙ୍କ ସମ୍ପୃକ୍ତି ରହିଥିବା ପୋଲିସ କହିଛି। ଏହି ଘଟଣା କାହିଁକି ଓ କିପରି ଘଟିଲା, ତାହାକୁ ନେଇ ପୋଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ
ଜାରି ରଖିଛି। ପୋଲିସ ଅଟକ ରଖିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତା ଛାତ୍ରୀଙ୍କ ମାଉସୀ ପୁଅ ଭାଇ ବୋଲି ବିଶେଷ
ସୂତ୍ରରୁ ଜଣାପଡିଛି। ତେବେ ଅଟକ ରହିଥିବା ଦୁଇ ଜଣଙ୍କ ସମେତ ତାଙ୍କ ପରିବାର ନାମରେ ୪୨ ମୌଜା ବେଣ୍ଟକାର ଫାଣ୍ଡିରେ ୨୦ ଦିନ ପୂର୍ବରୁ ସମ୍ପୃକ୍ତା ଛାତ୍ରୀଙ୍କ ପରିବାର ପକ୍ଷରୁ ଏକ ଅଭିଯୋଗ ହୋଇଥିଲା ବୋଲି ବେଣ୍ଟକାର ଫାଣ୍ଡି ଅଧିକାରୀ କହିଛନ୍ତି। ଅଭିଯୋଗ ହୋଇଥିବା ପରିବାର ଛାତ୍ରୀଙ୍କ ଫଟୋ ସୋସିଆଲ ମିଡିଆରେ ଅପ୍‌ଲୋଡ କରିଥିଲେ। ଏହାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ କଟକ ସାଇବର ଥାନାରେ ଅଭିଯୋଗ ହୋଇଥିଲା। ଲାଲବାଗ ଥାନାରେ ଅଟକ ଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଅଭିଭାବକ କହିଛନ୍ତି ଯେ, ମୋ ପୁଅ ନିର୍ଦ୍ଦୋଷ। ଏହି ମାମଲା ଗତ ଦୁଇ ମାସ ହେବ ଚାଲିଛି। ଏଥିପାଇଁ ଆମେ ବେଣ୍ଟକାର ଫାଣ୍ଡି ଓ ପରେ କଟକ ସଦର ଥାନାକୁ ମଧ୍ୟ ଯାଇଛୁ। ଘଟଣାର କୌଣସି ସମାଧାନ ଏପର୍ଯ୍ୟନ୍ତ ଥାନାରେ ବାହାରି ପାରିନାହିଁ। ତାଙ୍କ ଝିଅ ପୋଡ଼ିଯିବାରୁ ଏ ବିଷୟରେ ପୋଲିସ ତନାଘନା ଆରମ୍ଭ କରିଛି। ଅପରପକ୍ଷେ ଲାଲବାଗ ଥାନା ଅଧିକାରୀ ପାଞ୍ଚ ଜଣିଆ ସାଇଣ୍ଟିଫିକ୍‌ ଟିମ୍‌ ଧରି ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାର ଜଣାପଡିଛି।
ସୂଚନାଯୋଗ୍ୟ, ଛାତ୍ରୀ ଜଣଙ୍କ ଖ୍ରୀଷ୍ଟ କଲେଜରେ ପଢୁଥିବାବେଳେ ମା’ବାପା ଓ ଭାଇଙ୍କ ସମେତ ବର୍ଷେ ହେବ ମାନସିଂହପାଟଣାଠାରେ ଘରଭଡ଼ା ନେଇ ରହୁଥିଲେ। ଉକ୍ତ ଘରେ ଗୁରୁବାର ସମ୍ପୃକ୍ତା ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ନିଶା ଇଞ୍ଜେକସନ ଦେବା ସହ ହାତଗୋଡ଼ ବାନ୍ଧି କିରୋସିନ ଢାଳି ନିଅଁା ଲଗାଇ ଦେଇଥିଲେ। ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଏସ୍‌ସିବି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ସେ ଚିକିତ୍ସିତ ହେଉଥିବାବେଳେ ଶୁକ୍ରବାର ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ଆଉ ୪୫୮ କରୋନା ଆକ୍ରାନ୍ତ: ଅନୁଗୋଳ ଜିଲାରୁ ସର୍ବାଧିକ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୪୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୪୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ବଲାଙ୍ଗୀରରୁ ୪୪, ଖୋର୍ଦ୍ଧାରୁ ୪୧,...

ମହିଳାଙ୍କ ଠାରୁ ସୁନା ଚେନ୍‌ ଛଡ଼ାଇନେଲେ ଦୁର୍ବୃତ୍ତ, ଛୁରାମାଡ଼ରେ ଜଣେ ଗୁରୁତର

ବାଲେଶ୍ୱର ଅଫିସ,୨୯।୩: ବାଲେଶ୍ୱର ସହର ସିନେମା ଛକ ନିକଟସ୍ଥ ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମ ସମ୍ମୁଖରେ ଜଣେ ମହିଳା ସୋମବାର ପ୍ରାତଃ ଭ୍ରମଣ ପାଇଁ ଆସିଥିଲେ। ଏହି...

୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେସିଂ ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ଟଙ୍କା ପ୍ରଦାନ କରିଛନ୍ତି।...

ଏକା ସାଥିରେ ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ୍‌ ସହ ଘୋଷାଡି ନେଲା ଟ୍ରକ, କ୍ଷତିପୂରଣ ଦାବିରେ ଉତ୍ତେଜନା

କୋକସରା,୧୪।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ ଅଁଲାଗୁଡା ନାଳ ପୋଲ ନିକଟରେ ବୁଧବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ ଧକ୍କା ଦେବାରୁ ଜଣଙ୍କ...

‘ନ୍ୟାୟପାଳିକାର ଚାପ କମାଇବ ମଧ୍ୟସ୍ଥତା କେନ୍ଦ୍ର’

କଟକ ଅଫିସ,୨୧ା୧୧: ବିଭିନ୍ନ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ନ୍ୟାୟପାଳିକା ଉପରୁ ଚାପ କମିପାରିବ। ସେହିପରି ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ...

‘ପୃଥିବୀ ମନ୍ଥନ’କୁ ଜାତିସଂଘର ସମର୍ଥନ

ଭୁବନେଶ୍ୱର, ୩୧।୫(ବ୍ୟୁରୋ):ପୁଣି ବିଶ୍ୱସ୍ତରରେ ଚମକିଛନ୍ତି ଓଡ଼ିଆ କଳାକାର। ଆସନ୍ତା ୫ ତାରିଖରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ପ୍ରଦୂଷଣ ଓ ପରିବେଶକୁ ନେଇ ପ୍ରସ୍ତୁତ ହୋଇଛି...

ଗ୍ରାମରକ୍ଷୀଙ୍କୁ ମିଳିନି ୪ ମାସର ଦରମା

ଢେଙ୍କାନାଳ ଅଫିସ,୧୭।୭: ଢେଙ୍କାନାଳ ଜିଲାର ବିଭିନ୍ନ ଥାନା, ଫାଣ୍ଡିରେ କାର୍ଯ୍ୟରତ ଗ୍ରାମରକ୍ଷୀମାନଙ୍କୁ ୪ ମାସ ହେଲା ଦରମା ମିଳିନାହିଁ। ଆର୍ଥିକ ଅନଟନ ମଧ୍ୟରେ ସେମାନେ ଦୁର୍ଦ୍ଦିନରେ...

ମାସକ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ସନ୍ଦେହ

ନାଉଗାଁ ,୨ା୩ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ପାଇଁ ୭ଟି ମଣ୍ଡି ଖୋଲାଯାଇଛି। ସେଥିମଧ୍ୟରୁ ୬ଟି ସୋସାଇଟି ରହିଥିବା ବେଳେ...

Advertisement
Archives

Model This Week