ଆମ ଜିଲା ଖବର

ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗ: ବଲାଙ୍ଗୀର ଉପଜିଲାପାଳ ନିଲମ୍ବିତ

ବଲାଙ୍ଗୀର ଅଫିସ, ୪ା୯-ବଲାଙ୍ଗୀର ଉପଜିଲାପାଳ ସଞ୍ଜୟ କୁମାର ମିଶ୍ରଙ୍କ ବିରୋଧରେ ତାଙ୍କ ଅଫିସ୍‌ର ଜଣେ ମହିଳା କର୍ମଚାରୀ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ଉପଜିଲାପାଳ ମିଶ୍ର ନିଜ ଅଫିସ ଚ୍ୟାମ୍ବର ଭିତରେ ସମ୍ପୃକ୍ତ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି…

ଗଞ୍ଜାମ ଜିଲା: ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୪ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ଜିଲାରେ ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୭ କରୋନା…

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ନାଗା ଗୌଡ (୨୨) ା ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ସହ…

ଗିରଫ ପରେ ବାରିପଦା ବିଧାୟକଙ୍କୁ ଜାମିନ

ବାରିପଦା ଅଫିସ,୪ା୯-ମୟୂରଭଞ୍ଜ ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ସହକାରୀ ନିର୍ବାହୀଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ଼ ମାରିବା ଅଭିଯୋଗରେ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଶୁକ୍ରବାର ଟାଉନ ଥାନା ପୋଲିସ ଗିରଫ କରିଛି। ତାଙ୍କ ନାମରେ ଦଫା ୨୯୪, ୩୨୩, ୩୨୪,…

କପିଳେଶ୍ବରପୁର ଶାସନ ପ୍ରାଥମିକ ବିଦ୍ୟାଳୟ ଉଚ୍ଛେଦ ନେଇ ଅସନ୍ତୋଷ: ଜିଲାପାଳ, ବିଧାୟିକାଙ୍କୁ ଫେରାଦ ହେଲେ ଗ୍ରାମବାସୀ

ପୁରୁଷୋତ୍ତମପୁର,୪।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ୱାର୍ଡ ନଂ ୧୨ରେ ଥିବା ଐତିହାସିକ ପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷା ବିଭାଗ ଉଚ୍ଛେଦ କରି ଅନ୍ୟ ବିଦ୍ୟାଳୟରେ ମିଶ୍ରଣ କରିବା ଲାଗି ଗତ ୩ ଦିନ ତଳେ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଗ୍ରାମବାସୀଙ୍କ…

ହରିଣ ମାଂସ ଖାଇବା ପଡ଼ିଲା ମହଙ୍ଗା: ୩ ଶିକାରୀ, ୧୦ ଗ୍ରାହକ ଗିରଫ

ବାରଙ୍ଗ,୪।୯(ଡି.ଏନ୍‌.ଏ.): ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଅଭୟାରଣ୍ୟ ଫିରିଙ୍ଗନାଳି ଅଞ୍ଚଳରୁ ଗୁରୁବାର ୩ ଶିକାରୀଙ୍କୁ ଗିରଫ କରାଯାଇଛି। ଚନ୍ଦକା ଡ଼ମପଡ଼ା ବନ ବିଭାଗ, ଚନ୍ଦକା ପୋଲିସ ଗୁରୁବାର ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସେମାନଙ୍କୁ ଗିରଫ କରିଛି। ପରେ ସେମାନଙ୍କଠାରୁ ହରିଣ ମାଂସ,…

ଏମ୍‌ପି ରମେଶ ମାଝିଙ୍କୁ କରୋନା

ଭୁବନେଶ୍ୱର,୪ା୯(ବ୍ୟୁରୋ): ନବରଙ୍ଗପୁର ଏମ୍‌ପି ରମେଶ ମାଝିଙ୍କୁ କରୋନା ହୋଇଥିବା ନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ଜଣାଇଛନ୍ତି। ଏଥିସହ ନିକଟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କୁ…

ଓପିଜିସିର ପ୍ରଥମ ୟୁନିଟ୍‌ ବନ୍ଦ: ୨୧୦ ମେଗାୱାଟ ବିଦ୍ୟୁତ୍‌ ଉପ୍ତାଦନ ବାଧାପ୍ରାପ୍ତ

ଲଖନପୁର,୪।୯(ଡି.ଏନ୍‌.ଏ.): ଓଡ଼ିଶା ବିଦ୍ୟୁତ୍‌ ଉପ୍ତାଦନ ନିଗମ(ଓପିଜିସି)ର ବନହରପାଲିସ୍ଥିତ ଇବ ଥର୍ମାଲ ପ୍ରଥମ ୟୁନିଟକୁ ଗୁରୁବାର ବନ୍ଦ କରାଯାଇଛି। ଯାନ୍ତ୍ରିକ ତ୍ରୁଟି ଲାଗି ପ୍ରକଳ୍ପ କର୍ତ୍ତୃପକ୍ଷ ଗୁରୁବାର ବିଳମ୍ବିତ ରାତିରେ ସମ୍ପୃକ୍ତ ୟୁନିଟକୁ ବନ୍ଦ କରିଦେଇଛନ୍ତି। ଫଳରେ ଏଥିରୁ ଉପ୍ତାଦନ ହେଉଥିବା ୨୧୦…

ଅନ୍‌ଲାଇନ୍‌ରେ ସେମିଷ୍ଟର ପରୀକ୍ଷା ଦାବି, ଆନ୍ଦୋଳନକୁ ଓହ୍ଲାଇଲା ଛାତ୍ର କଂଗ୍ରେସ

ବରଗଡ଼,୪ା୯: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ୬ଷ୍ଠ ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନରେ କରିବାକୁ ନିଷ୍ପତ୍ତି ନେଇଛି। ବିଶ୍ବବିଦ୍ୟାଳୟର ଏହି ନିଷ୍ପତ୍ତିକୁ ବରଗଡ଼ ଜିଲା ଛାତ୍ର କଂଗ୍ରେସ (NSUI) ଏବଂ ବରଗଡ଼ ଜିଲା ରାଜୀବ ଗାନ୍ଧୀ ଛାତ୍ର ଫୋରମ ବିରୋଧ କରିଛିନ୍ତି। କରୋନା…

ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗୁରୁବାର ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ବୁଧବାର ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା…

ଧର୍ମଶାଳା ବ୍ଲକରେ ବନ୍ୟା: ୭ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଫସଲ କ୍ଷତିଗ୍ରସ୍ତ

ଧର୍ମଶାଳା,୪।୯ (ଡି.ଏନ୍‌.ଏ.): ଲଘୁଚାପଜନିତ ଲଗାଣ ବର୍ଷା ଓ ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଧର୍ମଶାଳା ବ୍ଲକ ଅଧୀନ ୪୫ ପଞ୍ଚାୟତର ୭ ହଜାର ୭ଶହ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବ୍ଲକ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ…

ପରିବା ବ୍ୟବସାୟୀଙ୍କ ଉପରେ ମାଡ଼ିଗଲା ଟ୍ରକ, ଜଣଙ୍କ ଜୀବନ ଗଲା; ୨ ଗୁରୁତର

ରସୁଲପୁର,୪ା୯(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାରବାଟୀ ପଞ୍ଚାୟତର ଓଡ଼ଙ୍ଗ ଠାରେ ଶୁକ୍ରବାର ଭୋର୍‌ ସମୟରେ ୧୬ନଂ ଜାତୀୟ ରାଜପଥ ଉପରେ ବସୁଥିବା ଦୈନିକ ପରିବା ହାଟରେ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରକ ସ୍ଥାନୀୟ ପ୍ରଥମାଖଣ୍ଡି ପଞ୍ଚାୟତର ଅଶୋକ ସେଠୀ(୩୨)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri