କରୋନାରେ ପୁଅର ମୃତ୍ୟୁ ଖବର ଶୁଣି ଆଖିବୁଜିଲେ ମା’: ଛୁଇଁଲେନି ଜ୍ଞାତି କୁଟୁମ୍ବ ଶେଷରେ…

ନିଶ୍ଚିନ୍ତକୋଇଲି,୧୦।୫(ସ୍ବ.ପ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ କରୋନାର ବିଭୀଷିକା ଉଗ୍ରରୂପ ନେଉଛି। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ବଢିଚାଲିଛି ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ନିଶ୍ଚିନ୍ତକୋଇଲି ବ୍ଲକରେ ସୋମବାର ସୁଦ୍ଧା କରୋନାରେ ୬ ଜଣ ଆଖି ବୁଜିଲେଣି। ସୋମବାର ସକାଳୁ ଉକ୍ତ ବ୍ଲକ ଅଧୀନସ୍ଥ ଝାଡେଶ୍ୱର ପଞ୍ଚାୟତ ନରୁଆ-ମଙ୍ଗଳପୁର ଗ୍ରାମର ଅକ୍ଷୟ କାଣ୍ଡି(୫୨)ଙ୍କ କରୋନାରେ ମୃତ୍ୟୁ ଘଟିଛି। ପରେ ପୁଅର ମୃତ୍ୟୁ ଖବର ଶୁଣି ତାଙ୍କ ମା’ ରଙ୍ଗଲତା କାଣ୍ଡି(୭୫)ଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ସେ କରୋନା ନେଗେଟିଭ୍‌ ଥିଲେ ହେଁ ପରିବାର ଜ୍ଞାତି କୁଟୁମ୍ବ ତାଙ୍କ ମୃତଦେହ ସକତ୍ାର କରି ନ ଥିଲେ। ଖବର ପାଇ ନିଶ୍ଚିନ୍ତକୋଇଲି ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ମାନସ ରଞ୍ଜନ ତରାସିଆ ପ୍ରମୁଖ ପହଞ୍ଚି ୨ ମୃତଦେହକୁ ସ୍ବତନ୍ତ୍ର ଶ୍ମଶାନକୁ ନେଇ କୋଭିଡ ଗାଇଡଲାଇନ ଅନୁଯାୟୀ ସଂସ୍କାର କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକ: ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ କ୍ଷେତ୍ର କରିବା ଉଦ୍ୟମକୁ ପ୍ରଶଂସା

ସୋରଡା,୧୦ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବିଜୁ ଜନତା ଦଳ କାର୍ଯ୍ୟକାରିଣୀ ବୈଠକ ସୋରଡା ଶିଶୁ ଉଦ୍ୟାନ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ତଥା ଗୋପାଳପୁର...

ଏଲ୍‌ଭିଏ ଟେଷ୍ଟର ଶୁଣାଣି ହେଲା, ରାୟ ସଂରକ୍ଷିତ

ନୟାଗଡ଼ ଅଫିସ,୧୩।୨: ବହୁଚର୍ଚ୍ଚିତ ନୟାଗଡ଼ ସଦର ଥାନା ଯଦୁପୁରର ୫ ବର୍ଷୀୟା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ କଲେଜ ଛାତ୍ରଙ୍କ ସ୍ବରର ସ୍ତର ନିରୀକ୍ଷଣ (ଏଲ୍‌ଭିଏ)...

ଓକିଲ-ପୋଲିସ ହାତାହାତି

ଲୋଇସିଂହା,୪।୪(ଡ଼ି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ଆଗଲପୁର ଫାଣ୍ଡିରେ ଶନିବାର ପୂର୍ବାହ୍ନ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଜଣେ ଓକିଲ ଫାଣ୍ଡିକୁ ଯାଇ ସେ...

ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ...

ପାଟ୍ରୋଲିଂ ବେଳେ ମଦ ଜବତ: ଜଣେ ଗିରଫ

ଧାମନଗର,୧୮।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ଥାନା ପୋଲିସ ସୋମବାର ରାତିରେ ଭଗବାନପୁର ଛକ ନିକଟରୁ ଜଣଙ୍କୁ ଗିରଫ କରିଛି। ତାଙ୍କଠାରୁ ୩୧ ବୋତଲ (୬ ଲିଟର...

ଧାନ ବିକି ଚାଷୀ ହତାଶ: ପ୍ରତିବାଦରେ ବ୍ଲକ ସମ୍ମୁଖରେ ଅନଶନ

କେନ୍ଦୁଝର, ୨୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲାର ସାହାରପଡା ଲ୍ୟାମ୍ପସରେ ଧାନ ବିକି ସହାୟକ ମୂଲ୍ୟ ପାଇ ନଥିବା ୬୦ରୁ ଊର୍ଦ୍ଧ୍ୱ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବାବେଳେ ପ୍ରତିବାଦରେ...

ରାଜରାସ୍ତାରେ ମହିଳାଙ୍କ ପ୍ରସବ

ଭଦ୍ରକ ଅଫିସ,୨୯।୨: ଭଦ୍ରକ ବନ୍ତ ଛକଠାରେ ଶୁକ୍ରବାର ବିଳମ୍ବିତ ରାତିରେ ରାଜରାସ୍ତାରେ ଜଣେ ବିକୃତ ମସ୍ତିଷ୍କ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଏକାକି ଏକ...

ପାହାଡ଼ରୁ ଅସୁସ୍ଥ ଭାଲୁ ଉଦ୍ଧାର

ଜେନାପୁର,୧୧।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ତାଳଜଙ୍ଗ ପଞ୍ଚାୟତ ବଳରାମପୁର ଉପରଗଡ଼ ପାହାଡ଼ରୁ ଅସୁସ୍ଥ ଅବସ୍ଥାରେ ଏକ ଭାଲୁକୁ ମଙ୍ଗଳବାର ଉଦ୍ଧାର କରାଯାଇଛି। ଭାଲୁକୁ...

Advertisement


Archives

Model This Week