ଆମ୍ବ ଗୋଟାଇବାକୁ ଯାଇ ଫେରିଲେନି କମଳା : ଘରକୁ ଫେରିଲା ମୃତଦେହ

ଚୌଦ୍ୱାର,୧୦।୫(ଡି.ଏନ୍‌.ଏ): ଆମ୍ବ ଗୋଟାଇବାକୁ ଯାଇ ବିଦ୍ୟୁତ ଆଘାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଶାଳଗାଁ ପଞ୍ଚାୟତ ଦାମୋଦରପୁର ଗ୍ରାମରେ। ଗ୍ରାମର କମଳା ପଣ୍ଡା ନିଜ ଘର ପଛପଟ ଚାଷଜମି ନିକଟ ଏକ ଆମ୍ବଗଛ ପାଖକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଚାଷଜମୀରେ ଷଣ୍ଢ ପଶିଯାଉଥିବାରୁ ପୂର୍ବରୁ ଚାଷଜମି ଚାରିପଟେ ବେଆଇନ ଭାବେ ବିଦ୍ୟୁତ ତାର ସଂଯୋଗ କରାଯାଇଥିଲା। ଗାଁର ବାପିନା ରାଉତଙ୍କ ଜମିରେ ବେଆଇନ ଭାବେ ଜିଆଇ ତାର ସାହାଯ୍ୟରେ ବାଡ ବୁଲାଯାଇଥିଲା। ସେଥିରେ ବିଦ୍ୟୁତ ସଂଯୋଗ ହୋଇଥିଲା। କମଳା ଜିଆଇ ତାରରେ ଲାଗିଯିବାରୁ ତାଙ୍କ ବାମ ହାତ ପୋଡି ଯାଇଥିଲା । ଘଟଣାସ୍ଥଳରେ ହିଁ କମଳାଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚୌଦ୍ବାର ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ: ଆରମ୍ଭ ହେଲାଣି ସିଜରିଆନ ଡେଲିଭରି

ଫୁଲବାଣୀ ଅଫିସ, ୬ା୧-ସରକାର ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱ ଦେଉଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର କମିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ସିଜରିଆନ ଡେଲିଭରି...

ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପ:ଭିତ୍ତିଭୂମି ପରଖିଲେ ଆର୍କିଟେକଚର୍‌

ଅନୁଗୋଳ ଅଫିସ, ୧୩।୮ ବଦଳିବ ଅନୁଗୋଳ ଷ୍ଟାଡିୟମ ରୂପରେଖ। ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହାର ନବକଳେବର କରାଯିବ। ଏଥିସହ ବିଭିନ୍ନ ଖେଳ ସୁବିଧାରେ ଏଠାରେ ଯେପରି ଆୟୋଜନ...

କାମରେ ଆସୁନି ଜୀବେ ନିଷ୍ଠୁରତା ନିବାରଣ ଆଇନ

ମହାକାଳପଡ଼ା,୨୯ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ସିଂ, ୧୫ ମାଇଲି, ୧୨ ନମ୍ବର, ବାଘୁଆମେଦ, ଜମ୍ବୁ ଅଞ୍ଚଳରେ ଗଞ୍ଜା ଲଢେଇ ହେଉଛି।...

ଡିଜିଟାଲ ପ୍ଲାଟଫର୍ମରେ ଯୋଡ଼ି ହେବେ ପାଞ୍ଚ ହଜାର କାର୍ଯ୍ୟକର୍ତ୍ତା

କେନ୍ଦୁଝର,୬।୬(ସ୍ବ.ପ୍ର.): କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୋଦି ସରକାରଙ୍କ ଦିତୀୟ ପାଳିର ଏକ ବର୍ଷ ପୂର୍ତ୍ତି ଶାସନର ସଫଳତା ଓ ଯୋଜନା ସମ୍ପର୍କରେ ଆସନ୍ତା ୮...

ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଞ୍ଚ ଆରମ୍ଭ

ଛତ୍ରପୁର,୧୮ା୮(ଡି.ଏନ.ଏ)-ଛତ୍ରପୁର ବ୍ଲକର ସମସ୍ତ ସରକାରୀ ସ୍କୁଲରେ କାର୍ଯ୍ୟରତ ଜୁନିୟର, ପ୍ରାଥମିକ ଶିକ୍ଷକଙ୍କ ଜାତି ଓ ମାଇଗ୍ରେଶନ ପ୍ରମାଣପାତ୍ରର ଯାଞ୍ଚ ଶନିବାରଠାରୁ ଆରମ୍ଭ ହୋଇଛି। ବ୍ଲକ ଶିକ୍ଷା...

ଜଙ୍ଗଲ ଜମିରେ ଚାଲିଛି ବେଆଇନ ଗଞ୍ଜେଇ ଚାଷ: ଅମଳ ପାଇଁ ଗଞ୍ଜେଇପଦାରେ ଟଣାହେଲାଣି ତମ୍ବୁ

ବଇଣ୍ଡା,୨୬ା୧୨(ପରିକ୍ଷିତ ସାହୁ) – ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଇଲାକାର ଅନେକ ସରକାରୀ ଜଙ୍ଗଲ ଜମିରେ ବେଆଇନ...

ସମ୍ବଲପୁର, ବରଗଡ଼ରେ ୪ଦିନ ବିଦ୍ୟୁତ୍‌ କାଟ

ସମ୍ବଲପୁର,୫ା୭ (ବ୍ୟୁରୋ): ସମ୍ବଲପୁର ଚିପିଲିମା ପାୱାର ହାଉସ୍‌ରେ ମରାମତି କାମ ଯୋଗୁ ସମ୍ବଲପୁର ଓ ବରଗଡ ଜିଲାର ବିଭିନ୍ନ ଅଞ୍ଚଳକୁ ୪ଦିନ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ...

୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର...

Advertisement
Archives

Model This Week