ଆମ ଜିଲା ଖବର

ବଣ୍ଡାଘାଟିରେ ଡିଜିପି ଅଭୟ

ମାଲକାନଗିରି/ଗୋବିନ୍ଦପାଲି, ରାୟଗଡା ଅଫିସ,୭।୩: ମାଲକାନଗିରି ଜିଲା ଖଇରପୁଟ ବ୍ଲକର ଦୁର୍ଗମ ଅଞ୍ଚଳ ତଥା ମାଓବାଦୀ ଅଧ୍ୟୁଷିତ ବଣ୍ତାଘାଟିକୁ ରବିବାର ଡିଜିପି ଅଭୟ ଗସ୍ତ କରିଥିଲେ। ବଣ୍ତାଘାଟିରେ କିଛିଦିନ ତଳେ ପ୍ରତିଷ୍ଠା ହୋଇଥିବା ୨ ବିଏସ୍‌ଏଫ୍‌ କ୍ୟାମ୍ପ ପରିଦର୍ଶନ କରି ସେ ମାଓବାଦୀଙ୍କ…

ବସ୍‌ଷ୍ଟାଣ୍ଡ୍‌ରେ ଯୁବକଙ୍କୁ ହତ୍ୟା

ଚମ୍ପୁଆ,୭।୩: କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ କୋଦଗାଡ଼ିଆ ଗ୍ରାମରେ ସାମାନ୍ୟ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ଲିପୁନ ମହାନ୍ତ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗୌରହରି ମହାନ୍ତଙ୍କୁ ଗିରଫ କରିଛି।…

ରୋଗୀଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଷ୍ଟେଚରରେ ବୋହିନେଲେ ଆମ୍ବୁଲାନ୍ସ କର୍ମଚାରୀ

ବାଉଁଶୁଣୀ,୭ା୩: ଗାଡି ଯିବା ପାଇଁ ରାସ୍ତା ନ ଥିବାରୁ ଦେଢ଼ କି.ମି ବାଟ ରୋଗୀଙ୍କୁ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ। ବୌଦ୍ଧ ବ୍ଲକ ଆମ୍ବଝରି ଗ୍ରାମ ପଞ୍ଚାୟତ ବିଜାମାରି ଗ୍ରାମରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ବୌଦ୍ଧ…

ଅଳିଆଗଦାରୁ ବ୍ୟାପି ବାରାହୀ ପାହାଡ଼ରେ ନିଆଁ

ହିଞ୍ଜିଳିକାଟୁ,୭ା୩: ହିଞ୍ଜିଳିକାଟୁ ସହର ନିକଟସ୍ଥ ବାରାହୀ ପାହାଡ଼ରେ ରବିବାର ନିଆଁ ଲାଗିଥିଲା। ଦମକଳ ବାହିନୀ ଓ ସ୍ଥାନୀୟ ଅଞ୍ଚଳର ଯୁବକଙ୍କ ପ୍ରୟାସରେ ନିଆଁକୁ ଆୟତ୍ତ କରାଯାଇଥିଲା। ପାହାଡ଼ ନିକଟରେ ଥିବା ଜନବସତିର ଅଳିଆଗଦାରୁ ନିଆଁ ଶୁଖିଲା ପତ୍ରରେ ଲାଗି ପାହାଡ଼କୁ ବ୍ୟାପି…

ପୋଲିସ ଗାଡ଼ି ପୋଡ଼ି ଘଟଣା: ପହଞ୍ଚିଲେ ଡିଆଇଜି

ଚଣ୍ଡିଖୋଲ, ୭।୩ (ଡି.ଏନ୍‌.ଏ): ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭରତପୁର ଠାରେ ଶନିବାର ଗୋଷ୍ଠୀ ସଂଘର୍ଷ ଓ ପୋଲିସ ଭ୍ୟାନ ପୋଡିଘଟଣା ନୂଆ ମୋଡ ନେଇଛି। ପୋଲିସ ଶନିବାର ରାତିରେ ୨୧ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି। ଡିଆଇଜି…

କରୋନା ଟିକା ନେଲେ ୫୦୨ ବରିଷ୍ଠ ନାଗରିକ

ବୁଗୁଡ଼ା,୭।୩ : ବରିଷ୍ଠ ନାଗରିକ ଓ ୪୫ ରୁ ୫୯ ବର୍ଷ ବୟସ ମଧ୍ୟରେ ଗୁରୁତର ରୋଗୀଙ୍କ ପାଇଁ ମାର୍ଚ୍ଚ ୧ ତାରିଖରୁ ଚାଲିଥିବା ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏଥିରେ ବୁଗୁଡ଼ା ବ୍ଲକର ୫୦୨ ଜଣ ବରିଷ୍ଠ ନାଗରିକ ଓ ୨୨…

ବଣ୍ଡା ଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି

କୋରୁକୋକଣ୍ଡା, ୭।୩(ଡି.ଏନ୍‌.ଏ): ମାଲକାନଗିରି ଜିଲାର ବଣ୍ଡା ଘାଟିରେ ଏକ ଅଗ୍ନିଶମ ଗାଡ଼ି ଶନିବାର ଓଲଟି ୫ ଆହତ ହୋଇଛନ୍ତି। ଏଥିରେ ୫ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଥିବା ବେଳେ ସେଥିମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ମନୋଜ କୁମାର…

ମିଳୁନି ପାଣି, ଲୋକେ ହନ୍ତସନ୍ତ

ବେଗୁନିଆ,୭ା୩(ଡି.ଏନ୍‌.ଏ.): ଗତ କିଛିଦିନ ଧରି ପ୍ରଚଣ୍ଡ ତାତି ଯୋଗୁ ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ଗ୍ରାମରେ ନଳକୂପ ଅଚଳ…

ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ

କଟକ ଅଫିସ, ୭ା୩: କଟକ ବଜ୍ରକବାଟିସ୍ଥିତ ବାଣିଜ୍ୟକର ମାର୍କେଟ କମ୍ପ୍ଲେକ୍ସ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି କମ୍ପ୍ଲେକ୍ସ ଛାତରୁ ପଲସ୍ତରା ଖସି ରଡ ଦେଖାଯାଉଛି। ଏଠାରେ ଦୋକାନ ଘର ଅଛି କିନ୍ତୁ ଭଡା ଲାଗିପାରୁନାହିଁ। ସେହିପରି ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା…

ଓଡ଼ିଶାରେ ସାମୁଦ୍ରିକ ଶୈବାଳ ଚାଷ

ପାରାଦୀପ, ୭ା୩(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪ ସ୍ଥାନରେ ସପ୍ତାହେ ହେଲା ପ୍ରଥମ କରି ସାମୁଦ୍ରିକ ଶୈବାଳ ଚାଷ ଆରମ୍ଭ ହୋଇଛି। ଅନ୍ୟ ସ୍ଥାନ ହେଲା ଗଞ୍ଜାମ, ପୁରୀ ଓ ବାଲେଶ୍ୱର। ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଓ ତାମିଲନାଡୁର ଏକ…

ଶ୍ରୀମନ୍ଦିରରେ ରକ୍ତଛିଟା, ୨ଥର ମହାସ୍ନାନ

ପୁରୀ ଅଫିସ,୭।୩: କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ଓ ବାନ୍ତି ପଡ଼ିଥିଲା। ଫଳରେ ନୀତି ବିଳମ୍ବ ସହ ମହାପ୍ରଭୁଙ୍କୁ ୨ ଥର ମହାସ୍ନାନ କରାଯାଇଛି। ଶନିବାର ପ୍ରଥମେ ଧୁକୁଡ଼ି ଦ୍ୱାର (ଭିତରକାଠ ଓ ବେହରଣ ନିକଟରେ) ରକ୍ତଛିଟା ପଡ଼ିଥିବା…

ଖୋଲିଲା ତାମ୍ପରା ଲେକ୍‌ ଭ୍ୟୁ ଫ୍ରଣ୍ଟ୍‌

ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ୍‌ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ ବେସିସ୍‌ରେ ଶନିବାର ଖୋଲାଯାଇଛି। ଶୁଭାରମ୍ଭ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?