ଯୁଦ୍ଧ କରିବାକୁ ନାହାନ୍ତି ଯୋଦ୍ଧା

ବଇଣ୍ଡା,୨୪ା୫:  କୋଭିଡ୍‌ ବିରୋଧୀ ଯୁଦ୍ଧରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସମ୍ମୁଖ ଯୋଦ୍ଧା ସାଜିଛନ୍ତି। ସେମାନଙ୍କୁ ଉପଯୁକ୍ତ ପରିଚାଳନା ଓ ସହଯୋଗ ହିଁ ଏହି ଲଢ଼େଇରେ ବିଜୟ ଦେଇପାରିବ। ହେଲେ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆନ୍ତରିକତା ନେଇ ପ୍ରଶ୍ନ ଉଠାଇଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକବାସୀ। କାରଣ ଆଠମଲ୍ଲିକ ଉପଖଣ୍ଡର ଏହି ବ୍ଲକରେ କୋଭିଡ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବା ବେଳେ କିଶୋରନଗର, ବଇଣ୍ଡା, ହଣ୍ଡପା ଓ ଅଙ୍ଗପଡ଼ା ମେଡିକାଲରେ ଡାକ୍ତର ପଦବୀ ଖାଲି ପଡ଼ିଛି। କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୩ ବିଶେଷଜ୍ଞଙ୍କ ସହ ମୋଟ୍‌ ୫ ଡାକ୍ତର ନାହାନ୍ତି। ବଇଣ୍ଡା, ହଣ୍ଡପା ଓ ଅଙ୍ଗପଡ଼ା ମେଡିକାଲ ସମ୍ପୂର୍ଣ୍ଣ ଡାକ୍ତର ଶୂନ୍ୟ। ତେଣୁ ଯୋଦ୍ଧାଙ୍କ ବିନା ଏଠାରେ କୋଭିଡ୍‌କୁ କିପରି ପରାସ୍ତ କରାଯିବ ତାହା ବ୍ଲକବାସୀଙ୍କୁ ବୁଝାପଡ଼ୁନି।
କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭ ଜଣ ଡାକ୍ତରଙ୍କ ଆବଶ୍ୟକତା ରହିଛି। କିନ୍ତୁ ୨ ଜଣ ନିଯୁକ୍ତି ପାଇଛନ୍ତି। ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସ୍ତୁତି, ଶଲ୍ୟ ବିଭାଗର ବିଶେଷଜ୍ଞଙ୍କ ସହ ୨ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡିଛି। ୧୦ ଜଣ ଷ୍ଟାଫ ନର୍ସଙ୍କ ସ୍ଥାନରେ ୩ ଜଣ କାମ ଚଳାଉଛନ୍ତି। ଫାର୍ମାସିଷ୍ଟ, ଲାବରେଟୋରି ଟେକ୍ନିସିଆନ ପଦବୀ ଖାଲିପଡିଛି। ଏସବୁ ପଦବୀ ପୂରଣ ପାଇଁ କିଶୋରନଗର ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ୨୦୧୭ ମେ ୨୩ରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ୨୦୧୮ ଅକ୍ଟୋବର ୧ରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ୨୦୨୦ ଏପ୍ରିଲ ୧୦ରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ୨୦୨୦ ଡିସେମ୍ବର ୧୯ରେ ମେଡିକାଲ ପରିସରରେ ଅହୋରାତ୍ର ଗଣଧାରଣା ଦିଆଯାଇଥିଲା। ପ୍ରଶାସନିକ ଅଧିକାରୀମାନେ ଧାରଣାସ୍ଥକୁ ଆସି ଶୀଘ୍ର ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏଯାଏ ପଦକ୍ଷେପ ନିଆଯାଇ ନାହିଁ। ସେହିପରି ଅଙ୍ଗପଡା ମେଡିକାଲରେ ଜଣେ ଆୟୁଷ ଡାକ୍ତର ଥିବାବେଳେ ୩ ବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ପଦବୀ ଖାଲି ପଡିଛି। ହଣ୍ଡପା ମେଡିକାଲରେ ୩ ବର୍ଷ ହେବ କୌଣସି ଡାକ୍ତର ନ ଥିବାବେଳେ କେବଳ ଫାର୍ମାସିଷ୍ଟ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି। ଷ୍ଟାଫନର୍ସ, ଡ୍ରେସର ପଦବୀରେ ନିଯୁକ୍ତି ଦିଆଯାଉନି। ୫୫ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏହି ମେଡିକାଲକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ଆସୁଥିଲେ ମଧ୍ୟ ଡାକ୍ତର ନ ଥିବାରୁ ମୃତଦେହ ଘଣ୍ଟା ଘଣ୍ଟା ଧରି ପଡ଼ିରହୁଛି। ବଇଣ୍ଡା ମେଡିକାଲରେ ୨ ବର୍ଷ ହେବ ଏମ୍‌ବିବିଏସ୍‌ ଡାକ୍ତର ନାହାନ୍ତି। ବଇଣ୍ଡା ଓ ହଣ୍ଡପା ଅଞ୍ଚଳରେ କରୋନା ପଜିଟିଭ୍‌ ସଂଖ୍ୟା ବଢୁଥିବାରୁ ତୁରନ୍ତ ଡାକ୍ତର ନିଯୁକ୍ତି ପାଇଁ ଦାବି କରାଯାଇଛି।

ପଦକ୍ଷେପ ନିଆଯାଉନି
ବଇଣ୍ଡା ଅଞ୍ଚଳରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢୁଥିବାବେଳେ ଠିକ୍‌ ଭାବେ ସ୍ବାସ୍ଥ୍ୟସେବା ମିଳୁନି। ଜ୍ୱର କି ଥଣ୍ଡା ହେଲେ ରୋଗୀ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଛନ୍ତି। ବଇଣ୍ଡା ମେଡିକାଲରେ ଡାକ୍ତର ନିଯୁକ୍ତି ପାଇଁ ବହୁବାର ଅଭିଯୋଗ ହୋଇଥିଲେ ମଧ୍ୟ ପଦକ୍ଷେପ ନିଆଯାଉନି।
-ଅଜିତ ପଟ୍ଟନାୟକ, କଦଳୀମୁଣ୍ଡା

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରାଯାଉ
ବଇଣ୍ଡା ଆଠମଲ୍ଲିକ ଉପଖଣ୍ଡର ଏକ ପ୍ରମୁଖ ସ୍ଥାନ ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅବହେଳିତ ହୋଇ ରହିଛି। ବଇଣ୍ଡା ମେଡିକାଲ ଉପରେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭର କରନ୍ତି। ଏହାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରାଯିବାକୁ ଦାବି ହେଉଥିଲେ ମଧ୍ୟ ସରକାର ଦୃଷ୍ଟି ଦେଉନାହାନ୍ତି।
-ରମେଶ କୁମାର ସାହୁ, ବଇଣ୍ଡା

ସ୍ବାସ୍ଥ୍ୟସେବାକୁ ଅବହେଳା
ହଣ୍ଡପାରେ ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଡାକ୍ତର ନାହାନ୍ତି। ଫଳରେ ରୋଗୀସେବା ଠାରୁ ମୃତଦେହ ବ୍ୟବଚ୍ଛେଦ ଯାଏ, ସବୁକ୍ଷେତ୍ର ଅବହେଳିତ। ବହୁବାର ଲୋକ ପ୍ରତିନିଧିଙ୍କୁ ଅଭିଯୋଗ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ରାଜ୍ୟ ସରକାର ଖାଲି ପଦବୀ ପୂରଣ କରନ୍ତୁ।
-ସନ୍ତୋଷ କୁମାର ସାହୁ, ହଣ୍ଡପା

ରୋଗୀ ସେବା ବିପର୍ଯ୍ୟସ୍ତ
କିଶୋରନଗର ବ୍ଲକରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହେଉନାହିଁ। ବାରମ୍ବାର ଅଭିଯୋଗପତ୍ର ପ୍ରଦାନ କରାଯାଇଛି। କିନ୍ତୁ ସରକାର ଡାକ୍ତର ନିଯୁକ୍ତି ଦେଉ ନ ଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଶେଷକରି କରୋନା ସମୟରେ ରୋଗୀମାନେ ଠିକ୍‌ ଭାବେ ଚିକିତ୍ସିତ ହୋଇପାରୁ ନାହାନ୍ତି।
-ଦୀନବନ୍ଧୁ ପ୍ରଧାନ, ସଭାପତି, ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି

ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁନି
ଅଙ୍ଗପଡା ଡାକ୍ତରଖାନାରେ ନିଯୁକ୍ତ ଡାକ୍ତରଙ୍କୁ ପ୍ରଶାସନ ଡେପୁଟେଶନରେ କିଶୋରନଗର ମେଡିକାଲକୁ ପଠାଇଛନ୍ତି। ଫଳରେ ଏହି ମେଡିକାଲ ଉପରେ ନିର୍ଭର କରୁଥିବା ରୋଗୀ ସେବା ପାଇପାରୁନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ମେଡିକାଲ ଥିଲେ ମଧ୍ୟ ସରକାରଙ୍କ ଶୁଭ ଦୃଷ୍ଟି ପଡୁନାହିଁ।
-ସବିତା ସାହୁ, ଅଙ୍ଗପଡା

ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି
ଅନୁଗୋଳ ଜିଲାରେ ଡାକ୍ତରଙ୍କ ଅଭାବ ରହିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାର ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜିଲାରେ ଅଧିକ ଡାକ୍ତର ନିଯୁକ୍ତି ଦିଆଗଲେ ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିବ। କିଭଳି ଶୀଘ୍ର ଡାକ୍ତର ନିଯୁକ୍ତି ହେବେ ଏ ନେଇ ଅବଗତ କରାଯାଇଛି।
-ଅଭୟ କୁମାର ଦାସ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri