ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ

କାମାକ୍ଷାନଗର, ୨୪ା୫(ଡି.ଏନ.ଏ.):  ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ ହେଲା ନାହିଁ, ମୋ ପାଗଳା ପୁଅଟା ପାଇଁ ଦି ମୁଠା ଖାଇବାକୁ ଦିଅ। ଖରାରେ ଆଉଟୁପାଉଟୁ ହେଉଛି। ପେଟରେ ଦାନା ନ ପଡ଼ିଲେ ତା’ ଜୀବନ ପଳାଇବ’। ୭୦ ବର୍ଷୀୟା ବୃଦ୍ଧା ସୁକାନ୍ତିଙ୍କ ଏଇ ଦୁଇ ଧାଡ଼ି ହିଁ ସ୍ପଷ୍ଟ କରୁଥିଲା ଭୋକ ସହ ଲଢ଼େଇର ବିକଳ ଚିତ୍ର, ଯାହା କରୋନା ମହାମାରୀ ସମୟରେ ସରକାରୀ ବ୍ୟବସ୍ଥାର ବାସ୍ତବତାକୁ ପଦାକୁ ପକାଇବାକୁ ଯଥେଷ୍ଟ।
ଏପଟେ ଭୋକ, ସେପଟେ ଭୂତାଣୁ। ଏ ଭିତରେ ଫସିଯାଇଛନ୍ତି ସୁକାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ। ଅବେଳରୁ ବୋହୂ ଚାଲିଯିବା ପରେ ପୁଅ ହରାଇଛନ୍ତି ମାନସିକ ଭାରସାମ୍ୟ। ଘରେ ୩ ନାତୁଣୀନାତି। ରାତି ପାହିଲେ ୫ ପ୍ରାଣୀ କୁଟୁମ୍ବଙ୍କ ପେଟପାଟଣା ଚିନ୍ତା। ଏଭଳି ସବୁଦିନିଆ ସଂଘର୍ଷମୟ ଜୀବନ ଓ ଆବର୍ଜନା ଭିତରେ ଖୁସି ଖୋଜୁଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବାଟଗଁା ପଞ୍ଚାୟତ ବ୍ରାହ୍ମଣିଆ ଗ୍ରାମର ସୁକାନ୍ତି ପଧାନ।
ସୁକାନ୍ତିଙ୍କ ଘର କଙ୍କଡ଼ାହାଡ଼ରେ। ହେଲେ ମାନସିକ ଭାରସାମ୍ୟ ହରାଇଥିବା ପୁଅଙ୍କ ସହ ତାଙ୍କୁ ପ୍ରତିଦିନ ଦେଖିବାକୁ ମିଳେ କାମାକ୍ଷାନଗରରେ। ସହରର ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନାରେ ଘାଣ୍ଟି ହୋଇ ବୋତଲ, ଭଙ୍ଗା ଲୁହା ସଂଗ୍ରହ କରନ୍ତି ସେ। ଦିନସାରା ସଂଗ୍ରହ କରିଥିବା ବର୍ଜ୍ୟ ସାମଗ୍ରୀକୁ କବାଡ଼ିଆ ଦୋକାନରେ ବିକ୍ରି କରି ଯାହା ରୋଜଗାର ହୁଏ, ସେଥିରେ ଚଳେ ତାଙ୍କ ସଂସାର। କଥାରେ ଆସିଛି ଦୁଃଖ ଆସେ ସାଙ୍ଗସାଥୀଙ୍କୁ ନେଇ। ସମୟ ଚକ୍ରରେ ଯାହାକୁ ଅଙ୍ଗେ ନିଭାଇଛନ୍ତି ସୁକାନ୍ତି। ନିଜର ସଂଘର୍ଷମୟ ଜୀବନ କାହାଣୀ ବିଷୟରେ ସେ କୁହନ୍ତି, ସେମାନେ ଶୀତଳା ସମ୍ପ୍ରଦାୟର। ମାଣ, ଗଉଣି, ଚଲା ଆଦି ବିକ୍ରି କରି ତାଙ୍କ ପରିବାର ହସଖୁସିର ପରିବାର ଚଳୁଥିଲା। ୧୦ ବର୍ଷ ତଳେ ସ୍ବାମୀ ଏବଂ ୪ ବର୍ଷ ତଳେ ବୋହୂଙ୍କ ମୃତ୍ୟୁ ହୋଇଯିବାପରେ ପରିବାର ଉପରକୁ ମାଡ଼ିଆସିଲା ଦୁଃଖର କଳାବାଦଲ। ବୋହୂଙ୍କ ମୃତ୍ୟୁ ପୁଅକୁ ଏଭଳି ଆଘାତ ପହଞ୍ଚାଇଲା ଯେ, ତା’ର ମାନସିକ ସ୍ଥିତି ବିଗିଡ଼ିଗଲା। ଘରେ ୧୫ ଏବଂ ୧୩ ବର୍ଷର ଦୁଇଜଣ ନାତୁଣୀ, ୧୧ ବର୍ଷର ନାତି ସାଙ୍ଗକୁ ମାନସିକ ଭିନ୍ନକ୍ଷମ ପୁଅଙ୍କ ବୋଝ ବୋହୁଛନ୍ତି ସୁକାନ୍ତି। ଆଧାରକାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି ଏହି ଗରିବ ପରିବାର। ନିଜ ଦୁଃଖ ବଖାଣି ସୁକାନ୍ତି କୁହନ୍ତି, ତାଙ୍କୁ ରାଶନ ସାମଗ୍ରୀ ମିଳୁଥିଲା। ହେଲେ ଆଧାରକାର୍ଡ ନ ଥିବାରୁ ୪ ମାସ ହେଲା ଏହା ବନ୍ଦ ହୋଇଯାଇଛି। ଭତ୍ତା ମଧ୍ୟ ମିଳୁନାହିଁ। ସ୍ବାମୀଙ୍କୁ ମିଳିଥିବା ପୁରୁଣା ଇନ୍ଦିରା ଆବାସ ଘର ଭାଙ୍ଗିରୁଜି ଗଲାଣି। ସରକାର ଗରିବ ପରିବାର ଲାଗି ଏତେ ଯୋଜନା କରିଥିବାବେଳେ ଏସବୁ କାହାପାଇଁ ବୋଲି ସେ କ୍ଷୋଭର ସହ କହିଛନ୍ତି।
ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ ଖଗେଶ୍ୱର ପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ କୁହନ୍ତି, ସୁକାନ୍ତିଙ୍କୁ ଚାଉଳ ମିଳୁ ନ ଥିବା ସମ୍ପର୍କରେ ସେ ଅବଗତ ନାହାନ୍ତି। ସମସ୍ୟା ବୁଝି ସମାଧାନ କରିବା ଲାଗି ଉଦ୍ୟମ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ଗିଲ୍, ଏହି ଖେଳାଳିଙ୍କୁ ପଛରେ ପକାଇ କଲେ…

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ନିଜ ନାମରେ ଆଉ ଏକ ବଡ଼ ବିଶ୍ୱ ରେକର୍ଡ ଯୋଡ଼ିଛନ୍ତି । ଗୁଆହାଟୀର ବାରସାପାରା…

ମହାସଂଯୋଗ! ଅକ୍ଟୋବର ଆରମ୍ଭରୁ ଚମକିବ ୫ଟି ରାଶିର ଭାଗ୍ୟ! ବୁଧ-ଅରୁଣଙ୍କ କୃପାରୁ ହେବେ ମାଲାମାଲ୍ !

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଓ ବିଶେଷ ସଂଯୋଗର ଏକ ବଡ଼ ଗୁରୁତ୍ୱ ରହିଛି । ୩୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୬ ମିନିଟ୍‌ରେ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?