ଲୋକଙ୍କ କାମରେ ଲାଗୁନି ପୌର ପରିଷଦ ଗୋଷ୍ଠୀ ଶୌଚାଳୟ

ସୁନାବେଡ଼ା,୨୬।୧(ସ୍ବ.ପ୍ର.) – ସୁନାବେଡ଼ା ପୌର ପରିଷଦ ପକ୍ଷରୁ ଜାନିଗୁଡ଼ା ଗ୍ରାମର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଗୋଟିଏ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା । ମାତ୍ର ନିର୍ମାଣ ଶେଷ ହେବାର ୬ବର୍ଷ ବିତିଯାଇଥିଲେ ମଧ୍ୟ ତାହା ଲୋକଙ୍କ ବ୍ୟବହାରରେ ଲାଗି ନ ଥିବା ଅଭିଯୋଗ ହେଉଛି। ସହରାଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟକୁ ହାତକୁ ନେବା ସହ ଜନସାଧାରଣଙ୍କ ସୁବିଧା ଲାଗି ସରକାରଙ୍କ ବିଭିନ୍ନ ଯୋଜନାରେ ବହୁ ଅର୍ଥ ବ୍ୟୟ କରି ପୌର ପରିଷଦ ଉନ୍ନୟନମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ସେଥିରୁ ଲୋକେ ସୁଫଳ ପାଉନାହାନ୍ତି। ଜାନିଗୁଡ଼ାରେ ନିର୍ମିତ ଗୋଷ୍ଠୀ ଶୌଚାଳୟ ଏହାର ଏକ ଉଦାହରଣ। ଶୌଚାଳୟ ନିର୍ମିତ ହୋଇଥିବା ସ୍ଥାନରେ ଗଛଲତା ଉଠି ଜଙ୍ଗଲ ସଦୃଶ ହୋଇପଡ଼ିଛି। ଏଠାକୁ ଯିବାକୁ ରାସ୍ତା ନାହିଁ। ଯେକେହି ବ୍ୟକ୍ତି ଶୌଚହେବା ଦୂରର କଥା ତାହା ଭିତରକୁ ଯିବାକୁ ମଧ୍ୟ ଉଚିତ ମଣୁନାହାନ୍ତି। ଶୌଚାଳୟରେ ପାଣି ବ୍ୟବସ୍ଥା ମଧ୍ୟ ନାହିଁ। ଶୌଚାଳୟର ଭିତର ଅବସ୍ଥା ଯେମିତି ଭୂତକୋଠି ପାଲଟିଛି। କୌଣସି ପ୍ୟାନ୍‌ ଠିକ୍‌ ନ ଥିବା ବେଳେ ପ୍ୟାନ୍‌ରେ ମାଟି ଭର୍ତ୍ତି ହୋଇ ରହିଛି। ପାଣି ଟ୍ୟାଙ୍କର ଷ୍ଟାଣ୍ଡ ରହିଛି, ପାଣି ଟ୍ୟାଙ୍କ ନାହିଁ। କବାଟ ସବୁ ଖୋଲା ପଡ଼ିଛି। ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ରାଜପଥ ୮ ଘଣ୍ଟା ଠପ୍‌

ଭୋଗରାଇ, ୨୧ା୧୧(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ନଂ. ରାଜ୍ୟ ରାଜପଥ ଦାରୁହା ଛକଠାରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସ୍ଥାନାନ୍ତରକୁ ବିରୋଧ କରି ସ୍ଥାନୀୟ...

ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୪।୪: ଚିକିତ୍ସାରେ ଅବହେଲା ଯୋଗୁ ଫୁଲବାଣୀ ଜିଲା କାରାଗାରର ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ସହ...

ସରିଲା ‘ଆଗ୍ନେୟ’: ଝୁମାଇଲେ ବିନୋଦ ରାଠୋଡ୍‌

ଢେଙ୍କାନାଳ ଅଫିସ, ୧୩।୧୦ – ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଦୁଇଦିନ ଧରି ଚାଲିଥିବା ବଜରଙ୍ଗ କ୍ଲବର ବାର୍ଷିକ ଉତ୍ସବ ‘ଆଗ୍ନେୟ’ ଶନିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି।...

ଗୋଚର, ଶ୍ମଶାନ ଓ ଜଙ୍ଗଲ ଜମିରେ ଖର୍ଚ୍ଚ ହେଉଛି ‘ୟାସ୍‌’ ଅର୍ଥ

ଖଇରା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଡପୋଖରୀ ପଞ୍ଚାୟତରେ ୟାସ୍‌ ବାତ୍ୟାରେ ଆସିଥିବା ଅର୍ଥ ବେନିୟମ ଭାବେ ଖର୍ଚ୍ଚ ହେଉଥିବା ନେଇ ବିଭିନ୍ନ ଗ୍ରାମର ବାସିନ୍ଦା...

କୁଲାଡ଼ ଆନ୍ଧ୍ରବ୍ୟାଙ୍କରେ ଠକେଇ ନେଇ ଏତଲା

ଭଞ୍ଜନଗର,୧୪।୩(ଡି.ଏନ୍‌.ଏ.) ବ୍ୟାଙ୍କ ଠକେଇ ଯୋଗୁ ଦେଶରେ ଗୋଟିଏ ପରେ ଗୋଟିଏ ଜାତୀୟ ଓ ଘରୋଇ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର...

ବଢୁଛନ୍ତି ରୋଗୀ, ନାହିଁ ଡାଏଲିସିସ୍‌ ମେଶିନ୍‌

ବ୍ରହ୍ମପୁର ଅଫିସ୍‌,୨ା୭-ଗଞ୍ଜାମ ଏବଂ ଏହାର ଆଖାପାଖ ଜିଲାଗୁଡ଼ିକରେ ବିଗତ କିଛି ବର୍ଷ ହେଲା କିଡ୍‌ନୀ ରୋଗୀଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାର...

ଏଚ୍‌ଏସ୍‌ଆର୍‌ପି ଅବଧି ମାସେ ବଢ଼ିଲା

ଭୁବନେଶ୍ୱର(ବ୍ୟୁରୋ)/କଟକ ଅଫିସ, ୧।୧୦: ଜନ ଅସନ୍ତୋଷକୁ ଦେଖି ରାଜ୍ୟ ସରକାର ହାଇସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚଏସ୍‌ଆରପି) ଲଗାଇବା ଅବଧି ଆଉ ୧ ମାସ ବୃଦ୍ଧି କରିଛନ୍ତି।...

ଚୋରା ସ୍କ୍ରାପ୍‌ ବୋଝେଇ ପିକ୍‌ଅପ ଜବତ, ୩ ଗିରଫ

ଯୋଡା,୬ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଚମ୍ପାଡିହିଠାରେ ପୋଲିସ ଚଢାଉ କରି ଏକ ଚୋରା ସ୍କ୍ରାପ ବୋଝେଇ ପିକଅପ ଜବତ କରିବା ସହିତ ଏଥିରେ ସଂପୃକ୍ତ...

Advertisement
Archives

Model This Week