‘ଆଚରଣ ବିଧି ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ’

ବାରିପଦା ଅଫିସ,୨୬।୧- ମୟୂରଭଞ୍ଜ ଜିଲାରେ ମୁକ୍ତ, ଅବାଧ ଓ ନିରପେକ୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ପର୍ଯ୍ୟବେକ୍ଷକଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲାର କରଞ୍ଜିଆ ସବ୍‌ଡିଭିଜନ ପାଇଁ ଥିବା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ରଥ ଓ ବାରିପଦା ପର୍ଯ୍ୟବେକ୍ଷକ ଏସ. କେ. ପଟେଲ ଉପସ୍ଥିତ ରହି ଆଦର୍ଶ ଆଚରଣ ବିଧି, କୋଭିଡ୍‌ ଗାଇଡ ଲାଇନର ଅନୁପାଳନ ତଥା ନିର୍ବାଚନ ପରିଚାଳନା ସମ୍ପର୍କରେ ଅବଗତ କରିଥିଲେ। ଜିଲାରେ ସ୍ବଚ୍ଛ ନିର୍ବାଚନ ପରିଚାଳନା ପାଇଁ ରାଜନୈତିକ ଦଳ, ପ୍ରାର୍ଥୀ ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି । ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ କହିଛନ୍ତି ।
ମତଦାନ କେନ୍ଦ୍ରରେ ଏଜେଣ୍ଟ ନିଯୁକ୍ତି, ବ୍ଲକ ସ୍ତରରେ ଭୋଟ ଗଣତି ଏବଂ ଏଜେଣ୍ଟ ନିଯୁକ୍ତ ପ୍ରସଙ୍ଗରେ ଭାଜପା ଜିଲା ସଭାପତି(ପୂର୍ବ) କାନ୍ଦରା ସୋରେନ ପ୍ରଶ୍ନୋତ୍ତର ମାଧ୍ୟମରେ ଆଲୋଚନା କରିଥିଲେ। ଦୁଇଟି ଟିକା ନେଇଥିବା ବ୍ୟକ୍ତି ମତଦାନ ଓ ଭୋଟ ଗଣତି କେନ୍ଦ୍ରରେ ଏଜେଣ୍ଟ ଭାବେ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯିବ। ସେଥିନିମନ୍ତେ ଆବଶ୍ୟକ କାଗଜପତ୍ର ଦର୍ଶାଇବା ସହ କୋଭିଡ୍‌ ନିୟମକୁ ଅନୁପାଳନ କରିବାକୁ କୁହାଯାଇଛି। ଜିଲା ଓ ବ୍ଳକସ୍ତରରେ ଷ୍ଟ୍ରଙ୍ଗ ରୁମ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା, କଣ୍ଟ୍ରୋଲ ରୁମ ଓ ଆଦର୍ଶ ଆଚରଣ ବିଧି ଅନୁପାଳନ ଦିଗରେ ତଦାରଖ କରିବା ପାଇଁ ସ୍କ୍ବାଡ୍‌ ଗଠନ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ(ସାଧାରଣ) ରୁଦ୍ର ନାରାୟଣ ମହାନ୍ତି, ପିଡି ଡିଆରଡିଏ ପି.ଅନ୍ବେଷା ରେଡ୍ଡି ଓ ଅତିରିକ୍ତ ଏସ୍‌ପି ସୁରେଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପଞ୍ଚାୟତ ଅଧିକାରୀ ଭଗବାନ ଗୌଡ଼ା ଓ ସୂଚନା ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଠ ଟଙ୍କାକୁ ନେଇ ଗଣ୍ଡଗୋଳ: ଆକ୍ରମଣ-ପ୍ରତିଆକ୍ରମଣ ଅଭିଯୋଗ, ୨ ମାମଲା ରୁଜୁ

ଦିଗପହଣ୍ଡି,୨ା୪(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଲୋଚାପଡ଼ା ଚୈତନ୍ୟ ପ୍ରସାଦ ଗଁାରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର କୋଠ ଟଙ୍କା ଆୟବ୍ୟୟ ହିସାବକୁ କେନ୍ଦ୍ରକରି ଉତ୍ତେଜନା ଲାଗିରହିଛି।...

ହେଭିୱେଟ୍‌ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି

ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍‌ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ...

ଦିଗହରା କଳାକାର ସଂଘ: ବସୁନାହିଁ ବୈଠକ, ପରିବର୍ତ୍ତନ ହେଉନାହାନ୍ତି ସମ୍ପାଦକ

ନୟାଗଡ଼ ଅଫିସ,୩୧।୭(ରଞ୍ଜନ କୁମାର ପ୍ରଧାନ)-କଳା,ସଂସ୍କୃତି ଓ ଐତିହ୍ୟର ପୀଠ ନୟାଗଡ଼ ଜିଲା । ଦଣ୍ଡନାଚ, ବାଉଁଶରାଣୀ, ପାଲା , ଦାସକାଠିଆ, ଚଢ଼େୟା ଚଢ଼େୟାଣୀ ଭଳି ୧୪...

ରାସ୍ତା ପାଇଁ କାଳ ସାଜୁଛି ଓଭରଲୋଡିଂ

ଉମରକୋଟ,୨୩।୧୨(ସ୍ବ.ପ୍ର.): ଗତ ୧୫ ତାରିଖରେ ଉମରକୋଟ ସହର ଦେଇ ଯାଇଥିବା ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଉମରକୋଟ ମିଳିତ ନାଗରିକ ମଞ୍ଚ ପକ୍ଷରୁ ସହରର ଡିଏନ୍‌କେ...

୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା

କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍‌ଷ୍ଟେବଳ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ।...

ଷ୍ଟାଫ୍‌ ନର୍ସଙ୍କ ଭରସାରେ ସ୍ବାସ୍ଥ୍ୟ ଉପକେନ୍ଦ୍ର

ମୋରଡ଼ା,୧୫।୭(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଉପାନ୍ତ ଅଞ୍ଚଳ ଜୁଆଳିଭଙ୍ଗା ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତର ଓ ଫାର୍ମାସିଷ୍ଟ...

ଅପରାଜିତାଙ୍କୁ ଦେଖାଦେଲେନି ଭାଜପା ନେତା

ବ୍ରହ୍ମପୁର ଅଫିସ,୨୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗତ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତ ବେଳେ ତାଙ୍କୁ ଦେଖାଦେଲେନି ଭାଜପା ନେତା। ଏହା ବିରୋଧୀ ରାଜନୀତିରେ ଚର୍ଚ୍ଚାର...

ପରେଡରେ ଅଣଛାତ୍ର ହାତେଇ ନେଲେ ଟ୍ରଫି

ବାଲେଶ୍ୱର ଅଫିସ, ୨୮।୧-ବାଲେଶ୍ୱର ପୋଲିସ ଲାଇନ୍‌ ପଡ଼ିଆରେ ଆୟୋଜିତ ଜିଲାସ୍ତରୀୟ ୭୧ତମ ଜନରାଜ୍ୟ ଦିବସରେ ସରକାରୀ, ବେସରକାରୀ ଏମ୍‌ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟ, ବୈଷୟିକ ବିଦ୍ୟାଳୟରୁ...

Advertisement
Archives

Model This Week