ସାଧାରଣତନ୍ତ୍ର ପରିବର୍ତ୍ତେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ସଦରରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ତୋରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ୍‌ ହେବାକୁ ପଡ଼ିଛି। କାରଣ ୭୩ତମ ସାଧାରଣତନ୍ତ୍ର ଦିବସ ପରିବର୍ତ୍ତେ ଏଥିରେ ୭୩ତମ ସ୍ବାଧୀନତା ଦିବସ ବୋଲି ଲେଖାଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସାମାଜିକ ଗଣମାଧ୍ୟମରେ କ୍ଷୋଭବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। ଜାତୀୟ ଦିବସ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାଧାରଣ ଜ୍ଞାନ ଅଭାବରୁ ଏଭଳି ହୋଇଥିବା ସେମାନେ କହିଛନ୍ତି। ଅନ୍ୟପଟେ ପ୍ରଶାସନ ନିଜର ଭୁଲ୍‌ ସୁଧାରି ସଂଶୋଧିତ ବ୍ୟାନର ଲଗାଇଛି।
ସ୍ଥାନୀୟ ଷ୍ଟାଡିୟମ୍‌ରେ ଜିଲାସ୍ତରୀୟ ପରେଡ୍‌ ଲାଗି ମଙ୍ଗଳବାର ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲାସ୍ତରୀୟ ଏହି ଜାତୀୟ ଉତ୍ସବକୁ ଆମନ୍ତ୍ରିତ ହୋଇଥିତ୍ବା ମୁଖ୍ୟ ଅତିଥି ଏବଂ ଜନସାଧାରଣଙ୍କୁ ସ୍ବାଗତ ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଅପରାହ୍ନ ପ୍ରାୟ ୧ଟା ବେଳେ ବଡ଼ତୋରଣ ଲଗାଯାଇଥିଲା। ତେବେ ଏହି ତୋରଣରେ ୭୩ତମ ସ୍ବାଧୀନତା ଦିବସ ବୋଲି ଉଲ୍ଲେଖ ରହିଥିଲା, ଯାହାର ଫଟୋକୁ କେହି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲେ। ଏହା ପରେ ପ୍ରଶାସନ ଟ୍ରୋଲ୍‌ର ଶିକାର ହୋଇଥିଲା। ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ କେଉଁଦିନ, ତାହା ପ୍ରଶାସନିକ ଅଧିକାରୀ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀଙ୍କୁ ଜଣାନାହିଁ ବୋଲି ଅନେକେ ସମାଲୋଚନା କରିଥିଲେ। ଏ ସମ୍ପର୍କରେ କେତେଜଣ ଜିଲାପାଳଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତ୍ରୁଟିପୂର୍ଣ୍ଣ ବ୍ୟାନର ହଟାଯାଇ ସଂଶୋଧିତ ବ୍ୟାନର ଲଗାଯାଇଥିଲା। ଏ ସଂକ୍ରାନ୍ତରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି କୁହନ୍ତି, ବ୍ୟାନର ଛପାଯାଇଥିବା ପ୍ରେସ୍‌ରେ ଏଭଳି ତ୍ରୁଟି ହୋଇଛି। ଜିଲାପାଳଙ୍କ ତାଗିଦ୍‌ ପରେ ଏହାକୁ ବଦଳାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡିରେ ଲୋକଙ୍କ ଅଭିଯୋଗ ଶୁଣିଲେ ଗଞ୍ଜାମ ଜିଲାପାଳ, ରୋଗୀଙ୍କ ଚିକିତ୍ସା ପାଇଁ ଦେଲେ ୪୭ ହଜାର…

ଦିଗପହଣ୍ଡି,୧୮।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି…

୨୦ ଫୁଟ୍‌ ତଳକୁ ଖସିଲା ଚକାଡ଼ୋଳା ବସ୍; ୪୦ ଯାତ୍ରୀ…..

ନୟାଗଡ,୧୮।୮(ଲୋକନାଥ ମିଶ୍ର): ୨୦ ଫୁଟ୍‌ ତଳକୁ ଖସିଲା ବସ୍‌ ।ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥ ଅନ୍ତର୍ଗତ ବାଇପାସ୍‌ର ସୁନାଲଟି ଛକ ନିକଟରେ ଏହି ଦୁର୍ଘଟଣା…

ମାସକ ମଧ୍ୟରେ କେସିଙ୍ଗାରୁ ୩ ଅଜଗର ଉଦ୍ଧାର, ବଜ୍ରଗଡ଼ ଜଙ୍ଗଲରେ…

କେସିଙ୍ଗା,୧୮।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ମାସକ ମଧ୍ୟରେ ୩ ଟି ଆଜଗର ଉଦ୍ଧାର କରାଯାଇଛି । ନୂନ ମାଠ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖାସ…

ଦାରିଙ୍ଗବାଡି ପ୍ରଶାସନର ବଡ଼ ପଦକ୍ଷେପ; ଘରଭଡା ଦେଲେ ପୋଲିସକୁ ତଥ୍ୟ ଦେବେ ମାଲିକ, ବାହାର ରାଜ୍ୟର ଲୋକ ଥାନାରୁ…

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗୋଟିଏ ମାସ ମଧ୍ୟରେ ୫ରୁ ଅଧିକ ଲୁଟ୍ ହୋଇଛି । ଏହି ଘଟଣାରେ କନ୍ଧମାଳ ଏସପି ବଡ଼…

ବନ୍ୟାଜଳରେ ବୁଲି ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଯାଜପୁର/ଦଶରଥପୁର,୧୮।୮(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ) : ବୈତରଣୀ ନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲାର ଦଶରଥପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ସଙ୍ଗିନ ହୋଇପଡିଛି ।…

ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯିବ କାମ: ଛତ୍ରପୁର ବିଧାୟକ ଦେଲେ କଡ଼ା ନିର୍ଦ୍ଦେଶ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ): ଆର୍ଯ୍ୟପଲ୍ଲୀ ପ୍ରଭାବିତ ଅଞ୍ଚଳରେ ସମୁଦ୍ର କୂଳ ସୁରକ୍ଷା ଓ କ୍ଷୟ ରୋକିବା ଦାବିରେ ଚାଲିଥିବା ଆନ୍ଦୋଳନ ମଧ୍ୟରେ ସୋମବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ…

ଶୋଇଥିଲେ ୭ ବର୍ଷର ଶିଶୁ, କାମୁଡ଼ିଲା ସାପ: ଆଉ ତା’ପରେ…

ନର୍ଲା,୧୭।୮(ସନ୍ତୋଷ ପାତ୍ର)-କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ କମର୍ଦ୍ଧା ପଞ୍ଚାୟତ ଉଲିଗୁଞ୍ଜେର ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ସାପ କାମୁଡାରେ ଜଣେ ୭…

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri