ସାଧାରଣତନ୍ତ୍ର ପରିବର୍ତ୍ତେ ସ୍ବାଧୀନତା ଦିବସ

ଢେଙ୍କାନାଳ ଅଫିସ, ୨୬।୧: ଢେଙ୍କାନାଳ ସଦରରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ତୋରଣ ବ୍ୟାନରର ତ୍ରୁଟି ପାଇଁ ପ୍ରଶାସନକୁ ଟ୍ରୋଲ୍‌ ହେବାକୁ ପଡ଼ିଛି। କାରଣ ୭୩ତମ ସାଧାରଣତନ୍ତ୍ର ଦିବସ ପରିବର୍ତ୍ତେ ଏଥିରେ ୭୩ତମ ସ୍ବାଧୀନତା ଦିବସ ବୋଲି ଲେଖାଯାଇଥିଲା। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେବା ପରେ ସାମାଜିକ ଗଣମାଧ୍ୟମରେ କ୍ଷୋଭବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। ଜାତୀୟ ଦିବସ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାଧାରଣ ଜ୍ଞାନ ଅଭାବରୁ ଏଭଳି ହୋଇଥିବା ସେମାନେ କହିଛନ୍ତି। ଅନ୍ୟପଟେ ପ୍ରଶାସନ ନିଜର ଭୁଲ୍‌ ସୁଧାରି ସଂଶୋଧିତ ବ୍ୟାନର ଲଗାଇଛି।
ସ୍ଥାନୀୟ ଷ୍ଟାଡିୟମ୍‌ରେ ଜିଲାସ୍ତରୀୟ ପରେଡ୍‌ ଲାଗି ମଙ୍ଗଳବାର ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲାସ୍ତରୀୟ ଏହି ଜାତୀୟ ଉତ୍ସବକୁ ଆମନ୍ତ୍ରିତ ହୋଇଥିତ୍ବା ମୁଖ୍ୟ ଅତିଥି ଏବଂ ଜନସାଧାରଣଙ୍କୁ ସ୍ବାଗତ ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଅପରାହ୍ନ ପ୍ରାୟ ୧ଟା ବେଳେ ବଡ଼ତୋରଣ ଲଗାଯାଇଥିଲା। ତେବେ ଏହି ତୋରଣରେ ୭୩ତମ ସ୍ବାଧୀନତା ଦିବସ ବୋଲି ଉଲ୍ଲେଖ ରହିଥିଲା, ଯାହାର ଫଟୋକୁ କେହି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେଇଥିଲେ। ଏହା ପରେ ପ୍ରଶାସନ ଟ୍ରୋଲ୍‌ର ଶିକାର ହୋଇଥିଲା। ସାଧାରଣତନ୍ତ୍ର ଦିବସ ଏବଂ ସ୍ବାଧୀନତା ଦିବସ କେଉଁଦିନ, ତାହା ପ୍ରଶାସନିକ ଅଧିକାରୀ ଏବଂ ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀଙ୍କୁ ଜଣାନାହିଁ ବୋଲି ଅନେକେ ସମାଲୋଚନା କରିଥିଲେ। ଏ ସମ୍ପର୍କରେ କେତେଜଣ ଜିଲାପାଳଙ୍କୁ ଫୋନ୍‌ କରି ଜଣାଇଥିଲେ। ଏହାପରେ ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତ୍ରୁଟିପୂର୍ଣ୍ଣ ବ୍ୟାନର ହଟାଯାଇ ସଂଶୋଧିତ ବ୍ୟାନର ଲଗାଯାଇଥିଲା। ଏ ସଂକ୍ରାନ୍ତରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାରଦା ପ୍ରସାଦ ମହାନ୍ତି କୁହନ୍ତି, ବ୍ୟାନର ଛପାଯାଇଥିବା ପ୍ରେସ୍‌ରେ ଏଭଳି ତ୍ରୁଟି ହୋଇଛି। ଜିଲାପାଳଙ୍କ ତାଗିଦ୍‌ ପରେ ଏହାକୁ ବଦଳାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଲା ବର୍ଷା

ବ୍ରହ୍ମପୁର,୭ା୧୨ (ସ୍ମୃତି ରଞ୍ଜନ ମହାଲିକ)ବାତ୍ୟା ମିଗଜୋମ ପ୍ରଭାବରେ ଗଞ୍ଜାମ ଜିଲାରେ ପ୍ରବଳ ବର୍ଷା ହୋଇଛି। ଧାନ କଟା ହୋଇ ବିଲରେ ପଡିଥିବାରୁ ବର୍ଷା ଯୋଗୁ ଶତାଧିକ...

ମତ୍ସ୍ୟଜୀବୀଙ୍କ ସଂଖ୍ୟା ରିପୋର୍ଟ ବିଭାଗ ପାଖରେ ନାହିଁ

ପାରାଦୀପ,୭ା୧୨(ଶରତ ରାଉତ)ରାଜ୍ୟର ପ୍ରମୁଖ ମତ୍ସ୍ୟ ଉତ୍ପାଦନ ସ୍ଥାନ ହେଲା ପାରାଦୀପ ମାଛଧରା ବନ୍ଦର। ଏହି ମାଛଧରା ବନ୍ଦର ଉପରେ ୫୦ ହଜାରରୁ ଅଧିକ ଲୋକ ନିର୍ଭରଶୀଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri