‘ସୁଦୃଢ଼ ଗଣତନ୍ତ୍ର ପାଇଁ ନିର୍ବାଚନୀ ସାକ୍ଷରତା ଜରୁରୀ’

ଢେଙ୍କାନାଳ ଅଫିସ, ୨୬।୧-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ୧୨ତମ ରାଷ୍ଟ୍ରୀୟ ମତଦାତା ଦିବସ ପାଳିତ ହୋଇଯାଇଛି। ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ଏହି ଜିଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲାପାଳ ସରୋଜ କୁମାର ସେଠୀ ଅଧ୍ୟକ୍ଷତା କରି କହିଲେ, ସୁଦୃଢ଼ ଗଣତନ୍ତ୍ର ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ନିର୍ବାଚନୀ ସାକ୍ଷରତା ଅପରିହାର୍ଯ୍ୟ। ଭାରତକୁ ସଫଳ ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଗଢ଼ିବାକୁ ହେଲେ ନାଗରିକମାନେ ପ୍ରଲୋଭନମୁକ୍ତ ହୋଇ ନିର୍ବାଚନରେ ସାମିଲ ହେବା ଆବଶ୍ୟକ। ଏହି ଅବସରରେ ଜିଲାପାଳ ଉପସ୍ଥିତ ଅତିଥିଙ୍କୁ ସଂକଳ୍ପପାଠ କରାଇଥିଲେ। ଏଥିସହ ନୂତନ ଭୋଟରଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଥିଲା। ଦିବସ ପାଳନ ଉପଲକ୍ଷେ ଆୟୋଜିତ ହୋଇଥିବା ବକ୍ତୃତା, ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲେ। ସ୍ବତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତିରେ ଉତ୍ତମ କାର୍ଯ୍ୟ କରିଥିବା ବିଏଲଓଙ୍କୁ ସମ୍ମାନିତ କରାଯାଇଥିଲା। ପୂର୍ଣ୍ଣାଙ୍ଗ ଭୋଟର ତାଲିକା ପ୍ରକାଶନରେ ସହଯୋଗ କରିଥିବା ସମସ୍ତ ଭୋଟର, ପଞ୍ଜୀକରଣ ଅଧିକାରୀ ତଥା ଉପଜିଲାପାଳଙ୍କୁ ପ୍ରଶଂସା କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶଶାଙ୍କ ଶେଖର ଦାଶ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଜିଲାରେ ୨୦୨୨ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକାରେ ୧୭ ହଜାର ୨୧୩ ନୂତନ ଭୋଟର ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହାପରେ ଜିଲାର ମୋଟ ଭୋଟରଙ୍କ ସଂଖ୍ୟା ୯ଲକ୍ଷ ୫୧ ହଜାର ୬୩୩ ହୋଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସୌଦାମିନୀଙ୍କ ପରିବାରକୁ ମିଳୁନି ଆବାସ

ବ୍ରହ୍ମବରଦା,୧୯।୪(ଡି.ଏନ୍‌.ଏ.): ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବନ୍ଧଡ଼ିହ ପଞ୍ଚାୟତ ଜୟସିଂହଡ଼ା ଗ୍ରାମର ସୌଦାମିନୀ ସାହାଣୀଙ୍କ ପରିବାରକୁ ମିଳୁନି ଆବାସ ଯୋଜନାରେ ଘରଟିଏ। ଫଳରେ ଏହି ପରିବାର ଭଙ୍ଗାଘରେ...

ମନ୍ତ୍ରୀଙ୍କ ପାଚେରି ଭାଙ୍ଗିଲେ ଗ୍ରାମବାସୀ

ବାରିପଦା ଅଫିସ, ୨।୧୦: ଯିବା ଆସିବା ଲାଗି ରାସ୍ତା ଛାଡ଼ିବାକୁ ଲୋକେ ଅନୁରୋଧ କରିଥିଲେ। ହେଲେ ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ଲୋକଙ୍କ ରୋଷର ଶିକାର...

ବାରହାଟିପୁରାରେ ମକର ମେଳା: ଲାଗିଛି ଭକ୍ତଙ୍କ ଭିଡ଼

କେନ୍ଦୁଝର,୧୪ା୧(ସ୍ବ.ପ୍ର.): ମକର ସଂକ୍ରାନ୍ତି ଉପଲକ୍ଷେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବାରହାଟିପୁରାରେ ପାହାଡ଼ ଉପରେ ପୂଜା ପାଇ ଆସୁଥିବା ନୀଳକଣ୍ଠେଶର ମହାଦେବଙ୍କ ମନ୍ଦିରରେ ପ୍ରବଳ ଭକ୍ତଙ୍କ...

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ...

ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା

ପାଟଣା,୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍‌ ମୟୂରଭଞ୍ଜ ଜିଲାରୁ ଗୋଠଛଡ଼ା ଦନ୍ତା ରବିବାର ରାତିରେ ସାହାରପଡ଼ା ସେକ୍ସନ ଉଦୟପୁର ବିଟ୍‌ରେ...

ଡାକ୍ତରଙ୍କ ଆକାଉଣ୍ଟରୁ କାଟି ନେଲେ ୧୦ ଲକ୍ଷ

ଆଳି,୧୪।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ବାଦଲ କୁମାର ମହାନ୍ତି ସାଇବର ଠକଙ୍କ ଶିକାର ହୋଇଛନ୍ତି। ଆଳି ଥାନା ଅନ୍ତର୍ଗତ ବଡାମ୍ବିଳା...

ଦିଆସିଲି ବୋଝେଇ ଟ୍ରକରେ ଲାଗିଲା ନିଆଁ

ବାରିପଦା ଅଫିସ,୧୬।୩: ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ଷ୍ଟେସନ ବଜାର ଅଏଲ ମିଲ ସମ୍ମୁଖରେ ଏକ ଦିଆସିଲି ବୋଝେଇ ଟ୍ରକଟିରେ ହଠାତ ନିଆଁ ଲାଗିଯାଇଛି।...

ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୮: ବଢୁଛି ଆରୋଗ୍ୟ ହାର

ବ୍ରହ୍ମପୁର ଅଫିସ,୨୯ା୫-ପ୍ରବାସୀ ଫେରନ୍ତାଙ୍କ ପାଇଁ ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ଜିଲାରେ ୪ ନୂତନ ସଂକ୍ରମିତଙ୍କୁ ନେଇ ମୋଟ ଆକ୍ରାନ୍ତଙ୍କ...

Advertisement
Archives

Model This Week