ଦଳୀୟ ପ୍ରାର୍ଥୀଙ୍କ ପାଇଁ ଅସନ୍ତୁଷ୍ଟ ଅଡୁଆ

ଜଗତ୍‌ସିଂହପୁର ଅଫିସ, ୧୫ା୨:ତିର୍ତ୍ତୋଲ ଜିଲା ପରିଷଦ ୩ ନଂ. ଜୋନର ସ୍ବତନ୍ତ୍ରତା ଅଛି। କାରଣ ଏହି ଜୋନ ଅନ୍ତର୍ଗତ ବିରିତୋଳ ପଞ୍ଚାୟତରୁ ୨ ଜଣ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କ ଭାଇ। ଅନ୍ୟପକ୍ଷେ ୨୦୧୭ ନିର୍ବାଚନରେ ଜୋନ ଅନ୍ତର୍ଗତ ୮ରୁ ୪ଟି ପଞ୍ଚାୟତରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ଜିତିଥିଲେ। ବଡ କଥା ହେଲା ଜିଲା ପରିଷଦ ସଭ୍ୟ ପଦ କ୍ଷେତ୍ରରେ କିନ୍ତୁ ବିଜେଡି ପ୍ରାର୍ଥୀଙ୍କୁ ଭଲ ଭୋଟ ମିଳିଥିଲା। କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଉଥିଲେ ସୁଦ୍ଧା ତାହା ହୋଇ ନ ଥିଲା। ଭାଜପା ପ୍ରାର୍ଥୀ ୨ୟ ସ୍ଥାନରେ ରହି ସମୀକରଣ ଓଲଟପାଲଟ କରି ଦେଇଥିଲେ। ଆଗାମୀ ନିର୍ବାଚନରେ ଏହି ଜୋନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ଆଶା କରାଯାଉଥିବା ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।
ତିର୍ତ୍ତୋଲ ୩ନଂ. ଜୋନଟି ଗତଥର ପଛୁଆବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି। ଏହି ଜୋନ କହିଲେ, ବିରିତୋଳ, ଗୋପାଳପୁର, ଗୋବିନ୍ଦପୁର, କନକପୁର, ମୂଳିସିଂହ, ପଟିଲୋ, କୋଷ୍ଟିମଲ୍ଲିକାପୁର ଓ ସଅଁରା ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନର ଭୋଟର ସଂଖ୍ୟା ୩୨୩୪୮ ଥିଲା। କିନ୍ତୁ ଏଥର ଅଧିକ ୨୯୩୧ ଜଣ ଯୋଡି ହୋଇଛନ୍ତି। ଯାହାଦ୍ୱାରା ମୋଟ ଭୋଟର ସଂଖ୍ୟା ୩୫,୨୭୯ରେ ପହଞ୍ଚତ୍ଛି। ୨୦୧୭ ନିର୍ବାଚନ ଫଳାଫଳ ଦେଖିଲେ ଜଣାଯାଏ ଏହି ଜୋନରୁ ବିଜେଡି ପ୍ରାର୍ଥୀ ଲିପାଲି ରାଉଳଙ୍କୁ ୧୨,୨୨୩ ଖଣ୍ଡ, ଅର୍ଥାତ୍‌ ମୋଟ ମତଦାନର ୩୬.୭୪% ଭୋଟ ମିଳିଥିଲା। କଂଗ୍ରେସର ଜାନକୀ ସାସମଲଙ୍କ ସପକ୍ଷରେ ୫,୬୮୧ ଖଣ୍ଡ, ଅର୍ଥାତ୍‌ ୧୭.୦୭% ଭୋଟ ଯାଇଥିଲା। ଭାଜପାର ଅନ୍ନପୂର୍ଣ୍ଣା ରାଉତଙ୍କୁ ୮,୩୨୪ ଖଣ୍ଡ, ଅର୍ଥାତ୍‌ ୨୫.୦୨% ଭୋଟ ମିଳିଥିଲା। ତେବେ ଏହି ନିର୍ବାଚନରେ ଭାଜପା ପ୍ରାର୍ଥୀ ରାଉତଙ୍କଠାରୁ ବିଜେଡିର ରାଉଳ ଅଧିକ ୩,୮୯୯ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର ବିଜେଡିରୁ ସୁନିଲ କୁମାର ବେହେରା, କଂଗ୍ରେସରୁ ମାନସ ରଞ୍ଜନ ବେହେରା ଓ ଭାଜପାରୁ ରଞ୍ଜିତ କୁମାର ବେହେରା ପ୍ରାର୍ଥୀ ହୋଇଛନ୍ତି। ଭାଜପା ପ୍ରାର୍ଥୀ ରଞ୍ଜିତ ଉଚ୍ଚଶିକ୍ଷିତ। ଜଗତ୍‌ସିଂହପୁର କୋର୍ଟରେ ଓକିଲାତି କରୁଛନ୍ତି। ସେ କହିଛନ୍ତି, ଅଞ୍ଚଳର ଲୋକେ କୌଣସି କାରଣରୁ କୋର୍ଟର ଆଶ୍ରୟ ନେଲେ ସେ ସହଯୋଗ କରିଥାନ୍ତି। ଏଥିସହ ଜୋନ ଅନ୍ତର୍ଗତ ପଞ୍ଚାୟତଗୁଡିକରେ ହେଉଥିବା ଦୁର୍ନୀତିର ପର୍ଦ୍ଦାଫାସ ପାଇଁ ଆର୍‌ଟିଆଇରେ ସୂଚନା ମାଗିଥାନ୍ତି। ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଓ ସରପଞ୍ଚମାନଙ୍କ ଦୁର୍ନୀତି ଯୋଗୁ ଲୋକେ ଅତିଷ୍ଠ। ଯାହାକି ତାଙ୍କୁ ସହଯୋଗ କରୁଛି। ଏହା ଭିତରେ ନିଜ ପଞ୍ଚାୟତ ମୂଳିସିଂହ ସହ ସେ ପଟିଲୋ ଓ କୋଷ୍ଟିମଲ୍ଲିକାପୁର ପଞ୍ଚାୟତରେ ଡୋର କ୍ୟାମ୍ପେନିଂ ବେଳେ ଭଲ ସମର୍ଥନ ମିଳିଛି। ବିଶେଷକରି ଗୋବିନ୍ଦପୁର, କନକପୁର, ସଅଁରା, ପଟିଲୋ ଓ କୋଷ୍ଟିମଲ୍ଲିକାପୁରରେ ଅଧିକ ଭଲ ଫଳ ମିଳିବ ବୋଲି ଆଶା କରାଯାଉଥିବା ରଞ୍ଜିତ ମତପ୍ରକାଶ କରିଛନ୍ତି। ବିଜେଡି ପ୍ରାର୍ଥୀ ସୁନିଲ ଜଣେ ବ୍ୟବସାୟୀ। ରାଜନୀତିରେ ନୂଆ ହୋଇଥିଲେ ସୁଦ୍ଧା ତାଙ୍କ ଭଉଣୀ ତଥା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଏହି କାରଣରୁ ଦଳ ସୁନିଲଙ୍କ ଉପରେ ଆସ୍ଥା ପ୍ରକଟ ସହ ପ୍ରାର୍ଥୀ କରିଛି। ତାଙ୍କ ପୂର୍ବରୁ ବିରିତୋଳ ସମିତିସଭ୍ୟାଙ୍କ ସ୍ବାମୀ ଦେବେନ୍ଦ୍ର ମଲ୍ଲିକ ଏହି ଜୋନରୁ ବିଜେଡି ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ। ଦେବେନ୍ଦ୍ର କଂଗ୍ରେସର ଜଣେ ଜଣାଶୁଣା ନେତା ଥିଲେ। ସେ ବିଜେଡିରେ ମିଶିଲା ପରେ ତାଙ୍କୁ ଜିଲା ପରିଷଦ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଶେଷରେ ସୁନିଲଙ୍କୁ ଜିଲା ପରିଷଦ ଓ ଦେବେନ୍ଦ୍ରଙ୍କ ସ୍ତ୍ରୀଙ୍କୁ ବିରିତୋଳ ସମିତି ସଭ୍ୟ ପ୍ରାର୍ଥୀ କରାଯାଇଛି। ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ନିର୍ବାଚନରେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଜିତିଥିଲେ ସୁଦ୍ଧା ନେତୃତ୍ୱଙ୍କ ମନରେ ହରସ ନ ଥିଲା। କାରଣ କଂଗ୍ରେସ ସମର୍ଥନରେ କନକପୁର, ବିରତୋଳ, ମୂଳିସିଂହ ଓ ସଅଁରା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ଜିତିଥିଲେ। ଆଗାମୀ ନିର୍ବାଚନରେ ଯେପରି ଗତ ନିର୍ବାଚନ ଫଳର ପୁନରାବୃତ୍ତି ନ ହୁଏ ସେନେଇ ବିଜେଡି ନେତୃତ୍ୱ ରଣନୀତି ଆପଣାଉଥିବା ସୂଚନା ଦିଆଯାଇଛି। କଂଗ୍ରେସ ପ୍ରାର୍ଥୀ ମାନସ କହିଛନ୍ତି ତାଙ୍କ ପାଖରେ ଅର୍ଥ ବଳ କି ବାହୁ ବଳ ନାହିଁ ସତ। କିନ୍ତୁ ଦୀର୍ଘ ୨୦ ବର୍ଷର ରାଜନୈତିକ ଅଭିଜ୍ଞତା ଅଛି। ଦୀର୍ଘବର୍ଷ ଧରି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ପାଉଛି। କୌଣସି ଲୋକଙ୍କ କାମ କଲାବେଳେ ଦଳ ଦେଖେନି। ଦଳ ଅପେକ୍ଷା ବ୍ୟକ୍ତିଗତ ସମ୍ପର୍କକୁ ଗୁରୁତ୍ୱ ଦିଏ। ଯେଉଁ କାରଣରୁ ଦଳ, ବଳ ନିର୍ବିଶେଷରେ ପ୍ରତ୍ୟେକ ତାଙ୍କୁ ଆଦର ଓ ଶ୍ରଦ୍ଧା କରନ୍ତି। ଏହାକୁ ସମ୍ବଳ କରି ସେ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରୁଛନ୍ତି। ସଫଳତା ମିଳିବ ବୋଲି ସେ ଆଶାବାଦୀ ଥିବା କହିଛନ୍ତି। ଦେଖିବାର ଅଛି ଆଗକୁ ସମୀକରଣ କେଉଁ ମୋଡ ନେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?