ସରପଞ୍ଚ ପ୍ରାର୍ଥୀଙ୍କ ଲଟେରି ଥୋପ

ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ନାଏକ ଲଟେରି ଲୋଭ ଦେଖାଇ ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ଏକ ଲଟେରି କୁପନ ବାଣ୍ଟୁଛନ୍ତି। ସେ ସରପଞ୍ଚ ଭୋଟରେ ଜିତିଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି ଲଟେରି ଉଠାଣ ହେବ ବୋଲି କୁପରେ ଉଲ୍ଲେଖ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥତ୍ନୀ ସସ୍ମିତା ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଛନ୍ତି। ଖୋଲାଖୋଲି ଭାବେ ଲଟେରି ଟିକଟ ବାଣ୍ଟୁଥିଲେ ବି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଉଦ୍‌ବେଗ୍‌ ପ୍ରକାଶ ପାଇଛି। ଏହି ଲଟେରିରେ ସମୁଦାୟ ୧୨ଶହ ଉପହାର ଦେବା ପାଇଁ ଉଲ୍ଲେଖ ରହିଛି। ଯଦି ପ୍ରାର୍ଥୀ ଜିତିବେ, ତାହାହେଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ସାଢେ ୧୦ଟାରେ ଲଟେରି ଉଠାଣ ହେବ। ଏହି ଲଟେରିରେ ଜଣଙ୍କୁ ୧୦ଗ୍ରାମ ସୁନା, ଜଣଙ୍କୁ ଫ୍ରିଜ, ୨ଜଣଙ୍କୁ ୱାଶିଂ ମେଶିନ, ୧୦ଟି ମୋବାଇଲ ଫୋନ୍‌, ୧୦ଟି ଗୋଦରେଜ ଆଲମିରା, ୧୦ଟି ସିଲିଂ ଫ୍ୟାନ, ୫୦ଟି ଗ୍ରାଇଣ୍ଡର, ୫୦ଟି ପ୍ରେସରକୁକର,୧ ହଜାର କଟନଶାଢି ଲଟରି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି କୁହୁରା ପଞ୍ଚାୟତର ୫ଟି ଗ୍ରାମର ଖେଳାଳିଙ୍କ ପାଇଁ ୫୦ଟି ଜର୍ସି, ୫ଟି ଫୁଟବଲ୍‌, ୫ଟି କ୍ରିକେଟ ବ୍ୟାଟ୍‌ ଓ ବଲ୍‌ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯିବ ବୋଲି ଟିକଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ଆଦାୟ ଘଟଣା: ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଗୋପ,୨୨।୮(ଡି.ଏନ୍‌.ଏ.): ଗୋପ ବ୍ଲକ ଦିହୁଡା ନୀଳକଣ୍ଠେଶ୍ୱର ନୋଡାଲ ସ୍କୁଲରେ ଶନିବାର ମାଟ୍ରିକ୍‌ ମାର୍କଶିଟ୍‌ ପାଇଁ ଟଙ୍କା ନିଆଯାଇଥିଲା। ଏଥିସହ ୯ମ ଶ୍ରେଣୀ ପିଲାଙ୍କଠାରୁ ନାମ ରେଜିଷ୍ଟ୍ରେଶନ...

କରୋନାରେ ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ, ୨୩।୭-ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି)ରୁ ଅବସର ନେବା ପରେ ଜଣେ ସହକାରୀ ଯନ୍ତ୍ରୀ କରୋନା ପରିଚାଳନା କାର୍ଯ୍ୟରେ ନିୟୋଜିତ ଥିଲେ। ଗୁରୁବାର ତାଙ୍କର କରୋନାରେ...

ଫିଟ୍‌ନେସ୍‌ ନ ଥିବାରୁ ସିଜ୍‌ ହେଲା ୨ଟି ବସ୍‌: ୫୧ ହଜାର ଫାଇନ୍‌

ଭୁବନେଶ୍ୱର, ୨।୩(ବ୍ୟୁରୋ): ଦୁଇ ଦୁଇ ଥର ମହଲତ ମିଳିବା ସତ୍ତ୍ୱେ ସୁଧୁରୁ ନାହାନ୍ତି ବେପରୁଆ ଗାଡ଼ି ଚାଳକ। ରବିବାର ଟ୍ବିନ୍‌ ସିଟିରରୁ ସାଢ଼େ ୬ ଲକ୍ଷ...

ମୃତଦେହ ସଂସ୍କାର ପରେ ରିପୋର୍ଟ ଆସିଲା ପଜିଟିଭ୍‌

ବୁଗୁଡ଼ା,୧୨ା୭(ଡି.ଏନ୍‌.ଏ.)-ବୁଗୁଡ଼ା ବ୍ଲକ ପାଣିକେଶର ଗ୍ରାମର ବସନ୍ତ ନାୟକ (୪୨)ଙ୍କ ମୃତ୍ୟୁ ପରେ ରବିବାର ସ୍ବାବ୍‌ ରିପୋର୍ଟ ପଜିଟିଭ ଆସିଛି। ତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା...

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ

ପୁରୀ ଅଫିସ,୧୯।୧୧ : ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ଶ୍ରୀଜିଉଙ୍କ ଦର୍ଶନ ଉପରେ ପ୍ରଶାସନ ଶୁକ୍ରବାର  କଟକଣା ଲଗାଇଛି । ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ଦୁର୍ଲଭ...

୧୨ ସଇରାତରେ ୧୪୪ ଜାରି

ଜଳେଶ୍ୱର, ୨୦।୬(ଡି.ଏନ୍‌.ଏ.): ସୁବର୍ଣ୍ଣରେଖା ନଦୀରୁ ପ୍ରତିଦିନ ହଜାର ହାଜର ଟ୍ରକ ଓ ଟ୍ରାକ୍ଟରରେ ବାଲି ବିନା ରୟାଲିଟିରେ ଉତ୍ତୋଳନ ହୋଇ ବେଆଇନ ଭାବେ ବିକ୍ରି ହୋଇ...

ଏନ୍‌ଏଲ୍‌ସି ଇଣ୍ଡିଆ ପାଓ୍ବାରପ୍ଲାଣ୍ଟ ଜନଶୁଣାଣିକୁ ହିରିମା ପଞ୍ଚାୟତବାସୀଙ୍କ ବିରୋଧ

ଝାରସୁଗୁଡ଼ା ଅଫିସ/ଲଖନପୁର,୨୨।୧୦(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ହିରିମା ପଞ୍ଚାୟତରେ ନେଭେଲ୍‌ ଲିଗ୍‌ନାଇଟ୍‌ କର୍ପୋରେଶନ୍‌ ଇଣ୍ଡିଆ ଲିମିଟେଡ୍‌(ଏନ୍‌ଏଲ୍‌ସିଆଇଏଲ୍‌)ନାମକ ଏକ ତାପଜ ବିଦ୍ୟୁତ୍‌ କେନ୍ଦ୍ର ନିର୍ମାଣ କରିବାପାଇଁ କମ୍ପାନୀ ପ୍ରସ୍ତାବ...

ବଜ୍ରପାତରେ ବୃଦ୍ଧଙ୍କ ଜୀବନ ଗଲା

ନବରଙ୍ଗପୁର,୩୦।୫(ବି.ପ୍ର.): ନବରଙ୍ଗପୁର ଜିଲା ନବରଙ୍ଗପୁର ବ୍ଲକ ବଡକୁମୁଲି ଗ୍ରାମରେ ବଜ୍ରପାତରେ ଶନିବାର ସକାଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଡ଼କୁମୁଲି ଗ୍ରାମର ଶୁକ୍ରୁ...

Advertisement
Archives

Model This Week