ସରପଞ୍ଚ ପ୍ରାର୍ଥୀଙ୍କ ଲଟେରି ଥୋପ

ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ନାଏକ ଲଟେରି ଲୋଭ ଦେଖାଇ ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି ଏକ ଲଟେରି କୁପନ ବାଣ୍ଟୁଛନ୍ତି। ସେ ସରପଞ୍ଚ ଭୋଟରେ ଜିତିଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଏହି ଲଟେରି ଉଠାଣ ହେବ ବୋଲି କୁପରେ ଉଲ୍ଲେଖ ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥତ୍ନୀ ସସ୍ମିତା ପ୍ରଚାର ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଉପାୟ ଅବଲମ୍ବନ କରିଛନ୍ତି। ଖୋଲାଖୋଲି ଭାବେ ଲଟେରି ଟିକଟ ବାଣ୍ଟୁଥିଲେ ବି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଉଦ୍‌ବେଗ୍‌ ପ୍ରକାଶ ପାଇଛି। ଏହି ଲଟେରିରେ ସମୁଦାୟ ୧୨ଶହ ଉପହାର ଦେବା ପାଇଁ ଉଲ୍ଲେଖ ରହିଛି। ଯଦି ପ୍ରାର୍ଥୀ ଜିତିବେ, ତାହାହେଲେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ସାଢେ ୧୦ଟାରେ ଲଟେରି ଉଠାଣ ହେବ। ଏହି ଲଟେରିରେ ଜଣଙ୍କୁ ୧୦ଗ୍ରାମ ସୁନା, ଜଣଙ୍କୁ ଫ୍ରିଜ, ୨ଜଣଙ୍କୁ ୱାଶିଂ ମେଶିନ, ୧୦ଟି ମୋବାଇଲ ଫୋନ୍‌, ୧୦ଟି ଗୋଦରେଜ ଆଲମିରା, ୧୦ଟି ସିଲିଂ ଫ୍ୟାନ, ୫୦ଟି ଗ୍ରାଇଣ୍ଡର, ୫୦ଟି ପ୍ରେସରକୁକର,୧ ହଜାର କଟନଶାଢି ଲଟରି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ସେହିପରି କୁହୁରା ପଞ୍ଚାୟତର ୫ଟି ଗ୍ରାମର ଖେଳାଳିଙ୍କ ପାଇଁ ୫୦ଟି ଜର୍ସି, ୫ଟି ଫୁଟବଲ୍‌, ୫ଟି କ୍ରିକେଟ ବ୍ୟାଟ୍‌ ଓ ବଲ୍‌ ସାନ୍ତ୍ୱନା ମୂଳକ ପୁରସ୍କାର ଦିଆଯିବ ବୋଲି ଟିକଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର ଟଙ୍କା ପରିଶୋଧକୁ କେନ୍ଦ୍ରକରି ଛୁରୀରେ ମରଣାନ୍ତକ ଆକ୍ରମଣ ; ଜାମିନ ଆବେଦନ ଖାରଜ ହେବାରୁ ୨ ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ଗ୍ରାମର ଚନ୍ଦନ ସ୍ବାଇଁଙ୍କ ଠାରୁ ଗ୍ରାମର ଏ.ସନ୍ତୋଷ ପାତ୍ର ଗତ ପ୍ରାୟ ୩ ମାସ ପୂର୍ବେ…

ଧାନକିଣାରେ ଅବ୍ୟବସ୍ଥା: ଚିନ୍ତାରେ ଶତାଧିକ ଚାଷୀ

ତିହିଡ଼ି,୧୭ା୬(କାଳନ୍ଦୀ ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ ଧାନ ଅମଳ…

ଭାଜପାରେ ସାମିଲ ହେଲେ ବିଜେଡି-କଂଗ୍ରେସର ବହୁ କର୍ମକର୍ତ୍ତା

ମାଲକାନଗିରି,୧୭ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପଡ଼ିଆ ସଦର ବ୍ଲକ କଲ୍ୟାଣମଣ୍ଡପଠାରେ ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ମାଲକାନଗିରି ବିଧାୟକ…

ପ୍ରବଳ ଖରା ଯୋଗୁ ସକାଳୁଆ ସ୍କୁଲ, ଜାଣନ୍ତୁ କେଉଁ ଜିଲାରେ ହେଲା ଘୋଷଣା

ନୂଆପଡା,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଆନ୍ତଃଜିଲା ବାଇକ ଚୋରି ର଼୍ୟାକେଟ୍‌ର ପର୍ଦ୍ଦାଫାଶ, ୭ ଗିରଫ

ରିଷିଡା ୧୭।୬: (ସୁଶାନ୍ତ ମଲ୍ଲିକ): ମ.ରାମପୁର ପୋଲିସକୁ ମିଳିଛି ବଡ଼ ସଫଳତା । ଆନ୍ତଃ ଜିଲା ବାଇକଚୋରି ର଼୍ୟାକେଟ ବର୍ତ୍ତମାନ ପୋଲିସ ହାତରେ । ଦୀର୍ଘଦିନ ଧରି…

ସ୍ବାଧୀନତାର ୭୮ ବର୍ଷ ପରେ ବି ଅନ୍ଧାରରେ ଗ୍ରାମବାସୀ: ଦେଲେ ଏଭଳି ଚେତାବନୀ, ବିଜୁଳି ନ ମିଳିଲେ …

ଥୁଆମୁଳ ରାମପୁର, ୧୭।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅଧୀନସ୍ଥ ‘ତୁମୋନୀଖୋଲ’ ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପହଞ୍ଚି…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଅନ୍ଧାରରେ ଲୁଚି ମଣିଷର ଜାସୁସୀ କରୁଛନ୍ତି ଏଲିଅନ! ବୈଜ୍ଞାନିକଙ୍କ ଏହି ଚେତାବନୀ ସାରା ବିଶ୍ୱରେ ସୃଷ୍ଟି କଲାଣି ଆତଙ୍କ

ବିଗତ ଅନେକ ବର୍ଷ ଧରି ଏହି ସୌରମଣ୍ଡଳରେ ଏଲିଅନଙ୍କ ଉପସ୍ଥିତିକୁ ନେଇ ଅନେକ ବଡ଼ ବଡ଼ ଦାବି କରାଯାଇଛି। ହେଲେ ଏପର୍ଯ୍ୟନ୍ତ ଏହା ଏକ ଅସମାହିତ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri