୩୨.୭୨ ହେକ୍ଟର ଜମି ପାଇଁ ଅଟକିଛି ପ୍ରକଳ୍ପ

ଯାଜପୁର ଅଫିସ,୧୫ା୨:ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ଓଡ଼ିଶାର ଉତ୍ତର ପଶ୍ଚିମ ଭାଗରେ କାର୍ଯ୍ୟ କରୁଛି। ଏହି କ୍ଷେତ୍ର ତଥା ଦେଶର ଅନ୍ୟାନ୍ୟ ଅଂଶକୁ ସେବା ଯୋଗାଇବା ପାଇଁ ଅନେକ ବିକାଶମୂଳକ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଏଥିରେ ବିଳାସପୁର-ଝାରସୁଗୁଡ଼ା ଚାରିଥାକିଆ ରେଳ ଲାଇନ ଓ ୯ କି.ମି.ଆଇବି(ଇବ)ଫ୍ଲାଏ ଓଭର ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପର ବିଭିନ୍ନ ସମସ୍ୟାର ସମାଧାନ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହି ପ୍ରସଙ୍ଗ ଉପରେ ଓଡ଼ିଶା ସରକାର ସମାଧାନ କରିବେ। ରାଜ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ମଧ୍ୟ ଏନେଇ ସୂଚିତ କରାଯାଇଛି। ଏହି ମର୍ମରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଲୱେର ମହାପ୍ରବନ୍ଧକ ଆଲୋକ କୁମାର ପତ୍ର ଲେଖିଛନ୍ତି। ଏହି ପତ୍ରକୁ ଭିତ୍ତିକରି ବାଣିଜ୍ୟ ଓ ପରିବହନ ବିଭାଗର ଡେପୁଟି ସେକ୍ରେଟାରୀ କଳ୍ପତରୁ ସାମନ୍ତରାୟ ଗତ ୧୦ ତାରିଖରେ ଝାରସୁଗୁଡ଼ା ଜିଲାପାଳଙ୍କୁ ଯଥାଶୀଘ୍ର ପ୍ରକଳ୍ପର ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ବିଶେଷକରି ୩୨.୭୨ ହେକ୍ଟର ବେସରକାରୀ ଜମି ଏବଂ ୧୦.୫୭ ହେକ୍ଟର ସରକାରୀ ଜମି ଅଧିଗ୍ରହଣ ସହ ୧୩୨ କେଭି ଟ୍ରାନ୍ସମିଶନ ଲାଇନ୍‌ ସ୍ଥାନାନ୍ତରଣ କରିବାକୁ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶାରେ କେବଳ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ୮ ପ୍ରକଳ୍ପ ଅଧାରେ ଅଟକିଛି। ଏଥିରେ ୪୬୨୬.୩୦ ହେକ୍ଟର ବେସରକାରୀ, ସରକାରୀ ଏବଂ ଜଙ୍ଗଲ ଜମି ଚିହ୍ନଟ ହୋଇଛି। ସେଥିରୁ ମାତ୍ର ୨୫୩୮.୨୮ ହେକ୍ଟର ଜମି ଅକ୍ତିଆର କରାଯାଇଛି। ଏଥିପାଇଁ ଆବଶ୍ୟକ କର୍ମଚାରୀ ଓ ପାଣ୍ଠି ମଞ୍ଜୁର ହୋଇ ପାରୁ ନ ଥିବାରୁ ଜମି ଅଧିଗ୍ରହଣ ସୁରୁଖୁରୁରେ ହୋଇ ପାରୁନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସେଥିମଧ୍ୟରୁ ଦୀର୍ଘ ୨୫ ବର୍ଷ ହେଲା ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ରେଳ ପ୍ରକଳ୍ପ ଲୋକଙ୍କ ସେବା ଅପେକ୍ଷାରେ ରହିଛି। ଇତିମଧ୍ୟରେ ଝାରସୁଗୁଡ଼ା-ବିଳାସପୁର ଚାରିଥାକିଆ ରେଳ ଲାଇନ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏଥିପାଇଁ ୨୦୧୮-୧୯ ବର୍ଷରେ ୨,୨୦୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏଥିରେ କେବଳ ରେଳଲାଇନ ପାଇଁ ମାତ୍ର ୩.୧ ହେକ୍ଟର ବେସରକାରୀ ଜମି ଆବଶ୍ୟକ ହୋଇଛି। ଏହାବାଦ୍‌ ୯ କିମି ବିଶିଷ୍ଟ ଆଇବି ଫ୍ଲାଏଓଭର ନିର୍ମାଣ ପାଇଁ ୨୯.୬୧ ହେକ୍ଟର ବେସରକାରୀ ଜମି ଓ ୧୦.୫୭ ହେକ୍ଟର ସରକାରୀ ଜମି ଦରକାର ପଡୁଛି। ଓଡ଼ିଶା ସରକାରଙ୍କ ଦ୍ୱାରା ଜମି ଅଧିଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ଝାରସୁଗୁଡ଼ା ଜିଲାପାଳ ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମହାପ୍ରବନ୍ଧକ ଆଲୋକ କୁମାର ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri