ସ୍ବାମୀ, ଝିଅଙ୍କୁ ଖୋଜିବାକୁ ବୌଦ୍ଧରେ ଦିଲ୍ଲୀର ମହିଳା

ବୌଦ୍ଧ,୫।୪ (ସ୍ବ.ପ୍ର): ଜଣେ ଓଡ଼ିଆ ଯୁବକଙ୍କ ଦ୍ୱାରା ପ୍ରତାରଣାର ଶିକାର ହେବା ପରେ ସ୍ବାମୀ ଓ ସନ୍ତାନର ସନ୍ଧାନରେ ବୌଦ୍ଧ ଆସି ନିରାଶ ହୋଇ ଫେରିଯାଇଛନ୍ତି ଦିଲ୍ଲୀର ମହିଳା ଆରତୀ। ଓଡ଼ିଶାର ଗଞ୍ଜମ ଜିଲା ଭଞ୍ଜନଗର ନିକଟସ୍ଥ ଏକ ଗ୍ରାମର ସୁବ୍ରତ କୁମାର ମିଶ୍ରଙ୍କ ସହିତ ଦିଲ୍ଲୀର ଆରତୀଙ୍କ ଗତ ୫ବର୍ଷ ତଳେ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ ହୋଇଥିଲା। ସୁବ୍ରତ ଓ ଆରତୀ ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ବିବାହ ପରେ ଉଭୟେ ଦିଲ୍ଲୀର ଶାସ୍ତ୍ରୀନଗର ଅଞ୍ଚଳରେ ଘରଭଡା ନେଇ ରହିଆସୁଥିଲେ। ବିବାହ ପରେ ସୁବ୍ରତ ଓ ଆରତୀଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

ସୁବ୍ରତ ପରେ ଆରତୀଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିଲେ। ଏହି ସମ୍ପର୍କରେ ଆରତୀ ନିଜ ପିତାମାତାଙ୍କୁ ଜଣାଇବାପରେ ସେମାନେ ବୁଝାଇବା ସତ୍ତ୍ୱେ ସୁବ୍ରତଙ୍କ କୌଣସି ପରିବର୍ତ୍ତନ ହୋଇ ନ ଥିଲେ। ଗତ ଫେବୃୟାରୀରେ ସୁବ୍ରତ ହଠାତ ୪ବର୍ଷର ଶିଶୁ କନ୍ୟାକୁ ସାଙ୍ଗରେ ଧରି ଦିଲ୍ଲୀରୁ ଫେରାର ହୋଇଯାଇଥିଲେ। ଆରତୀ ନିଜର ସ୍ବାମୀ ଓ ସନ୍ତାନଙ୍କୁ ଅନେକ ଖୋଜାଖୋଜି କରିବା ପରେ ଗତ ଫେବୃୟାରୀ ୧୭ରେ ଦିଲ୍ଲୀର ଏକ ଥାନାରେ ଏନେଇ ଅଭିଯୋଗ କରିଥିଲେ। ତାଙ୍କର ଶିଶୁ କନ୍ୟାକୁ ଖୋଜିଆଣିବାକୁ ନିବେଦନ କରିଥିଲେ। ଆରତୀଙ୍କ ମାମଲା ଦିଲ୍ଲୀର ୱାନଷ୍ଟପ ସେଣ୍ଟକୁ ପଠାଯାଇଥିଲା। ସୁବ୍ରତଙ୍କ ମୋବାଇଲ ଟ୍ରାକିଂ କରାଯିବା ସହିତ ସୂଚନା ସଂଗ୍ରହ କରାଯିବା ପରେ ସେ ଓଡ଼ିଶାର ବୌଦ୍ଧ ଜିଲା ଅନ୍ତର୍ଗତ ମନମୁଣ୍ଡା ଥାନା ମହିସରପିଣ୍ଡାର ନିଜର ଭଉଣୀଙ୍କ ଘରେ ଥିବାର ସୂଚନା ମିଳିଥିଲା। ତେଣୁ ଦିଲ୍ଲୀର ୱାନଷ୍ଟପ ସେଣ୍ଟର ପକ୍ଷରୁ ବୌଦ୍ଧ ୱାନଷ୍ଟପ ସେଣ୍ଟର ସହିତ ଯୋଗାଯୋଗ କରାଯାଇ ଆରତୀଙ୍କ ଶିଶୁ କନ୍ୟାର ଉଦ୍ଧାର ପାଇଁ ସହଯୋଗ କରିବାକୁ ନିବେଦନ କରାଯାଇଥିଲା। ଫଳରେ ଆରତୀ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଦିଲ୍ଲୀରୁ ଆସି ଗତ ମାର୍ଚ୍ଚ ୨୮ରେ ବୌଦ୍ଧ ୱାନଷ୍ଟପ ସେଣ୍ଟରରେ ପହଞ୍ଚିଥିଲେ। ୱାନଷ୍ଟପ ସେଣ୍ଟର ଜରିଆରେ ସେ ବୌଦ୍ଧ ଜିଲାପାଳ ଓ ଏସ୍‌ପିଙ୍କୁ ମଧ୍ୟ ସାକ୍ଷାତ କରି ତାଙ୍କର ଶିଶୁ କନ୍ୟାର ଉଦ୍ଧାର ପାଇଁ ନିବେଦନ କରିଥିଲେ। ପୋଲିସ ପକ୍ଷରୁ ମନମୁଣ୍ଡା ଥାନା ଅନ୍ତର୍ଗତ ମହିସରପିଣ୍ଢା ଗ୍ରାମରେ ଥିବା ସୁବ୍ରତଙ୍କ ଭଉଣୀଘର ଯାଞ୍ଚ କରାଯିବାପରେ ସେଠାରୁ ସୁବ୍ରତ ଫେରାର ହୋଇସାରିଥିଲେ। ଯେହେତୁ ସୁବ୍ରତଙ୍କ ଘର ଗଞ୍ଜମ ଜିଲାରେ। ତେଣୁ ଏହି ମାମଲାରେ ବୌଦ୍ଧ ପୋଲିସ କିମ୍ବା ପ୍ରଶାସନ କିଛି କରିପାରିବ ନାହିଁ ବୋଲି ଆରତୀଙ୍କୁ କୁହାଯାଇଥିଲା। ବୌଦ୍ଧ ୱାନଷ୍ଟପ ସେଣ୍ଟର ପକ୍ଷରୁ ଆରତୀଙ୍କୁ ବୌଦ୍ଧ ଆଶ୍ରୟ ସଂସ୍ଥାରେ ରଖାଯାଇଥିଲା। ପାଞ୍ଚ ଦିନ କାଳ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଦିଲ୍ଲୀ ପୋଲିସ ସହାୟତାରେ ନିଜର ଶିଶୁ କନ୍ୟାର ଉଦ୍ଧାର ପାଇଁ ଉଦ୍ୟମ କରିବାକୁ ତାଙ୍କୁ କିଛି ବ୍ୟକ୍ତିବିଶେଷ ପରାମର୍ଶ ଦେବା ସହିତ ଦିଲ୍ଲୀ ଫେରିଯିବାକୁ ପରାମର୍ଶ ଦେଇଥିଲେ। ପରେ ଆରତୀ ଓଡ଼଼ିଶାରୁ ନିରାଶ ହୋଇ ଝାରସୁଗୁଡାରୁ ବିମାନ ଯୋଗେ ଦିଲ୍ଲୀ ଫେରିଯାଇଥିବା ଜଣାଯାଇଛି। ବିମାନରେ ଫେରିବାକୁ ଅର୍ଥ ନ ଥିବାରୁ ଆଶ୍ରୟ ସଂସ୍ଥା ପକ୍ଷରୁ ତାଙ୍କୁ ଦିଲ୍ଲୀ ଫେରିଯିବାକୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହିତ ଝାରସୁଗୁଡା ବିମାନ ବନ୍ଦର ପର୍ଯ୍ୟନ୍ତ ଛାଡିବାର ବ୍ୟବସ୍ଥା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?