ଆମ ଜିଲା ଖବର

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌ ଗଠନ କରିଛନ୍ତି। ଦୁଇଟି ଟିମ୍‌ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ବେଳେ…

ଖରସ୍ରୋତାରେ ୬ ଯୁବକ ବୁଡ଼ିଯିବା ଘଟଣା: ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ

ଯାଜପୁର ଅଫିସ,୧୯ା୩: ଯାଜପୁର ଥାନା ଅନ୍ତର୍ଗତ ବଡ଼ସୁଆର ଗ୍ରାମର ମଙ୍ଗଳା ମନ୍ଦିର ନିକଟ ଖରସ୍ରୋତାକୁ ହୋଲି ଖେଳି ସାରି ଗାଧୋଇ ଯାଇଥିବା ୬ ଯୁବକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଶନିବାର ଅପରାହ୍ନ ସୁଦ୍ଧା ଓଡ୍ରାଫ ଟିମ୍‌, ଦମକଳ ବାହିନୀ…

ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡ଼ା,୧୯ା୩(ଡି.ଏନ୍‌.ଏ.): ପୁରୀ ଜିଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଜାଗୁଳାଇ ପଦର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଡ଼ାଇ ଗୋଡ଼ାଇ ଗାଁ ଦାଣ୍ଡରେ ଫାର୍ସାରେ ମୁଣ୍ଡକୁ ହାଣିଛନ୍ତି ଗୋଟିଏ ଗୋଷ୍ଠୀର ଲୋକ। ଫଳରେ ଏହି ଗୋଷ୍ଠୀ ସଂଘର୍ଷରେ ୩ ଗୁରୁତର ହୋଇଛନ୍ତି।…

ଗ୍ୟାସ ଟାଙ୍କି ଫାଟି ଜଳିଗଲା ୩ ପରିବାରର ୬ ବଖରା

ଭଦ୍ରକ ଅଫିସ,୧୯ା୩: ଜିଲା ମୁଖ୍ୟ ଡାକ୍ତରଖାନା ଛକ ନିକଟରେ ଥିବା ୩ ପରିବାରରେ ନିଆଁ ଲାଗି ୬ ବଖରା ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ନିଆଁ ପାଖରେ ଥିବା ଦୋକାନରେ ପଡ଼ି ଲାଗିଯାଇଥିଲା। ଘର ଭିତରେ ୩ ଗ୍ୟାସ ଟାଙ୍କିରୁ…

ହୋଲି ଖେଳି ନଦୀରେ ବୁଡ଼ିଗଲେ ୨ ସାଙ୍ଗ

କୁଚିଣ୍ଡା,୧୯।୩(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପକଣ୍ଠସ୍ଥିତ ସଇଡା ଭେଡେନ ନଦୀ ଝିଲି ଘାଟରେ ଗାଧୋଉଥିବା ବେଳେ ୨ ଯୁବକଙ୍କ ମୃତ୍ୟୁ ଘଟିଛି । ଉତ୍ତରପ୍ରଦେଶରୁ ଆସି କୁଚିଣ୍ଡାରେ ମିସ୍ତ୍ରୀ କାମ କରୁଥିବା କୈଳାଶ କୁମାର(୨୫)ଓ ମୁକେଶ ଯାଦବ(୨୭)ହୋଲି ଖେଳି ମଧ୍ୟାହ୍ନରେ ଗାଧୋଇବାକୁ…

ସ୍ବଚ୍ଛ ପୌର ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ସ୍ବଚ୍ଛ ପୌର ନିର୍ବାଚନ ପାଇଁ ଦୁଇ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ସେମାନେ ହେଲେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟକର ଓ ଜିଏସ୍‌ଟିର ଯୁଗ୍ମ କମଶନର ଗୁଣନିଧି ପରିଡ଼ା ଓ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ବାଣିଜ୍ୟ ଓ…

ପାରଳାଖେମୁଣ୍ଡି ଗସ୍ତରେ ଭାଜପା ରାଜ୍ୟ ସଭାପତି: ହୋଲି ଖେଳ ସହ ଜମିଲା ନିର୍ବାଚନ ପ୍ରଚାର

ପାରଳାଖେମୁଣ୍ଡି:୧୯।୩(ଡି.ଏନ୍‌.ଏ.): ଗଜପତି ଜିଲାରେ ରଙ୍ଗର ପର୍ବ ହୋଲିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି ପାରଳାଖେମୁଣ୍ଡିବାସୀ। ନିକଟରେ ପୌର ନିର୍ବାଚନ ରହିଥିବାରୁ ରାଜନୈତିକ ମହଲ ସରଗରମ ଥିବାବେଳେ ଉଷ୍ମତା ମଧ୍ୟ ଦେଖାଦେଇଛି। ଏହି ଅବସରରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦିନିକିଆ…

ପୌର ନିର୍ବାଚନ ନେଇ ରାଜନୀତି ସରଗରମ: ପ୍ରଚାର ମଇଦାନରେ ଚେୟାରମ୍ୟାନ ପ୍ରାର୍ଥିନୀ

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢୁଛି । ପୁଇଁତୋଳା, ଦାମୋଦରପୁର, ପଣ୍ଡାସାହି, ଦୁର୍ଗାଦେବୀ ସାହିରେ ବିଜେଡି ଚେୟାରମ୍ୟାନ ପ୍ରାର୍ଥିନୀ ଝୁଲି ପାତ୍ର ଓ ବିଜେଡି କାଉନସିଲର ପ୍ରାର୍ଥୀମାନେ ମିଶିି ଘରଘର ବୁଲି ଭୋଟ ଭିକ୍ଷା…

ଶାନ୍ତିଶୃଙ୍ଖଳାରେ ଶେଷହେଲା ଦୋଳଯାତ୍ରା: ମନ୍ଦିରକୁ ବାହୁଡ଼ିଲେ ଠାକୁର

ଗଞ୍ଜାମ,୧୯।୩(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ୩ ଦିନ ଧରି ଚାଲିଥିବା ଐତିହାସିକ ଦୋଳଯାତ୍ରା ଶୁକ୍ରବାର ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି । ସମସ୍ତ ଠାକୁର ଦୋଳ ବିମାନରେ ସ୍ବମନ୍ଦିରକୁ ଫେରିଛନ୍ତି । ଫେରିବା ବେଳେ ଠାକୁରଙ୍କୁ ଚଣା ଶାକର ଭୋଗ ଲଗାଯାଇଛି ।…

ରାସ୍ତାରେ ବାଇକ୍‌ ରଖି ରଶି ଲଗାଇ ଝୁଲିପଡ଼ିଲେ ଯୁବକ

ପାରଳାଖେମୁଣ୍ଡି,୧୯।୩: ରଙ୍ଗର ପର୍ବ ହୋଲିରେ ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ଗୁମ୍ମାଗଡା ନିକଟସ୍ଥ ରେଲ୍‌ୱେ ଇଲେକ୍ଟ୍ରି ପୋଲ୍‌ରେ ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ରାଣୀପେଣ୍ଠ ଗ୍ରାମର ଏମ୍‌ କାର୍ତ୍ତିକ(୨୨)। ହୋଲି ଖେଳିବାକୁ ଆସିଥିବା ସ୍ଥାନୀୟ…

ହୋଲିରେ ଗଡ଼ିଲା ମୁଣ୍ଡ

ପୋଲସରା,୧୯।୩: ହୋଲିରେ ରକ୍ତ ରଞ୍ଜିତ ହେଲା ଗାଁ ଦାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ ବନ୍ଥପଲ୍ଲୀ ପଞ୍ଚାୟତ ମୁକ୍ତାମାଳଦେଇପୁର ଶାସନ ଗ୍ରାମରେ। ପୂର୍ବ ଶତ୍ରୁତାକୁ ନେଇ ମୁକ୍ତାମାଳଦେଇପୁର ଶାସନ ଗ୍ରାମର ଅମିତ ଆଚାର୍ଯ୍ୟଙ୍କୁ…

ସ୍କୁଟିରୁ ମିଳିଲା ୧୫ ଲକ୍ଷ, ୪୦ କେଜି ଗଞ୍ଜେଇ

ବ୍ରହ୍ମପୁର ଅଫିସ,୧୯।୩: ବଡ଼ବଜାର ଥାନା ପୋଲିସ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲା ଆର୍‌ଉଦୟଗିରି ଥାନା ଅଧୀନ ସିନ୍ଦୂରଡ଼ାଙ୍ଗ ଗ୍ରାମର ସୁଦୀପ ପାଇକ(୨୬) ଓ ଅନ୍ୟ ଜଣେ ଗଜପତି ଜିଲା ମୋହନା ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?