ସ୍ଥିତି ପରଖିବା ସତ୍ତ୍ୱେ ଏଏସ୍‌ଆଇ ଚୁପ୍‌

ପୁରୀ ଅଫିସ,୩।୫:ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ତିନିଜଣିଆ ଟିମ୍‌ ରବିବାର ପୁରୀ ଆସି ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛି। ଏହି ଟିମ୍‌ର ଅଧିକାରୀମାନେ ପ୍ରକଳ୍ପ ସ୍ଥଳକୁ ଯାଇ ଶ୍ରୀମନ୍ଦିର ଚୌହଦିରେ କ’ଣ ସବୁ ନିର୍ମାଣ ହେଉଛି, ପ୍ରକଳ୍ପ ପାଇଁ କେତେ ଗଭୀରରୁ ପିଲର ଉଠୁଛି, ପିଲର୍‌ ଏବଂ ବିମ୍‌ର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ଆଦି ବିଭିନ୍ନ ପ୍ରଶ୍ନର ଉତ୍ତର ଖୋଜିଛନ୍ତି। ଏନେଇ ସେମାନେ ଜିଲାପାଳ ସମର୍ଥ ବର୍ମା, ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନଷ୍ଟ୍ରକ୍‌ଶନ କର୍ପୋରେଶନ (ଓବିସିସି) ଲିମିଟେଡ୍‌ ଏବଂ ଟାଟା କନଷ୍ଟ୍ରକଶନ୍‌ ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀମାନଙ୍କ ସହ ବୁଲି ନିର୍ମାଣ କାର୍ଯ୍ୟକୁ ତନ୍ନତନ୍ନ କରି ଦେଖିଛନ୍ତି। ଏଥିସହ ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ମାପଚୁପ ମଧ୍ୟ କରିଛନ୍ତି। ଏହି ଟିମ୍‌ରେ ଏଏସ୍‌ଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି, ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଏବଂ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାଶ ସାମିଲ ଥିଲେ।
ମେଘନାଦ ପାଚେରୀଠାରୁ ୫୫ ମିଟର ଦୂରରେ ନିର୍ମାଣ ହେବାକୁ ଥିବା ପ୍ରାଚୀର ସ୍ଥାନରେ ଏଏସ୍‌ଆଇ ଟିମ୍‌ ପରୀକ୍ଷା ନିରୀକ୍ଷା କରିଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିକୋଣରୁ ଖନନ ଓ ନିର୍ମାଣ କାର୍ଯ୍ୟ ଠିକ କି ନୁହେଁ ସେନେଇ ମଧ୍ୟ ପ୍ରଶାସନ ସହ ଦୀର୍ଘ ସମୟ ଧରି ଆଲୋଚନା କରିଛି। ଜିଲାପାଳ ବର୍ମା ଏଏସ୍‌ଆଇ ଟିମ୍‌କୁ ନିର୍ମାଣସ୍ଥଳୀମାନ ବୁଲାଇ ଦେଖାଇଥିଲେ। ଟିମ୍‌ର ସଦସ୍ୟମାନେ ପ୍ରଥମେ ପଶ୍ଚିମଦ୍ୱାର ପଟେ ନିର୍ମାଣାଧୀନ ଇନ୍‌ଫର୍‌ମେଶନ୍‌ କିଓସ୍କୋ, ଶେଲଟର ପାଭିଲିଅନ୍‌, କ୍ଲକ୍‌ରୁମ୍‌ ଓ ଶୌଚାଳୟ କାର୍ଯ୍ୟ ଯାଞ୍ଚ କରିବା ପରେ ଦକ୍ଷିଣଦ୍ୱାର ଏବଂ ଏମାର ମଠ ପରିସରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ନିର୍ମାଣ କାର୍ଯ୍ୟ ଆଇନତଃ ଠିକ୍‌ କିମ୍ବା ଭୁଲ୍‌ ସେନେଇ କେହି ଗଣମାଧ୍ୟମ ଆଗରେ ମୁହଁ ଖୋଲି ନ ଥିଲେ। ଜିଲା ପ୍ରଶାସନଠାରୁ ଆରମ୍ଭ କରି ଠିକା କମ୍ପାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରଶ୍ନକୁ ଏଡ଼ାଇ ଯାଇଥିଲେ। ଏପରି କି ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଦିଲୀପ ଖମାରି ମଧ୍ୟ ସିଧାସଳଖ ଭାବେ ଏହି ପ୍ରସଙ୍ଗରେ କୌଣସି ଉତ୍ତର ରଖି ନ ଥିଲେ। ସେ କହିଥିଲେ, ଏ ସଂକ୍ରାନ୍ତ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍‌ ସ୍ଥିତି ପରଖିବା ପାଇଁ ଆସିଛି। ବିଚାରାଧୀନ ମାମଲା ଉପରେ କୌଣସି ପ୍ରତିକ୍ରିୟା ଦେବା ଠିକ ହେବ ନାହିଁ। ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏସମ୍ପର୍କିତ ତଥ୍ୟ ସାର୍ବଜନୀନ ହେବ। ଅନ୍ୟପକ୍ଷରେ ଐତିହ୍ୟ କରିଡର କାର୍ଯ୍ୟରେ ଏଏସ୍‌ଆଇର ନୀରବତାକୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି। ପୁରୀ ସହରର ବୁଦ୍ଧିଜୀବୀ, ଆଇନଜୀବୀ ଓ ଜନସାଧାରଣ ଏଏସ୍‌ଆଇର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟରେ ଆଇନ ଉଲ୍ଲଂଘନ ହୋଇଛି କି ନାହିଁ, ଏଭଳି ନିର୍ମାଣ କାର୍ଯ୍ୟ ପରେ ଶ୍ରୀମନ୍ଦିର ସୁରକ୍ଷିତ ରହିବ କି ନାହିଁ ଏବଂ ଏଏସ୍‌ଆଇ ଅନୁମତିରେ କାମ ହେଉଛି ନା ନାହିଁ, ସେନେଇ ଏଏସ୍‌ଆଇ ତୁରନ୍ତ ସ୍ପଷ୍ଟ କରିବା ଦରକାର ବୋଲି ପୁରୀ ଓକିଲ ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri