ସ୍ମାର୍ଟ ସ୍କୁଲରେ ଛାତ୍ରଙ୍କ ‘ପୁଷ୍ପା’ ଭିଡିଓ ଭାଇରାଲ

ଶେରଗଡ଼/ ହିଞ୍ଜିଳିକାଟୁ,୩ା୫(ଡି.ଏନ୍‌.ଏ):ଶିକ୍ଷାର ଭିତ୍ତିଭୂମି ସୁଦୃଢ଼ କରି ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଆଧୁନିକ ଶୈଳୀରେ ପାଠ ପଢ଼ାଇବା ପାଇଁ ସରକାର ଗୁରୁତ୍ୱାରୋପ କରୁଛନ୍ତି। ଗତବର୍ଷ ରାଜ୍ୟରେ ପ୍ରଥମେ ଗଞ୍ଜାମ ଜିଲାର ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକ ଅଧୀନ ବିଭିନ୍ନ ହାଇସ୍କୁଲ ରୂପାନ୍ତରଣ କରାଯାଇଥିଲା। ଏହି ରୂପାନ୍ତରିତ ହାଇସ୍କୁଲରେ ଉତ୍ତମ ଶିକ୍ଷା ଗ୍ରହଣ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। ତେବେ ଏଭଳି ଏକ ସ୍ମାର୍ଟ ସ୍କୁଲରେ ଲାଗିଥିବା ଏଲିଡ୍‌ ଟିଭିରେ କେତେଜଣ ଛାତ୍ର ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’ ଦେଖି ତାହାର ଅନୁକରଣ କରିବା ସହ ଆଧୁନିକ ଓଡ଼ିଆ ଗୀତ ‘ଗୁଆଘିଅ’ ତାଳେ ତାଳେ ନାଚୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏପରକି ସ୍ମାର୍ଟ ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଚେୟାରରେ ଜଣେ ଛାତ୍ର ବସି ପୁଷ୍ପା ଦେଖୁଥିବା ଉକ୍ତ ଭିଡିଓରେ ରହିଛି। ଏହି ଭିଡିଓଟି ଶେରଗଡ଼ ବ୍ଲକ ବରମୁଣ୍ଡଳୀ ରୂପାନ୍ତରିତ ହାଇସ୍କୁଲର ବୋଲି ସ୍ପଷ୍ଟ ହୋଇଛି। ଏପରି ଭିଡିଓକୁ ବୁଦ୍ଧିଜୀବୀମାନେ ନାପସନ୍ଦ କରିଥିବା ବେଳେ ଶିକ୍ଷକଙ୍କ ଅନୁପସ୍ଥିତିରେ ଛାତ୍ରମାନେ ସ୍ମାର୍ଟ ଶ୍ରେଣୀଗୃହକୁ ଦୁରୂପଯୋଗ କରିିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଶେରଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କାଙ୍କୁ ପଚାରିବାରେ ସେ କହିଛନ୍ତି, କିଛିଦିନ ତଳେ ଦଶମ ଶ୍ରେଣୀ ପିଲାଙ୍କ ଲାଗି ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ପରେ ଶିକ୍ଷକଙ୍କ ଅନୁପସ୍ଥିତିରେ ୫ ଜଣ ଛାତ୍ର ଏପରି କରିଥିଲେ। ସେମାନଙ୍କୁ ଶିକ୍ଷକ ତାଗିଦ୍‌ କରିଥିଲେ ବୋଲି କହିଛନ୍ତି। ସେହିପରି ଜିଲା ଶିକ୍ଷା ଅଧିକାରୀ (ଡିଇଓ) ବିନୀତା ସେନାପତିଙ୍କ ସହ ଯୋଗାଯୋଗ କରିବାରେ, ଏହି ଘଟଣାର ତଦନ୍ତ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଣ୍ଟରରେ ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୯ା୨(ଡି.ଏନ.ଏ.): ଛତିଶଗଡ଼ର ସୁକୁମା ପୋଲିସକୁ ବଡ଼ ସଫଳତା ମିଳିଛି। ବୁଧବାର ଛତିଶଗଡର ସୁକୁମା ଜିଲା ନିକଟସ୍ଥ ତାଣ୍ଡାମାର୍କା ଜଙ୍ଗଲରେ ବୁଧବାର ପୋଲିସ କୋମ୍ବିଂ ଅପରେଶନ ବେଳେ...

ମାଓବାଦୀ ଦମନ କରିବେ ଆତ୍ମସମର୍ପିତ ସୁଧୀର

ଫୁଲବାଣୀ ଅଫିସ, ୨୪ା୨: ପୋଲିସ ପାଖରେ ଆତ୍ମସମର୍ପଣ କରିଥିବା ଦୁର୍ଦ୍ଦାନ୍ତ ମାଓବାଦୀ ଧନଞ୍ଜୟ ଗୋପେ ଓରଫ ସୁଧୀର ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ (ଏଏନ୍‌ପିପିଏଫ)ରେ...

ତାରା ତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାସରସ୍ବତୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୧୩।୪(ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ତୃୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଚାଲିଛି। ରାତ୍ର ୧.୩୦ ରୁ...

‘ଅତ୍ୟାଚାର, ଆକ୍ରୋଶ ବିରୋଧରେ ମୁହଁ ଖୋଲନ୍ତୁ ମହିଳା’

ନାତୁଣୀ ହାକିମ ହେଉ, ଏହା ଥିଲା ଜେଜେଙ୍କ ଇଚ୍ଛା। ସେହି ସ୍ବପ୍ନ ଏବେ ପୂରଣ ହୋଇଛି। ହେଲେ ନାତୁଣୀର ଏହି ଖୁସି ଦେଖିବାକୁ ଜେଜେ ନାହାନ୍ତି।...

ରାୟଗଡ଼ାରୁ ୩ ନାବାଳିକା, ୯ କରୋନା ଯୋଦ୍ଧା ଆକ୍ରାନ୍ତ

ରାୟଗଡ଼ା ଅଫିସ,୨୧।୭: ରାୟଗଡ଼ା ଜିଲାରେ ମଙ୍ଗଳବାର ସର୍ବାଧିକ ୪୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ପୁରୁଷ ଥିବାବେଳେ ୧୩...

ରାସ୍ତା ବିପର୍ଯ୍ୟସ୍ତ, ୭୫ ଲକ୍ଷ ପଇଠ ପାଇଁ କମ୍ପାନୀକୁ ନୋଟିସ୍‌

କେନ୍ଦୁଝର,୧୬ା୬(ସ୍ବ.ପ୍ର.): ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ତିଆରି କରାଯାଇଛି। ତେବେ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ କରିବାରୁ ସଦର ବ୍ଲକ ଅନ୍ତର୍ଗତ...

ବିଦ୍ୟାପୀଠ ଖେଳ ପଡ଼ିଆକୁ କେସିଙ୍ଗା ଡେଲି ମାର୍କେଟ ସ୍ଥାନାନ୍ତର

କେସିଙ୍ଗା, ୧।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର ମୁଖ୍ୟ ଡେଲି ମାର୍କେଟକୁ ବୁଧବାର ବିଦ୍ୟାପୀଠ ଖେଳ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଗତ ମାର୍ଚ୍ଚ...

ପୂରା ପରିବାର ଚାଲିଗଲେ: କାଲି ମା-ଦୁଇ ଝିଅଙ୍କର ମିଳିଥିଲା ମୃତଦେହ, ଆଜି କୂଅରୁ ମିଳିଲା ବାପାଙ୍କ ମୃତଦେହ

ଝାରସୁଗୁଡ଼ା ଅଫିସ,୨୩ା୯: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ାରେ ବୁଧବାର ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ଏଥିରେ ଗୋଟିଏ ପରିବାରର ମା, ୨...

Advertisement
Archives

Model This Week