ଆମ ଜିଲା ଖବର

ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨୩।୩(ଡି.ଏନ.ଏ.): ଅନୁଦାନ ଆସିଛି ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ଫଳରେ ସ୍କୁଲ ବାରଣ୍ଡାରେ ଚାଲିଛି କେନ୍ଦ୍ର। ଏଥିସହିତ ଉକ୍ତ କେନ୍ଦ୍ର ପକ୍ଷରୁ ପ୍ରତିଦିନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସେହି ସ୍କୁଲ ବାରଣ୍ଡାରେ ହିଁ ଚାଲିଛି। ମଙ୍ଗଳବାର ମମତା ଦିବସ ମଧ୍ୟ…

ପ୍ରଚାର ଶେଷ, ଏଥର ଭୋଟ ପ୍ରସ୍ତୁତ

ନୟାଗଡ଼ ଅଫିସ, ୨୩।୩: ପୌର ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ୨୪ରେ ଭୋଟ ଗ୍ରହଣ ହେବ। ସେଥିପାଇଁ ଜିଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରାର୍ଥୀ ଓ ନେତାମାନେ ପ୍ରସ୍ତୁତ ହେଉଛନ୍ତି ା ଆଉ ମାତ୍ର ଗୋଟିଏ ଦିନ…

ରୋଡ୍‌ ଶୋରେ ସିନେଷ୍ଟାର, ଏମ୍‌ପି

ବାସୁଦେବପୁର, ୨୩ା୩ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ପାଇଁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୌରାଧ୍ୟକ୍ଷ ପ୍ରାର୍ଥିନୀ ନିବେଦିତା ବେହେରାଙ୍କ ପାଇଁ ମଙ୍ଗଳବାର ସିନେଷ୍ଟାର, ଭଦ୍ରକ ଏମ୍‌ପି, ବାସୁଦେବପୁର ବିଧାୟକ, ନବନିର୍ବାଚିତ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ରୋଡ୍‌ ଶୋ କରି ନିର୍ବାଚନ…

ଧରାପଡ଼ିଲେ ନକଲି ବର

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୨୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଚାଉଳଶୁଖା ଗଁାର ଜଣେ ଝିଅକୁ ବିବାହ କରିବାକୁ ଆସି ଜଣେ ନକଲି ବର ହରଡ଼ଘଣାରେ ପଡ଼ିଛନ୍ତି। ତାଙ୍କ ଠକାମି ଜଣାପଡ଼ିବା ପରେ ବର ସାଜିଥିବା ବିବାହିତ ବ୍ୟକ୍ତି ଜଣକ ବିବାହ ବେଦିରୁ ସିଧା…

ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା ଗ୍ରାମ ପ୍ରଭାବିତ ହେବାରେ ଲାଗିଛି। ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ଖଣି ସମ୍ପ୍ରସାରଣ କରାଯାଉ…

୨ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ

ନୟାଗଡ଼ ଅଫିସ/ରଣପୁର,୨୩ା୩(ସ୍ବ.ପ୍ର.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଧୀରେ ଧୀରେ ବିବାଦୀୟ ହେବାରେ ଲାଗିଛି। ଏହି ଘଟଣାରେ ଦୁଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନା ସମ୍ପୃକ୍ତ ଅଛନ୍ତି ବୋଲି ମାନସଙ୍କ ସ୍ତ୍ରୀ, ମା ଓ ଭାଇ…

ଆମପାଣି ଫରେଷ୍ଟରଙ୍କ ନାଁରେ ଶ୍ରମିକଙ୍କ ଅର୍ଥ ଆତ୍ମସାତ ଅଭିଯୋଗ: ତଦନ୍ତ ଲାଗି ପହଞ୍ଚିଲେ ଡେପୁଟି କଞ୍ଜରଭେଟର

କୋକସରା,୨୨।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଫରେଷ୍ଟର ଜଗନ୍ନାଥ ନାଗଙ୍କ ନାମରେ ଭିଏସ୍‌ଏସ୍‌ କମିଟି ସଭାପତି ଓ ଶ୍ରମିକମାନେ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଥିଲେ। ୩ ମାସ ବିତି ଯାଇଥିଲେ ମଧ୍ୟ…

୪ ସପ୍ତାହ ଭିତରେ ଶର୍ମିଷ୍ଠାଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

କଟକ ଅଫିସ, ୨୨।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମଙ୍ଗଳବାର ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନକୁ…

ବିଜେଡିର ୨ ପୂର୍ବତନ କାଉନସିଲର ନିଲମ୍ବିତ

ଫୁଲବାଣୀ ଅଫିସ,୨୨।୩: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଙ୍ଗଳବାର ଫୁଲବାଣୀ ସହରର ୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ ବେହେରା ଓ ଦଶ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରାଙ୍କୁ ଦଳରୁ…

ପୋଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

ଚାନ୍ଦବାଲି,୨୨।୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ ହୋଇଛନ୍ତି। ଚାନ୍ଦବାଲି ପୋଲିସ ପରମେଶ୍ବରଙ୍କୁ ଗିରଫ କରିଛି । ବିଜୟୱାଡାରୁ ପରମେଶ୍ବରଙ୍କୁୁ ଗିରଫ କଲା ସ୍ବତନ୍ତ୍ର ଟିମ୍‌ । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ…

ଶେଷରେ ଗିରଫ ହେଲେ ଚିଲିକା ବିଧାୟକ

ଖୋର୍ଦ୍ଧା ଅଫିସ/ଭୁବନେଶ୍ୱର(ବ୍ୟୁରୋ),୨୨।୩: ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଣପୁର ବ୍ଲକ କାର୍ଯ୍ୟାଳୟ ବାହାରେ ଲୋକଙ୍କୁ ଗାଡ଼ି ମଡ଼ାଇବା ଘଟଣାରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ହସ୍ପିଟାଲରୁ ବାହାରିବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ନେଇ କେନ୍ଦ୍ରାଞ୍ଚଳ…

ପ୍ରଚାରର ଶେଷ ଦିନ : କଳାହାଣ୍ଡିରେ ବିଜେଡିର ରୋଡ ଶୋ’

କେସିଙ୍ଗା,୨୨।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ କଳାହାଣ୍ଡି ଜିଲା କେସିଙ୍ଗାରେ ପ୍ରଚାରକୁ ଜୋରଦାର କରାଯାଉଛି। ବିଜେଡି ପକ୍ଷରୁ ଏକ ବାଇକ୍‌ ରୋଡ ଶୋ’ କରାଯାଇଛି। କେସିଙ୍ଗା ଏନ୍‌ ଏ ସିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?