ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତାରେ ଚାଷୀ

ଖୋର୍ଦ୍ଧା ଅଫିସ, ୭ା୫: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରମୁହଁା ହେଉଛି। ଏହା ଅବପାତରେ ପରିଣତ ହେବା ସହ ସାଇକ୍ଲୋନିକ୍‌ ଷ୍ଟର୍ମ (ଘୂର୍ଣ୍ଣିବାତ୍ୟା)ରେ ପରିଣତ ହୋଇପାରେ। ତେବେ ବାତ୍ୟାର ପ୍ରକୋପ କିପରି ରହିବ, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନାହିଁ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ନେଇ ଖୋର୍ଦ୍ଧା ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଛନକା ପସିଛି। ଫସଲ ନଷ୍ଟ ଆଶଙ୍କାରେ ତରତର ହୋଇ ଚାଷୀ ଅମଳ କରିବାରେ ବ୍ୟସ୍ତ ରହିଛନ୍ତି। ଅନ୍ୟପଟେ ଠିକ୍‌ ସମୟରେ ଫସଲ ଅମଳ ନ ହେଲେ କେଉଁଠୁ ଅର୍ଥ ଆଣି ଋଣ ଶୁଝିବେ, ସେନେଇ ଚିନ୍ତାରେ ଚାଷୀ।
ବିଳମ୍ବରେ ମୌସୁମୀ ପ୍ରବେଶ, ଅଦିନିଆ ବର୍ଷା ଏବଂ ବାତ୍ୟା ଯୋଗୁ ଚାଷୀ କ୍ଷତି ସହୁଛନ୍ତି। ଖରିଫ ଋତୁରେ ଚାଷୀ ପ୍ରତିକୂଳ ପରିସ୍ଥିତି, ବାତ୍ୟା ପ୍ରଭାବରେ କ୍ଷତି ସହିଥିବା ବେଳେ ଏବେ ସୃଷ୍ଟ ଲଘୁଚାପ ଯୋଗୁ ଚାଷୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି। ଚାଷୀ ବହୁକଷ୍ଟରେ ମୁଗ, ବିରି, ଧାନ ଫସଲ ଚାଷ କରିଛି। ବାତ୍ୟା ହେଲେ ଏହା ନଷ୍ଟ ହୋଇଯିବା ଚାଷୀଙ୍କୁ ଭୟ ଘାରିଛି। ବାତ୍ୟା ଭୟରେ ମୁଗ ପାକଳ ହୋଇ ନ ଥିଲେ ମଧ୍ୟ ଚିଲିକା ଉପକୂଳବର୍ତ୍ତୀ ଚାଷୀମାନେ କଞ୍ଚା ମୁଗକୁ ଅମଳ କରିବାରେ ଲାଗିପଡିଛନ୍ତି। ଧାନ ଅମଳ ସମୟ ଗଡ଼ିଆସୁଥିବା ବେଳେ ଆଉ ଦିନ କେଇଟାରେ ଅମଳ କରିଥା’ନ୍ତେ। ଏବେ ବାତ୍ୟା ଆଶଙ୍କାରେ କେତେକ ଅଞ୍ଚଳରେ ଚାଷୀ କଞ୍ଚାଧାନକୁ ମଧ୍ୟ କାଟି ନେଉଥିବା ଦେଖିବାକୁ ମିଳିଛି। ଟାଙ୍ଗିଆପଡ଼ାର ଚାଷୀ ଗୋପାଳ ଦଳେଇ କୁହନ୍ତି, ପ୍ରତିବର୍ଷ ଫସଲ ଅମଳ ସମୟରେ ପ୍ରକୃତି ଦାଉ ସାଧୁଛି। ଧାନ ଓ ମୁଗ ଅମଳ ସମୟରେ ବାତ୍ୟା ଡରାଉଛି। ଫସଲ ପାକଳ ହୋଇ ନ ଥିଲେ ମଧ୍ୟ କଞ୍ଚା ଅବସ୍ଥାରେ ତୋଳିବାକୁ ବାଧ୍ୟହେଉଛୁ ବୋଲି ସେ କହିଛନ୍ତି। ସେହିଭଳି ନୂଆଗାଁ, ମହୁଲ, ମଧୁପୁର, ହଳଦିଆ, ଜରିପୁଟ ଅଞ୍ଚଳର ଚାଷୀଙ୍କ କହିବାନୁଯାୟୀ, ଯଦି ପ୍ରବଳ ବର୍ଷା ହୁଏ, ତେବେ ବିଲରେ ପାଣି ମାଡ଼ି ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ତେଣୁ ଆଗୁଆ ଫସଲ ଅମଳ କରୁଛୁ ବୋଲି କହିଛନ୍ତି। ଏ ନେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କୁହନ୍ତି, ଚିଲିକାକୁ ମତ୍ସ୍ୟଜୀବୀମାନେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଚିଲିକା ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?