ଗାଡ଼ି ଯାଞ୍ଚ ବେଳେ ଜବତ ହେଲା ଗଞ୍ଜେଇ

ଏମ୍‌ଭି-୭୯,୬।୫(ଡି.ଏନ୍‌.ଏ.): ମାଲାକାନଗିରି ଜିଲା କାଲିମେଳା ବ୍ଲକ ଅଧୀନ ଏମ୍‌ଭି-୭୯ ଥାନା ସମ୍ମୁଖରେ ଗାଡ଼ି ଯାଞ୍ଚ ବେଳେ ଗଞ୍ଜେଇ ଜବତ ହୋଇଛି। ଏକ ବାଇକ୍‌(ଓଡି୩୩ଏଡି-୩୧୭୭)ରେ ୨ଜଣ ଯୁବକ ଏକ ବସ୍ତାରେ ଗଞ୍ଜେଇ ନେଇ ଯାଉଥିବା ବେଳେ ପୋଲିସ ଯାଞ୍ଚ ସେମାନଙ୍କୁ ଧରିଥିଲା। ପୋଲିସ ତାଙ୍କଠାରୁ ୨୨ କେଜି ୭ ଶହ ଗ୍ରାମ ଗଞ୍ଜେଇ ଜବତ କରିଛି। ୨ଜଣଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି। ସେ ହେଲେ ଶିବ ମାଡକାମୀ(୧୯)। ତାଙ୍କ ଘର କାଲିମେଳା ଅଞ୍ଚଳର ପାନିମେଟାଲା ଗ୍ରାମରେ। ଅନ୍ୟ ଜଣେ ୧୭ ବର୍ଷର ନାବାଳକ ଅଛନ୍ତି ବୋଲି ଥାନା ଅଧିକାରୀ ମୁକୁନ୍ଦ ମେଲକା କହିଛନ୍ତି। ଏସ୍‌ଆଇ ସଞ୍ଜୟ କୁମାର ବଡସେଠି ଏବଂ ଏଏସ୍‌ଆଇ ରାଜେନ୍ଦ୍ର କୁମାର ପାଙ୍ଗି ଯାଞ୍ଚରେ ସାମିଲ ହୋଇଥିଲେ। ଏନେଇ ଏକ ମାମଲା(ନଂ. ୪୨/୨୨) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ମିଳିତ ଜନଶୁଣାଣି ଶିବିର : ସମୁଦାୟ ୪୬ ଅଭିଯୋଗର ଶୁଣାଣି

କୋରାପୁଟ, ୨୫।୫(ଅମିତାଭ ବେହେରା): କୋରାପୁଟସ୍ଥିତ ସଦଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ସମୁଦାୟ ୪୬ଟି ବିଭିନ୍ନ ଅଭିଯୋଗର ଶୁଣାଣି ହୋଇଛି।…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

ଘାତକ ଭୂତାଣୁ ଇବୋଲା

ଆମମାନଙ୍କୁ ଅନେକ ପ୍ରକାର ସଂକ୍ରମଣ ହୋଇଥାଏ। କେତେକ ସାମାନ୍ୟ କ୍ଷତିକାରକ ହୋଇଥିବା ବେଳେ ଆଉ କେତେକ ଗୁରୁତର ଓ ଅତ୍ୟନ୍ତ ଗୁରୁତର ହୋଇଥାଆନ୍ତି। ଜୀବାଣୁ, ପରଜୀବୀ, ଫଙ୍ଗସ୍‌,…

ଦଳ ଛାଡିବାର ସାଂଘାତିକ କାରଣ କହିଦେଲେ ଦେବାଶିଷ, ପାଣ୍ଡିଆନଙ୍କୁ ନେଇ ସିଧା କହିଦେଲେ…

ଭୁବନେଶ୍ୱର, ୨୫।୫: ବିଜେଡି ଛାଡ଼ିଲେ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ। ସୋମବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଛନ୍ତି । ଏନେଇ ବିଜେଡି…

ଧୂମଧାମ୍‌ରେ ଚାଲିଛି ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ବିରାଟ ପଟୁଆରରେ…

ଛତ୍ରପୁର,୨୫।୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଚଳିତ ବର୍ଷ ବ ଧୂମଧାମରେ ଚାଲିଛି l ସହରରେ ଆଧ୍ୟାତ୍ମିକ…

ଆହୁରି ପ୍ରଚଣ୍ଡ ହେବ ତାତି, ଏହି ୩ ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୨୫।୫: ରାଜ୍ୟରେ କିଛିଦିନ ହେବ ପ୍ରଚଣ୍ଡ ତାତି ଜାରି ରହିଛି । ତେବେ ଆଗକୁ ଆହୁରି ତାତି ବଢିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…

ଏଙ୍ଗ୍‌ଜାଇଟିର ଲକ୍ଷଣ ଓ ଉପଚାର

ଆମ ସମସ୍ତଙ୍କର ମନ ବେଳେବେଳେ ବ୍ୟସ୍ତ, ବିବ୍ରତ, ବିଚଳିତ ଓ ଅସ୍ଥିର ରହିଥାଏ। ଏହା ମୁଖ୍ୟତଃ କେତେକ କଠିନ ଓ ଚିନ୍ତାଜନକ ପରିସ୍ଥିତିରେ ଦେଖାଯାଇଥାଏ। ଯେତେବେଳେ ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri