ଆମ ଜିଲା ଖବର

ସିଏମ୍‌ସି ଡେପୁଟି ମେୟରେ ହେଲେ ଦମୟନ୍ତୀ

କଟକ ଅଫିସ,୭।୪: କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସର୍ବକନିଷ୍ଠ କର୍ପୋରେଟର ଦମୟନ୍ତୀ ମାଝି। ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ସେ ଗୁରୁବାର ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦମୟନ୍ତୀ ୪୯ ନଂ ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ…

ସ୍କୁଲ ପିଲାଙ୍କୁ ପଢ଼ାଇଲେ ଉପଜିଲାପାଳ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ଉପଜିଲାପାଳ ତଥା ଆଇଟିଡିଏର ଭାରପ୍ରାପ୍ତ ପିଏ ଅକ୍ଷୟ କୁମାର କେମୁଡୁ ବୁଧବାର କାଲିମେଳା ବ୍ଲକ ଏମ୍‌ଭି-୭୯ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏଠାରେ ସେ ନବମ ଓ ଦଶମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ବିଜ୍ଞାନ…

ପରାଜୟ ପରେ ବି ପ୍ରତିଶ୍ରୁତି ରଖିଲେ ଶ୍ରୀନିବାସ

ମାଲକାନଗିରି,୭ା୪(ଡି.ଏନ୍‌.ଏ.): ମାଲକାନଗିରି ସଦର କୁମୁଟିଗୁଡ଼ାସ୍ଥିତ ଶାନ୍ତି କୁମାରୀ ବାଘଙ୍କ ଘରେ ବର୍ଷେ ହେଲା ବିଦ୍ୟୁତ୍‌ ସଂଯୋଗ ନାହିଁ। ନିର୍ବାଚନ ପ୍ରଚାରବେଳେ ବିଦ୍ୟୁତ୍‌ ସଂଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରାର୍ଥୀ। ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଏବେ ବିଦ୍ୟୁତ୍‌ ସଂଯୋଗ ପହଞ୍ଚିବାରେ ସାହାଯ୍ୟ…

ବ୍ୟବହାର ନ ହୋଇ ଜରାଜୀର୍ଣ୍ଣ ହୋଇଗଲାଣି ବ୍ଲକ ପରିସଂଖ୍ୟାନ ଗୃହ

ନବରଙ୍ଗପୁର,୭ା୪(ବି.ପ୍ର.) ନବରଙ୍ଗପୁର ଜିଲାର ୧୦ଟି ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି। ନବରଙ୍ଗପୁର ବ୍ଲକ ପରିସରରେ ୨୦୧୫ ଜୁନ ୧୨ ତାରିଖରେ ତତ୍କାଳୀନ ଏମ୍‌ପି ବଳଭଦ୍ର ମାଝିଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇଛି।…

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀଙ୍କ ବିକ୍ଷୋଭ

ବଲାଙ୍ଗୀର ଅଫିସ,୭ା୪: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍‌ ଓଡ଼ିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର୍ସ ଆସୋସିଏଶନର ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରୁ ଏକ ବିଶାଳ ରାଲିରେ ଶତାଧିକ ଅଙ୍ଗନଓ୍ବାଡି…

ହଟୁନି ବିପଦସଙ୍କୁଳ ଖୁଣ୍ଟ

ଢେଙ୍କାନାଳ ଅଫିସ, ୭ା୪: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ୱାର୍ଡ ଜଲାରାମ ହୋଟେଲ ପାର୍ଶ୍ୱ ଗଳିରେ ଏକ ଟେଲିଫୋନ ଖୁଣ୍ଟ ବିପଦସଙ୍କୁଳ ଅବସ୍ଥାରେ ରାସ୍ତା ଉପରକୁ ଢଳିରହିଛି। କୌଣସି ମୁହୂର୍ତ୍ତରେ ଉକ୍ତ ଖୁଣ୍ଟ ଭାଙ୍ଗି ଦୁର୍ଘଟଣା ଘଟିବା ଆଶଙ୍କା ରହିଛି। ତେଣୁ ଉକ୍ତ…

ଜଳସଙ୍କଟରେ ୩୫ ପରିବାର

ପରଜଙ୍ଗ, ୭ା୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ରଙ୍ଗଥଳି ଛକ ନିକଟ ୧୪୯ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ୫ନଂ.ବସ୍ତିରେ ଜଳସଙ୍କଟ ଉତ୍କଟରୂପ ଧାରଣ କରିଛି। ଏହାର ପ୍ରତିବାଦରେ ବୁଧବାର ବସ୍ତିବାସୀ ହାଣ୍ଡି, ମାଠିଆ ରଖି ରାଜପଥ ଅବରୋଧ…

ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ ୧୪ ଗାଡ଼ି ଚୋରି କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏପରିି…

ଅଭିଯୁକ୍ତ ଶ୍ରୀକୃଷ୍ଣଙ୍କ ଲାଗି କଠୋର ଜାମିନ ସର୍ତ୍ତ

ଛତ୍ରପୁର,୭ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏସ୍‌ଡିଜେଏମ୍‌ କୋର୍ଟରେ ଅର୍ଥତତ୍ତ୍ୱ ଚିଟଫଣ୍ଡ ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ଅଭିଯୁକ୍ତ ଶ୍ରୀକୃଷ୍ଣ ପାଢ଼ୀଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଜାମିନ ଆବେଦନ କରାଯାଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଫେବୃୟାରୀ ୨୮ରେ ଅର୍ଥତତ୍ତ୍ୱ ଗ୍ରୁପର…

ରାସ୍ତା ମଝିରେ ଖାଲଖମା

ବଲସକୁମ୍ପା,୭ା୪: ସରକାର ଗମନା ଗମନର ସୁବିଧା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିଚୁ ରାସ୍ତା ନିର୍ମାଣ କରୁଛନ୍ତି। ଯେଉଁ ସ୍ଥାନଗୁଡ଼ିକରେ ରାସ୍ତାରୁ ପିଚୁ ଉଠିଯାଇ ଖାଲଖମା ହୋଇଛି ତାହାକୁ ମରାମତି କରାଯାଉଛି। କିନ୍ତୁ କନ୍ଧମାଳ ଜିଲାରୁ ଭୁବନେଶ୍ୱରକୁ ସଂଯୋଗ…

ଜେଲ ଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ସଜନାଗଡ଼,୭ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଲେଜର ଜନୈକା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ଅଭିଯୋଗରେ କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ସୂଚନା ଅନୁଯାୟୀ, ଗତ ୫ତାରିଖ ସକାଳ ସାଢ଼େ ୮ଟା ସମୟରେ ଛାତ୍ରୀ ଜଣକ କଲେଜ…

ଏନ୍‌ଜିଟି ୪ଜଣିଆ ଟିମ୍‌ର ତଦନ୍ତ

ବାରିପଦା ଅଫିସ,୭ା୪: ମୟୂରଭଞ୍ଜ ଜିଲା ବୁଢ଼ାବଳଙ୍ଗ ନଦୀର ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ପରିବହନକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ବୁଧବାର ଏନ୍‌ଜିଟି (ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ଏକ ୪ ଜଣିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?