କାଳବୈଶାଖୀରେ ଉଡ଼ିଲା ଆଜ୍‌ବେଷ୍ଟସ୍‌

କ.ନୂଆଗାଁ,୧୬।୫(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉଦ୍ଧର୍‌ବ ଲୋକଙ୍କ ଘର ଆଜ୍‌ବେଷ୍ଟସ୍‌ ଉଡ଼ିଯାଇଛି l ଛପର ଉଡିଯିବା ଫଳରେ ଘରେ ଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଷା ପାଣିରେ ନଷ୍ଟ ହୋଇଛି। ଗ୍ରାମର ମତ୍ୟୁଞ୍ଜୟ ପ୍ରଧାନ, ଶିବନାଥ ମଳିକ, ରାଜୀବ ପ୍ରଧାନ, ଲବ ପ୍ରଧାନ, ରାନ୍ଦ ପ୍ରଧାନ, ନନ୍ଦ ପ୍ରଧାନ, କୁଜିଙ୍ଗା ପ୍ରଧାନ, ପୁତୁସା ପ୍ରଧାନ, ବିବଚ ପ୍ରଧାନ, ଇରାମ ଦିଗାଲ, ନମା ଦିଗାଲ, ଶାସିରି ଦିଗାଲ, କରମ ସିଂ ଦିଗାଲଙ୍କ ଘର କ୍ଷତିଗ୍ରସ୍ତ ହୋଇଛି। ପୂର୍ବରୁ ଗ୍ରାମରେ କାଳବୈଶାଖୀରେ କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ତରଫରୁ ଗୋଟିଏ ଲେଖାଏ ଜରିପାଲ ଦିଆଯାଇଥିଲା। ସେଗୁଡିକ ଛୋଟ ହୋଇଥିବାରୁ ଘରର ଅଧା ଛପର ଘୋଡ଼ାଇ ହେଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି l କାଳବୈଶାଖୀରେ କ୍ଷତି ସମ୍ପର୍କରେ ରାଜସ୍ବ ନିରୀକ୍ଷକଙ୍କୁ ୱାର୍ଡ ମେମ୍ବର ସାନାପା ଦିଗାଲ ଫୋନ ଯୋଗେ ଜଣାଇଥିବା କହିଛନ୍ତି। ଅନ୍ୟପଟେ ପଞ୍ଚାୟତର ସମସ୍ତ ୱାର୍ଡରେ ବିଜୁ ପକ୍କା ଘର ଦିଆଯାଇଥିବା ବେଳେ ୧୧ ନମ୍ବର ୱାର୍ଡ ବୁଡ୍ରୁମାହାରେ ଜଣେ ହେଲେ ବି ପକ୍କାଘର ପାଇ ନ ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ଭୁଜାଲି ଦେଖାଇ ନେଇଗଲେ ୪୫ ହଜାର ଟଙ୍କା

ନୟାଗଡ଼ ଅଫିସ/ଓଡଗଁା,୧୫ା୮(ସ୍ବ.ପ୍ର.): ନୟାଗଡ଼ ଜିଲା ଦରପଦା-ଓଡଗଁା ରାସ୍ତାର ଆମ୍ବେରାପୁର ପୋଲ ନିକଟରେ ଶନିବାର ଜଣେ ମହିଳା ଜିଆରଏସ୍‌ଙ୍କୁ ଭୁଜାଲି ଦେଖାଇ ଦୁର୍ବୃତ୍ତମାନେ ୪୫ହଜାର ଟଙ୍କା ଲୁଟିନେଇଛନ୍ତି।...

ଶ୍ମଶାନରେ ମୃତଦେହ ସଂସ୍କାରକୁ ନେଇ ବିବାଦ : ରାସ୍ତାରୋକୋ କଲେ ଗ୍ରାମବାସୀ

ଖଣ୍ଡପଡ଼ା,୪ା୧୧(ସ୍ବ.ପ୍ର.): ଶ୍ମଶାନରେ ମୃତଦେହ ସଂସ୍କାରକୁ କେନ୍ଦ୍ର କରି ଖଣ୍ଡପଡା ବ୍ଲକ ବେଣାଗାଡିଆ ପଞ୍ଚାୟତର ମୁରାରୀପୁର ଓ ପଥରଦ୍ୱାର ଗ୍ରାମ ମଧ୍ୟରେ ବିବାଦ ଦେଖାଦେଇଛି। ଏହାକୁ ନେଇ...

ଗଞ୍ଜେଇ ଜବତ, ୨ ଗିରଫ

ଫିରିଙ୍ଗିଆ,୧୩ା୮: ଫିରିଙ୍ଗିଆ ପୋଲିସ ମାଶ୍ରିପଡା ରାସ୍ତା ପୁକେରିମା ସାହିରେ ଚଢ଼ାଉ କରି ଏକ ବୋଲରରୁ ୧ କୁଇଣ୍ଟାଲ ୬ କେଜି ଗଞ୍ଜେଇ ଜବତ କରିଛି। ଏହି...

ଜେଲ ପାଇଖାନା ସୁବ୍ୟସ୍ଥିତ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୦।୪: ୧୦ ଦିନ ମଧ୍ୟରେ ରାଜ୍ୟର ସମସ୍ତ ଜେଲରେ ଥିବା ପାଇଖାନାଗୁଡିକ ସୁବ୍ୟବସ୍ଥିତ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ...

ଅମ୍ଫନ୍‌ ପ୍ରଭାବରେ ପ୍ରବଳ ବର୍ଷା,ପବନ: ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ

ବାରିପଦା ଅଫିସ,୨୦ା୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅମ୍ଫନ୍‌ ପ୍ରଭାବରେ ମୟୂରଭଞ୍ଜ ଜିଲାରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ଜାରି ରହିଛି। ବୁଧବାର...

ହତ୍ୟା ଘଟଣାର ସାକ୍ଷୀଙ୍କୁ ଧମକ ଦେବା ମାମଲା:  ବିଧାୟକ ରମେଶ ଜେନାଙ୍କ ସମେତ ୫ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୫ା୧୦-ଅତିରିକ୍ତ ଜିଲା ଦୌରାଜଜ (ଏଡିଜେ-୩) ତଥା ଏମପି ଓ ବିଧାୟକଙ୍କ ମାମଲାର ବିଚାର ପାଇଁ ଥିବା କୋର୍ଟର ଜଜ ନିରଞ୍ଜନ ଜେନା ବହୁଚର୍ଚ୍ଚିତ ଶାନ୍ତି...

ବାଲେଶ୍ୱରରେ ୨୫ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ନୂଆ ଆକ୍ରାନ୍ତ ୪୮ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର(ବ୍ୟୁରୋ),୬।୫: ବାଲେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ୪୮ ବର୍ଷୀୟ ବ୍ୟକ୍ତି। ସେ ପଶ୍ଚିମବଙ୍ଗର କୋଲକାତାରୁ ଫେରି କ୍ୱାରାଣ୍ଟାଇନ୍‌ରେ ରହିଥିଲେ। ବୁଧବାର ଅପରାହ୍ନରେ ସେ...

ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ପ୍ରଶାସନ: ପୁଣି ପଦଯାତ୍ରାରେ ବାହାରିଲେ ଛାତ୍ରୀଛାତ୍ର

ବାରିପଦା ଅଫିସ,୨୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ,...

Advertisement
Archives

Model This Week