ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ। ପୋଖରୀର ଉନ୍ନତିକରଣ କରି ଦେଖାଇଦେଲେ। ଏଭଳି ଏକ ପ୍ରେରଣାଦାୟୀ କାର୍ଯ୍ୟ  କରି ଦେଖାଇଛନ୍ତି, ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରି ପଞ୍ଚାୟତର ସାଲେପାଲି ଓ ବିର୍ଶୁ ଗ୍ରାମର ମହିଳାମାନେ। ପ୍ରାୟ ୬୦ବର୍ଷ ପୂର୍ବେ ଉଭୟ ଗ୍ରାମର ଲୋକେ ପୋଖରୀ ଖନନ କରିଥିଲେ। ଦୀର୍ଘ ବର୍ଷ ହେଲା ପୋଖରୀର ଉନ୍ନତିକରଣ, ପଙ୍କୋଦ୍ଧାର, ଖନନ କରା ନ ଯିବାରୁ ଅନୁପଯୋଗୀ ହୋଇ ପଡ଼ିରହିଥିଲା। ଗ୍ରାମବାସୀ ସରକାରୀ ଅଧିକାରୀ, ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଲେ ନାହିଁ। ଗତବର୍ଷ ମହିଳାମାନେ ବୈଠକ କରି କିପରି ପୋଖରୀର ଉନ୍ନତିକରଣ କରିହେବ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି କ୍ରମେ ପୋଖରୀ ଉପରେ ନିର୍ଭର କରୁଥିବା ସାଲେପାଲି ଗାଁର ୭୦ପରିବାର ଏବଂ ବିର୍ଶୁ ଗାଁର ୫୦ ପରିବାରଙ୍କଠାରୁ ୫୦ ଟଙ୍କା ଲେଖାଏଁ ସଂଗ୍ରହ କରାଯାଇଥିଲା। ସେହି ଅର୍ଥରେ ମାଛ ଚାଷ କରାଯାଇଥିଲା। ସେମାନେ ଗତବର୍ଷ ୧୦ହଜାର ଓ ଚଳିତ ବର୍ଷ ୩୦ ହଜାର ଟଙ୍କା ଲାଭ ପାଇଥିଲେ। ଏହି ଅର୍ଥରେ ଜେସିବି ମେଶିନ ଦ୍ୱାରା ଖନନ ଓ ସମତଳ କାର୍ଯ୍ୟ କରାଇଥିଲାବେଳେ ସମସ୍ତ ମହିଳା ଶ୍ରମଦାନ କରି ପୋଖରୀର ଉନ୍ନତିକରଣ କରିଛନ୍ତି। ନାଏବ ସରପଞ୍ଚ ତରୁଲତା ବରିହା, ନିଳିମା ବରିହା, ବାସନ୍ତୀ ପୃଷେଟ, ମାଳତି ସାହୁ, ଶୁଶିଲା ମିଞ୍ଜ, ଅନିତା ମାଝି, ନିରାଶି ପାରେଖ, ଟିକେଶରୀ ସାହୁଙ୍କ ସହିତ ପ୍ରାୟ ୩୦ଜଣ ମହିଳା ପୋଖରୀରେ ଶ୍ରମଦାନ କରୁଥିଲାବେଳେ ଆମ ପ୍ରତିନିଧି କାର୍ଯ୍ୟସ୍ଥଳକୁ ଯାଇଥିଲେ। ସେମାନଙ୍କୁ ପଚାରିବୁଝିବାରୁ ସବୁକଥା ଜଣାପଡ଼ିଥିଲା। କିପରି ଦୀର୍ଘ ବର୍ଷ ହେଲା ସେମାନେ ଗାଧୋଇବା ପାଇଁ ସମସ୍ୟାରେ ପଡୁ୍‌ଥିଲେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri