ମିଳିଲା ନାହିଁ ସହାୟତା , ପୋଖରୀ ଖୋଳିଲେ ମହିଳା

ବଡ଼ଗାଁ, ୧୬।୫(ଡି.ଏନ୍‌.ଏ.): ସରକାରଙ୍କ ପକ୍ଷରୁ ମିଳିଲା ନାହିଁ ସହାୟତା , ଜନପ୍ରତିନିଧି ଓ ଦଳୀୟ ନେତାମାନେ ମଧ୍ୟ ଦୃଷ୍ଟି ଦେଲେନି। ଶେଷରେ ଗାଧୋଇବା ସମସ୍ୟାର ଦୂରୀକରଣ ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ। ପୋଖରୀର ଉନ୍ନତିକରଣ କରି ଦେଖାଇଦେଲେ। ଏଭଳି ଏକ ପ୍ରେରଣାଦାୟୀ କାର୍ଯ୍ୟ  କରି ଦେଖାଇଛନ୍ତି, ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଫୁଲବାରି ପଞ୍ଚାୟତର ସାଲେପାଲି ଓ ବିର୍ଶୁ ଗ୍ରାମର ମହିଳାମାନେ। ପ୍ରାୟ ୬୦ବର୍ଷ ପୂର୍ବେ ଉଭୟ ଗ୍ରାମର ଲୋକେ ପୋଖରୀ ଖନନ କରିଥିଲେ। ଦୀର୍ଘ ବର୍ଷ ହେଲା ପୋଖରୀର ଉନ୍ନତିକରଣ, ପଙ୍କୋଦ୍ଧାର, ଖନନ କରା ନ ଯିବାରୁ ଅନୁପଯୋଗୀ ହୋଇ ପଡ଼ିରହିଥିଲା। ଗ୍ରାମବାସୀ ସରକାରୀ ଅଧିକାରୀ, ଜନପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନେଲେ ନାହିଁ। ଗତବର୍ଷ ମହିଳାମାନେ ବୈଠକ କରି କିପରି ପୋଖରୀର ଉନ୍ନତିକରଣ କରିହେବ ଆଲୋଚନା କରିଥିଲେ। ଆଲୋଚନାର ନିଷ୍ପତ୍ତି କ୍ରମେ ପୋଖରୀ ଉପରେ ନିର୍ଭର କରୁଥିବା ସାଲେପାଲି ଗାଁର ୭୦ପରିବାର ଏବଂ ବିର୍ଶୁ ଗାଁର ୫୦ ପରିବାରଙ୍କଠାରୁ ୫୦ ଟଙ୍କା ଲେଖାଏଁ ସଂଗ୍ରହ କରାଯାଇଥିଲା। ସେହି ଅର୍ଥରେ ମାଛ ଚାଷ କରାଯାଇଥିଲା। ସେମାନେ ଗତବର୍ଷ ୧୦ହଜାର ଓ ଚଳିତ ବର୍ଷ ୩୦ ହଜାର ଟଙ୍କା ଲାଭ ପାଇଥିଲେ। ଏହି ଅର୍ଥରେ ଜେସିବି ମେଶିନ ଦ୍ୱାରା ଖନନ ଓ ସମତଳ କାର୍ଯ୍ୟ କରାଇଥିଲାବେଳେ ସମସ୍ତ ମହିଳା ଶ୍ରମଦାନ କରି ପୋଖରୀର ଉନ୍ନତିକରଣ କରିଛନ୍ତି। ନାଏବ ସରପଞ୍ଚ ତରୁଲତା ବରିହା, ନିଳିମା ବରିହା, ବାସନ୍ତୀ ପୃଷେଟ, ମାଳତି ସାହୁ, ଶୁଶିଲା ମିଞ୍ଜ, ଅନିତା ମାଝି, ନିରାଶି ପାରେଖ, ଟିକେଶରୀ ସାହୁଙ୍କ ସହିତ ପ୍ରାୟ ୩୦ଜଣ ମହିଳା ପୋଖରୀରେ ଶ୍ରମଦାନ କରୁଥିଲାବେଳେ ଆମ ପ୍ରତିନିଧି କାର୍ଯ୍ୟସ୍ଥଳକୁ ଯାଇଥିଲେ। ସେମାନଙ୍କୁ ପଚାରିବୁଝିବାରୁ ସବୁକଥା ଜଣାପଡ଼ିଥିଲା। କିପରି ଦୀର୍ଘ ବର୍ଷ ହେଲା ସେମାନେ ଗାଧୋଇବା ପାଇଁ ସମସ୍ୟାରେ ପଡୁ୍‌ଥିଲେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର ଖାଦ୍ୟକୁ ନା

ଢେଙ୍କାନାଳ ଅଫିସ, ୨୮।୯: ପାର୍ବଣ ଋତୁ ହେଉଛି ବ୍ୟବସାୟର ସମୟ। ବ୍ୟବସାୟୀମାନେ ଏହି ଦୁଇମାସକୁ କରିଥାଆନ୍ତ ଅପେକ୍ଷା। ଅଧିକ ଲାଭ ମନାଭାବ ହେଉ କି ସଚେତନତାର...

ତେଲ୍‌କୋଇ ବସଷ୍ଟାଣ୍ଡ ନିକଟରେ ଟ୍ରକ୍‌ ଧକ୍କାରେ ଜଣେ ମୃତ: ଜିଲା ମେଡିକାଲରେ ଉତ୍ତେଜନା

କେନ୍ଦୁଝର, ୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ନଂ. ଜାତୀୟ ରାଜପଥର ତେଲ୍‌କୋଇ ବସ୍‌ଷ୍ଟାଣ୍ଡ ନିକଟରେ ଶନିବାର ଏକ ଟ୍ରକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ...

ସୋରଡ଼ା ଏନ୍‌ଏସି ଦଖଲ କଲା ବିଜେଡି

ସୋରଡ଼ା,୨୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଏନ୍‌ଏସି ପୌର ନିର୍ବାଚନରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ ହୋଇଛନ୍ତି। ସେ ଭଜପାର ସାଧୀନ ପଣ୍ଡାଙ୍କଠାରୁ ୨୮୮ ଖଣ୍ଡ ଭୋଟ୍‌...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ

ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍‌ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି।...

ରାସ୍ତାରେ ୧୦୮ ଆମ୍ବୁଲାନ୍ସ ପଙ୍କଚର, ରୋଗୀ ହଇରାଣ

ଖୋର୍ଦ୍ଧା ଅଫିସ,୨୯।୪: ରୋଗୀଙ୍କୁ ଉତ୍ତମ ସେବା ପ୍ରଦାନ ଲାଗି ସରକାର ଗୁରୁତ୍ୱ ଦେଉଛନ୍ତି। ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟ ସରକାରଙ୍କ...

ପୋଖରୀରେ ବୁଡି ଦୁଇ ଶିଶୁଙ୍କ ଜୀବନ ଗଲା

ମାଲକାନଗିରି୧୦।୫(ଡି.ଏନ୍‌.ଏ): ମାଲକାନଗିରି ସଦର ଥାନା ତଣ୍ଡାପାଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିା ତଣ୍ଡାପାଲ୍ଲୀ ଗ୍ରାମରେ ଥିବା ପୋଖରୀରେ ଦୁଇ ନାବାଳିକା ଶିଶୁ ଗାଧୋଇବାକୁ ଯାଇ...

ମାଲ୍‌ ପରିବହନରେ ବାଧା ହଟାଅ

ଅନୁଗୋଳ ଅଫିସ, ୧।୫ – ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସଫଳତାର ସହିତ କାର୍ଯ୍ୟକାରୀ କରିବାକୁ ନେଇ ଗୁରୁବାର ଜିଲାପାଳ ମନୋଜ କୁମାର...

Advertisement
Archives

Model This Week