ଆମ ଜିଲା ଖବର

ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି। ଶ୍ରମିକ ଚାଲାଣରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ...

ଯୁବ କଂଗ୍ରେସର ଶଗଡ଼ ଶୋଭାଯାତ୍ରା

ଭୁବନେଶ୍ୱର,୩।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲର ଅହେତୁକ ଦରବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ରଣହୁଙ୍କାର ଦେଇଛି। ଏହି ପରିପ୍ରେକ୍ଷୀରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ମଙ୍ଗଳବାର ଏକ...

ଭଙ୍ଗା ଘରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର

କାକଟପୁର,୩।୨(ଡି.ଏନ୍‌.ଏ.): ଚଳିତ ମାସ ୧ ତାରିଖରୁ ରାଜ୍ୟରେ ଥିବା ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିଛି। ହେଲେ କାକଟପୁର ବ୍ଲକ କୁଣ୍ଢେଇ ପଞ୍ଚାୟତର ବାଜପୁର ଗ୍ରାମରେ ଥିବା ୨ ଅଙ୍ଗନଓ୍ବାଡି କେନ୍ଦ୍ର ଅସୁରକ୍ଷିତ ଭାବେ ଏକ ବିଦ୍ୟାଳୟର ଗୃହରେ ଚାଲିଥିବା ଦେଖିବାକୁ...

ବକୁଳବନ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ସାକ୍ଷୀଗୋପାଳ,୩।୨(ଡି.ଏନ୍‌.ଏ.):  ଓଡ଼ିଶାର ଅନ୍ୟତମ ଐତିହ୍ୟ ପୀଠ ସତ୍ୟବାଦୀ ବକୁଳବନ ସ୍ମୃତି ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ଆୟୋଜିତ ବକୁଳବନ ମହୋତ୍ସବ ନେଇ ଏକ ପ୍ରସ୍ତୁତି ବୈଠକ ପଞ୍ଚସଖା ସ୍ବମୃତି ସମାଧି ପୀଠରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ କମିଟିର ସଭାପତି ସାଧୁଚରଣ...

ଅସ୍ତରଙ୍ଗରେ ଭିଜିଲାନ୍ସର ଖୋଳତାଡ଼

ଅସ୍ତରଙ୍ଗ,୩।୨(ଡି.ଏନ୍‌.ଏ.): ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଅସ୍ତରଙ୍ଗ ବ୍ଲକରେ ଚାରାରୋପଣ ଓ ରାଡ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସର ଡିଏସପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ୬ଜଣିଆ ଟିମ୍‌ ୨ ପଞ୍ଚାୟତରେ ଖୋଳତାଡ଼ କରିଛନ୍ତି।...

ଯୋଗମୁହାଁ ଯୁବପିଢ଼ି

କଟକ ଅଫିସ, ୩ା୨: ଶରୀର ସୁସ୍ଥ ରହିବା ପାଇଁ ମନକୁ ଶାନ୍ତ ରଖିବା ଆବଶ୍ୟକ। ମନର ସୁସ୍ଥତା ପାଇଁ ଦରକାର ଅନୁକୂଳ ପରିବେଶ ଓ ଉପଯୁକ୍ତ ପନ୍ଥା, ଯାହା ଯୋଗ ଦ୍ୱାରା ହିଁ ଉପଲବ୍ଧି ହୋଇଥାଏ। ନିୟମିତ ଯୋଗ କଲେ...

ଫି’ ହ୍ରାସ ନିର୍ଦ୍ଦେଶ ନ ମାନିଲେ ସ୍କୁଲ ସ୍ବୀକୃତି ପ୍ରତ୍ୟାହାର ହେଉ

କଟକ ଅଫିସ, ୩ା୨: କରୋନା ମହାମାରୀରେ ଆର୍ଥିକ ସମସ୍ୟାକୁ ନେଇ ବେସରକାରୀ ସ୍କୁଲରେ ଫି’ ଆଦାୟକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ପୂର୍ବରୁ ହୋଇଥିବା ଏମ୍‌ଓୟୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି। ହେଲେ କଟକରେ ବେସରକାରୀ...

ଋଷିକୁଲ୍ୟା ମୁହାଣରେ ବିଦେଶୀ ପକ୍ଷୀ

ଗଞ୍ଜାମ,୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣରେ ସମ୍ପ୍ରତି ବିଦେଶୀ ପକ୍ଷୀମାନଙ୍କ କଳରବ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ଶହ ଶହ ସଂଖ୍ୟାରେ ମଙ୍ଗୋଲିଆ ପକ୍ଷୀ ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟକଙ୍କୁ ବିମୋହିତ କରୁଛନ୍ତି। ମଙ୍ଗୋଲିଆ ଓ ମ୍ୟାନ୍‌ମାର ଅଞ୍ଚଳରେ...

ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କାର କଏନ୍‌ ହେରଫେର

ପାରାଦୀପ,୩ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡବଜାରସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୪ ଲକ୍ଷ ଟଙ୍କାର କଏନ୍‌ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ମ୍ୟାନେଜର ସନ୍ତୋଷ କୁମାର ନାୟକ ମଙ୍ଗଳବାର ଥାନାରେ...

ଅନିଶ୍ଚିତତାରେ ସୁବର୍ଣ୍ଣରେଖା ବନ୍ଦର

ଭୋଗରାଇ,୩ା୨: ରାଜସ୍ବ ବିଭାଗ ପକ୍ଷରୁ ଜମି ଅଧିଗ୍ରହଣରେ ବିଳମ୍ବ ଓ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରସ୍ତାବିତ ବାଲେଶ୍ୱର ଜିଲା ସୁବର୍ଣ୍ଣରେଖା ନଦୀଭିତ୍ତିକ ବନ୍ଦର ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ୧୪ ବର୍ଷ ପୂର୍ବେ ଏହି ବନ୍ଦର...

‘ବିଖ୍ୟାତ ବରା’ ବ୍ୟବସାୟୀଙ୍କ ପରଲୋକ

ଢେଙ୍କାନାଳ ଅଫିସ, ୩।୨: ଢେଙ୍କାନାଳ ବରାକୁ ପରିଚିତ କରାଇଥିବା ଗଣେଶ ବଜାରର ପ୍ରତିଷ୍ଠିତ ବ୍ୟବସାୟୀ ସଦାଶିବ ସାହୁଙ୍କ ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ବର୍ଷ ହୋଇଥିଲା। ସୂଚନା ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବ୍ୟବସାୟୀ, ପୂଜା ପ୍ରତିଷ୍ଠାନର...

ପୋଲିସକୁ ଡେମୋ ଦେଖାଇଲେ ରାକେଶ

ଯାଜପୁର ଅଫିସ/ ରସୁଲପୁର(ଡି.ଏନ୍‌.ଏ.),୩ା୨: ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୧)ଙ୍କ ମୃତ୍ୟୁ ଘଟଣାରେ ଗିରଫ ରାକେଶ କୁମାର ସ୍ବାଇଁଙ୍କୁ ପୋଲିସ ୩ ଦିନିଆ ରିମାଣ୍ଡରେ ଆଣିଛି। ମଙ୍ଗଳବାର ରିମାଣ୍ଡର ପ୍ରଥମ ଦିନରୁ ପୋଲିସ ଜୋରଦାର ଜେରା ଆରମ୍ଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri