ଅସ୍ତରଙ୍ଗରେ ଭିଜିଲାନ୍ସର ଖୋଳତାଡ଼

ଅସ୍ତରଙ୍ଗ,୩।୨(ଡି.ଏନ୍‌.ଏ.): ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗ ଅଧୀନରେ ଅସ୍ତରଙ୍ଗ ବ୍ଲକରେ ଚାରାରୋପଣ ଓ ରାଡ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ୱର ଭିଜିଲାନ୍ସର ଡିଏସପି ଅନୁପମା ମହାପାତ୍ରଙ୍କ ନେତୃତ୍ୱରେ ୬ଜଣିଆ ଟିମ୍‌ ୨ ପଞ୍ଚାୟତରେ ଖୋଳତାଡ଼ କରିଛନ୍ତି। ସୂଚନାଯୋଗ୍ୟ, ଏହି ବ୍ଲକର ଝାଡ଼ଲିଙ୍ଗ ଓ ନୂଆଗଡ଼ ପଞ୍ଚାୟତରେ ଚାରା, ରାଡ୍‌ ଯୋଜନାରେ ଦୁର୍ନୀତି ହୋଇଥିବା ନେଇ ଅଞ୍ଚଳର ସାମାଜିକ କର୍ମୀ ଜିତେନ୍ଦ୍ର ସ୍ବାଇଁ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ତେବେ ପୂର୍ବରୁ ମଧ୍ୟ ବ୍ଲକରେ ମୃତ୍ତିକା ବିଭାଗରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଭିଜିଲାନ୍ସ ଟିମ ଯାଞ୍ଚ କରି ଫେରିଥିଲେ। ତେବେ ଏବେ ପୁଣି ଅଭିଯୋଗ ହେବା ପରେ ଭିଜିଲାନ୍ସ ଟିମ୍‌ ଅଭିଯୋଗକାରୀଙ୍କୁ ଧରି ୨ ପଞ୍ଚାୟତ ବୁଲି ଯାଞ୍ଚ କରିଥିଲେ। ପ୍ରଥମେ ଟିମ୍‌ ଝାଡ଼ଲିଙ୍ଗରେ ପହଞ୍ଚି ଗଛ ଗଣିବା ସମେତ ମୃତ୍ତିକା ସଂରକ୍ଷଣ ଦର୍ଶାଉଥିବା ବିଭିନ୍ନ ସ୍ଥାନର ପ୍ରକଳ୍ପ କାର୍ଯ୍ୟ ଯାଞ୍ଚ କରିଥିଲେ। ସେହିପରି ନୂଆଗଡ଼ରେ ପଞ୍ଚାୟତରେ ରାଡ୍‌ ଯୋଜନାରେ ଗାଈ ଓ ଛେଳିମେଣ୍ଢା ହାତେଇଥିବା ଅଧିକାଂଶ ମଧ୍ୟରୁ ପ୍ରାୟ ୮ଜଣ ହିତାଧିକାରୀଙ୍କ ଘରକୁ ଯାଇ କିଏ ପ୍ରକୃତ ଯୋଗ୍ୟ ବା ଅଯୋଗ୍ୟ ତାହା ଟିମ୍‌ ତନଖି କରିଥିଲେ। ଏହି ହିତାଧିକାରୀଙ୍କ ମଧ୍ୟରେ ବିଜୟ ମହାନ୍ତି, ଦୀପ୍ତି କାଣ୍ଡି, ଶରତ ମହାନ୍ତି, ବୈରାଗୀ ମହାନ୍ତି, ଡଲି ଦାସ, ଶାନ୍ତନୁ ମହାନ୍ତି, ରାଜୁ ପ୍ରଧାନ, ଆଶୁତୋଷ ବାରିକଙ୍କ ଘରକୁ ଯାଇ ତନଖି କରିବା ଜିତେନ୍ଦ୍ର ସୂଚନା ଦେଇଛନ୍ତି। ରାଡ୍‌ ଯୋଜନାର ତାଲିକାରେ ବହୁ ପ୍ରଭାବଶାଳୀ, ଚାରିଚକିଆ ଓ ଧନୀ ପରିବାର ଥିବା ଭିଜିଲାନ୍ସ ଟିମ୍‌ ସୁରାକ ପାଇବା ଜିତେନ୍ଦ୍ର କହିଛନ୍ତି। ଖୁବଶୀଘ୍ର ତଦନ୍ତ କାର୍ଯ୍ୟ ଶେଷ କରି ଆସନ୍ତା ୧୮ ତାରିଖ ପୂର୍ବରୁ ଲୋକାୟୁକ୍ତକୁ ରିପୋର୍ଟ ଦେବାକୁ ପ୍ରସ୍ତୁତ ହେଉଥିବା ଟିମ୍‌ର ମୁଖ୍ୟ ଡିଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି। ଟିମ୍‌ ମଧ୍ୟରେ ପୁରୀ ଜିଲା ମୃତ୍ତିକା ସଂରକ୍ଷଣ ବିଭାଗର ଅଫିସର ସ୍ବୟଂପ୍ରଭା ଦାସ ଓ ବିଶ୍ୱଜିତ ପ୍ରଧାନ, ଜିଲା ଉଦ୍ୟାନ କୃଷି ବିଭାଗର ୨ ଅଫିସର ସାମିଲ
ହୋଇ ବିଭିନ୍ନ ପ୍ରକଳ୍ପ ସ୍ଥାନ ଯାଞ୍ଚ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୧୨୯

ଭୁବନେଶ୍ୱର,୩।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇବାରେ ଲାଗିଛିି। ମଙ୍ଗଳବାର ରାଜ୍ୟରେ ୧,୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୫୭...

‘ବିଦ୍ୟୁତ୍‌ ଘରୋଇକରଣ ବନ୍ଦ ନ ହେଲେ ଶୁଳ୍କ ବଢ଼ିବ’

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ନେସ୍‌କୋ, ଓ୍ବେସ୍‌କୋ ଏବଂ ସାଉଥ୍‌କୋର ପରିଚାଳନା ଭାର ରିଲାଏନ୍ସ ଏନର୍ଜୀକୁ ଦେଇ ଯେଉଁ କ୍ଷତି ସହିଛନ୍ତି, ତାକୁ ପର୍ଯ୍ୟାୟକ୍ରମେ ଗ୍ରୀଡ୍‌କୋ...

କାଳିଆ ପରେ ବଳରାମ ଯୋଜନାରେ ମିଳିବ ଟଙ୍କା

ବରଗଡ଼ ଅଫିସ୍‌,୨୫।୨: ରାଜ୍ୟ ସରକାରଙ୍କ ବଳରାମ ଯୋଜନା ଗୁରୁବାର ବରଗଡ଼ ଜିଲାରେ ଆରମ୍ଭ ହୋଇଛି। ଅତାବିରା ସମବାୟ କେନ୍ଦ୍ର ବ୍ୟାଙ୍କ ଶାଖାରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି।...

ନିଶା ବ୍ୟବସାୟକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ : ଦାଦା ଗୁରୁତର, ବର୍ତ୍ତିଗଲେ ପୁତୁରା

ବାଲେଶ୍ୱର ଅଫିସ, ୨୬।୧୦: ବାଲେଶ୍ୱର ସଦର ଥାନା ଅଧୀନ ରସାଳପୁର ଛେଳିଆପଦା ଛକ ନିକଟସ୍ଥ କାଳିମଣ୍ଡପ ପଡ଼ିଆରେ ଜଣେ ଦୁର୍ବୃତ୍ତ ନିଶା ବ୍ୟବସାୟକୁ କେନ୍ଦ୍ର କରି...

ବାରିମୂଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଡେରାବିଶ, ୨୫ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ବାରିମୂଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ମଙ୍ଗଳବାର ସକାଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ...

କୁକୁଡ଼ା ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ଭାଜପା

ଭୁବନେଶ୍ୱର, ୧୭।୩(ବ୍ୟୁରୋ): କୁକୁଡ଼ା ମାଂସ ଖାଇଲେ କରୋନା ହେବ ଏକଥା ମିଛ ପ୍ରମାଣିତ ହୋଇ ସାରିଛି। ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ । ହେଲେ...

ଉପକୂଳ ପାଲଟିଛି ନକଲି ବ୍ୟବସାୟୀଙ୍କ ଚରାଭୂଇଁ

ମହାକାଳପଡ଼ା,୨୪ା୧୦ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବହୁସଂଖ୍ୟାରେ ନକଲି ବ୍ୟବସାୟୀ ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେଉଛି। ବ୍ଲକର ଉପାନ୍ତ ଅଞ୍ଚଳରେ...

ଗଞ୍ଜାମ ସହରରେ ୮ କରୋନା ଆକ୍ରାନ୍ତ, ୪ ସୁସ୍ଥ

ଗଞ୍ଜାମ,୧୦।୭(ଡି.ଏନ୍‌.ଏ.): ମହାମାରୀ କରୋନା ଦୀର୍ଘ ପାଞ୍ଚ ମାସରୁ ଊର୍ଦ୍ଧ୍ୱ ସମୟ ସାରା ରାଜ୍ୟ ଆତଙ୍କ ସୃଷ୍ଟି କରିଛି। ବିଶେଷ ଭାବେ ଗଞ୍ଜାମ ଜିଲାକୁ ଅତ୍ୟଧିକ ପ୍ରବାସୀ...

Advertisement
Archives

Model This Week