ଯୋଗମୁହାଁ ଯୁବପିଢ଼ି

କଟକ ଅଫିସ, ୩ା୨: ଶରୀର ସୁସ୍ଥ ରହିବା ପାଇଁ ମନକୁ ଶାନ୍ତ ରଖିବା ଆବଶ୍ୟକ। ମନର ସୁସ୍ଥତା ପାଇଁ ଦରକାର ଅନୁକୂଳ ପରିବେଶ ଓ ଉପଯୁକ୍ତ ପନ୍ଥା, ଯାହା ଯୋଗ ଦ୍ୱାରା ହିଁ ଉପଲବ୍ଧି ହୋଇଥାଏ। ନିୟମିତ ଯୋଗ କଲେ ମଣିଷ ଓ ପ୍ରକୃତି ମଧ୍ୟରେ ସମନ୍ବୟ ସ୍ଥାପିତ ହୋଇ ପ୍ରାପ୍ତହୁଏ ସମ୍ପୂର୍ଣ୍ଣ ସୁସ୍ଥତା। ବର୍ତ୍ତମାନ ସୁସ୍ଥ ରହିବାପାଇଁ ଯୁବପିଢିଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହୀ। ସକାଳ ଓ ସାରେ ଯୋଗକେନ୍ଦ୍ରରେ ଲୋକଙ୍କ ଭିଡ଼ ଜମୁଛି, ଏହି ଭିଡ଼ ମଧ୍ୟରେ ବୟ୍‌ସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିବା ବେଳେ ଯୁବତୀଯୁବକମାନେ ମଧ୍ୟ ନଜର ଆସୁଛନ୍ତି। ଛୋଟ ପିଲାମାନେ ମଧ୍ୟ ଏଥିପ୍ରତି ଆକର୍ଷିତ ହେବାରେ ଲାଗିଲେଣି। ସବୁ ପିଢ଼ିର ଲୋକଙ୍କ ମଧ୍ୟରେ ଦିନକୁ ଦିନ ଯୋଗର ଚାହିଦା ବଢିବାରେ ଲାଗିଛି । ଆଗରୁ ବିଭିନ୍ନ ସ୍ଥାନରେ ନିଃଶୁଳ୍କ ଯୋଗକେନ୍ଦ୍ର ଚାଲିଥିଲା । ବର୍ତ୍ତମାନ ଯୋଗର ଗୁରୁତ୍ୱ୍‌ ଏତେ ବଢ଼ିଛି ଯେ ଲୋକମାନେ ଅର୍ଥ
ଦେଇ ଯୋଗ କେନ୍ଦ୍ରଗୁଡ଼ିକରେ ଯୋଗାଭ୍ୟାସ କରିବାକୁ ଯାଉଛନ୍ତି। ଏହାଛଡା ବିଭିନ୍ନ ପାର୍କରେ ମଧ୍ୟ ଲୋକମାନେ ଯୋଗାଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ସହର ଓ ଗ୍ରାମାଞ୍ଚଳରେ ଥିବା ଯୋଗକେନ୍ଦ୍ରରେ ସମାନ ଦୃଶ୍ୟ ନଜରକୁ ଆସୁଛି। ୪୦ରୁ ଊର୍ଦ୍ଧ୍ୱ ବୟସର ଲୋକେ ଯୋଗକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ୧୮ରୁ ୩୦ ବର୍ଷର ଯୁବବର୍ଗ ଏଥିପ୍ରତି ଧୀରେ ଧିରେ ଆଗ୍ରହୀ ହେଉଛନ୍ତି। କଟକର ବିଭିନ୍ନ ସ୍ଥାନରେ ପ୍ରାୟ ୧୫ ରୁ ୨୦ଟି ଯୋଗ ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛି।

-ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri