ଚାଲାଣ ବେଳେ ୨୪ ଶ୍ରମିକ ଉଦ୍ଧାର

ଢେଙ୍କାନାଳ ଅଫିସ, ୩।୨: ବେଆଇନ ଭାବେ ତାମିଲନାଡୁ ଚାଲାଣ କରାଯାଉଥିବା ୨୪ ଶ୍ରମିକଙ୍କୁ ଢେଙ୍କାନାଳ ଜିଲା ଶ୍ରମ ବିଭାଗ ପୋଲିସ ସହାୟତାରେ ମଙ୍ଗଳବାର ଉଦ୍ଧାର କରିଛି। ଶ୍ରମିକ ଚାଲାଣରେ ମଧ୍ୟସ୍ଥ ସାଜିଥିବା ବ୍ୟକ୍ତିଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଅନ୍ୟପଟେ ଶ୍ରମିକଙ୍କୁ ନେବାକୁ ତାମିଲନାଡୁରୁ ଆସୁଥିବା ବସ୍‌ ଖାଲି ଫେରିଛି। ଏହି ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
କଙ୍କଡ଼ାହାଡ଼, କାମାକ୍ଷାନଗର, ଭୁବନ, କେନ୍ଦୁଝର ଜିଲା ତେଲକୋଇ ଅଞ୍ଚଳର ସମ୍ପୃକ୍ତ ଶ୍ରମିକମାନେ ତାମିଲନାଡୁର ଏକ ଖାଦ୍ୟ ପ୍ରକ୍ରିୟାକରଣ କମ୍ପାନୀରେ କାମ କରୁଥିଲେ। କରୋନା ଲକ୍‌ଡାଉନ୍‌ ପରେ କମ୍ପାନୀ ବନ୍ଦ ହୋଇଯିବାରୁ ସେମାନେ ଘରକୁ ବାହୁଡ଼ି ଆସିଥିଲେ। ସ୍ଥିତି ସୁଧୁରିବା ପରେ ଉକ୍ତ କମ୍ପାନୀ ଶ୍ରମିକଙ୍କୁ ଫେରାଇ ନେବା ଲାଗି ତାମିଲନାଡୁରୁ ଏକ ବସ୍‌ ପଠାଇଥିଲା। ଶ୍ରମିକଙ୍କୁ ତାମିଲନାଡୁ ପହଞ୍ଚାଇବାରେ ମଧ୍ୟସ୍ଥ ସାଜିଥିଲେ ତେଲକୋଇ ଅଞ୍ଚଳର ସୁଶାନ୍ତ ପାତ୍ର। କୌଣସି ସୂତ୍ରରୁ ସୂଚନା ପାଇ ଢେଙ୍କାନାଳ ସହର ଉପକଣ୍ଠ ୫୫ନଂ. ଜାତୀୟ ରାଜପଥର କାମାକ୍ଷାନଗର ରୋଡ ଛକଠାରେ ଅପରାହ୍ନ ସାଢ଼େ ୨ଟାରେ ଜିଲା ଶ୍ରମ ବିଭାଗ କର୍ମଚାରୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। କୌଣସି କାଗଜପତ୍ର ନ ଥାଇ ସମ୍ପୃକ୍ତ ଶ୍ରମିକଙ୍କୁ ବେଆଇନ ଭାବେ ନିଆଯାଉଥିଲା। ସେମାନଙ୍କୁ ଉଦ୍ଧାର କରି ହାଟରୋଡ୍‌ସ୍ଥିତ ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରାଯାଇଥିଲା। ସମସ୍ତଙ୍କୁ ଗାଡ଼ିରେ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ସୁଶାନ୍ତଙ୍କୁ ଶ୍ରମ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଶ୍ରମିକଙ୍କୁ ନେଉଥିବା ବସ୍‌ ଅଟକାଇ ଶ୍ରମ ବିଭାଗ ଜିମା ଦିଆଯାଇଥିଲା। ଜିଲା ଶ୍ରମ ଅଧିକାରୀ ସତ୍ୟନାରାୟଣ ଆଚାର୍ଯ୍ୟ କୁହନ୍ତି, ତାମିଲନାଡୁର ଏକ କମ୍ପାନୀରେ କାର୍ଯ୍ୟରତ ସମ୍ପୃକ୍ତ ଶ୍ରମିକମାନେ ଲକ୍‌ଡାଉନ୍‌ରେ ଘରକୁ ଫେରି ଆସିଥିଲେ। ବିନା କାଗଜପତ୍ର ଏବଂ ମାଲିକଙ୍କ ଲେଖା ନ ଥାଇ ସେମାନଙ୍କୁ ପୁଣି ନିଆଯାଉଥିଲା, ଯାହା ବେଆଇନ। ମଧ୍ୟସ୍ଥଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ଧର୍ମପରାୟଣ ଶିକ୍ଷକ ଏସ୍‌. ସୀମା ରେଡ୍ଡୀ ଆଉ ନାହାନ୍ତି: ଶୋକାକୁଳ ପରିବେଶରେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଓଡ଼ାସିଙ୍ଗି ଗ୍ରାମର ଜଣାଶୁଣା ଧର୍ମପରାୟଣ ବ୍ୟକ୍ତିତ୍ୱ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଏସ୍‌. ସୀମା…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ଦିଗପହଣ୍ଡିରେ କଲେଜ ନିର୍ବାଚନ ପରବର୍ତ୍ତୀ ହିଂସା ଓ ହତ୍ୟା ଉଦ୍ୟମ: ପୁଣି ୨ ଅଣଛାତ୍ର ଗିରଫ, ଜେଲ୍‌ ଗଲେ…

ଦିଗପହଣ୍ଡି, ୨୪।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଛାତ୍ର ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଓ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?