ବ୍ୟାଙ୍କରୁ ୧୪ ଲକ୍ଷ ଟଙ୍କାର କଏନ୍‌ ହେରଫେର

ପାରାଦୀପ,୩ା୨(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡବଜାରସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୪ ଲକ୍ଷ ଟଙ୍କାର କଏନ୍‌ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ମ୍ୟାନେଜର ସନ୍ତୋଷ କୁମାର ନାୟକ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ ରୁ ୨୦ ମଧ୍ୟରେ ବ୍ୟାଙ୍କରୁ ଏହି ଟଙ୍କା ଗାଏବ ହୋଇଛି। ଅଭିଯୋଗପତ୍ରରେ ୪ ଜଣ ପୂର୍ବତନ ମ୍ୟାନେଜର ଓ କ୍ୟାଶିୟରଙ୍କ ନାମ ରହିଛି। ଏନେଇ ପୋଲିସ ମାମଲା (ନଂ.୨୮/୨୧) ରୁଜୁ କରି ତଦନ୍ତ ଚଳାଇଛି। ଗତ ୪ ବର୍ଷର ଅଡିଟ୍‌ ରିପୋର୍ଟ ଯାଞ୍ଚ କରାଯାଉଛି ବୋଲି ଥାନା ଅଧିକାରୀ ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ସ୍ଥିତି ସମୀକ୍ଷା କଲେ ଆର୍‌ଡିସି

ଖୋର୍ଦ୍ଧା ଅଫିସ,୨୬ା୮: କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି) ଅନିଲ କୁମାର ସାମଲ ମଙ୍ଗଳବାର ଖୋର୍ଦ୍ଧା ଜିଲା କୋଭିଡ୍‌ ସ୍ଥିତି ସମୀକ୍ଷା କରିଛନ୍ତି। କରୋନା ନିୟନ୍ତ୍ରଣ ଲାଗି...

ପ୍ରାର୍ଥୀନୀଙ୍କ ରୋଡ୍‌ ଶୋ’ରେ ଟେଲି କଳାକାର

ଧାମନଗର, ୨୨ ।୩ (ଡି.ଏନ.ଏ) ଭଦ୍ରକ ଜିଲା ଧାମନଗର ଏନ୍‌ଏସିରେ ଚଳିତବର୍ଷ ପ୍ରଥମଥର ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ...

ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ରାନୀ ପଣ୍ଡା

ବ୍ରହ୍ମପୁର ଅଫିସ,୭।୧: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର...

ବରୀରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ: ବ୍ଲକରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୧୪ ଛୁଇଁଲା

ବରୀ,୧୬।୫(ସ୍ବ.ପ୍ର.): ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରୁ ଶନିବାର ସକାଳେ ଆଉ ୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରୀ ବ୍ଲକରେ...

ଠାକୁରାଣୀ ଯାତ୍ରା ଲାଗି ଶୁଭଖୁଣ୍ଟି ସ୍ଥାପନ

ଛତ୍ରପୁର,୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଲାଗି ରବିବାର ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ଯାତ୍ରା କମିଟି ମ୍ୟାନେଜର କେ.ଚନ୍ଦ୍ରଶେଖର...

ଶୁଣିଲାନି ପ୍ରଶାସନ: ଜମିରୁ ବର୍ଷାଜଳ ନିଷ୍କାସିତ କଲେ ଚାଷୀ

ବିିଞ୍ଝାରପୁର,୨୦।୮ (ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଗତ ସପ୍ତାହରେ ୩୦୦ ମି.ଲି.ରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ଘଣ୍ଟିଆଳି- ଗୁହାଳୀ ଅଞ୍ଚଳ ଚାଷଜମିରେ ବର୍ଷାଜଳ...

ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କେନ୍ଦୁଝର,୨୧ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଭିଡିଓ ଭାଇରାଲ ଘଟଣାକୁ ନେଇ ଦିନକୁ ଦିନ ଜିଲାରେ ଉତ୍ତେଜନା ପ୍ରକାଶ...

ଓପିଜିସି ପ୍ରକଳ୍ପରେ ଯାନ୍ତ୍ରିକ ତ୍ରୁଟି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୧ା୮(ଡି.ଏନ୍‌.ଏ.): ଓଡିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି)ର ବନହରପାଲିସ୍ଥିତ ଇବ୍‌ ତାପଜ ବିଦ୍ୟୁତ୍‌ କେନ୍ଦ୍ରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଫଳରେ ଶନିବାର ସକାଳ ୮.୫୪ ମିନିଟ୍‌ରୁ...

Advertisement
Archives

Model This Week