ନାଟମଣ୍ଡପରୁ ପାଣି ଗଳୁଛି

ପୁରୀ ଅଫିସ,୧୯।୭:ଚଳିତବର୍ଷର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ନାଟମଣ୍ଡପ, ଭୋଗମଣ୍ଡପ, ରୋଷଘର ସମେତ ଅନେକ ସ୍ଥାନରେ ମରାମତି କାର୍ଯ୍ୟ କରାଯାଇଥିବା କୁହାଯାଇଥିଲା। ତେବେ ମରାମତିକୁ ଦିନ କେଇଟା ନ ପୂରୁଣୁ ନାଟମଣ୍ଡପ ଛାତରୁ ପାଣି ଗଳିବା ଆରମ୍ଭ କଲାଣି। ଗତ ଶନିବାର ରାତିରେ ପୁରୀରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ନାଟମଣ୍ଡପରେ ଥିବା ଗରୁଡ଼ଙ୍କ ଉପରଭାଗ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ଗରୁଡ଼ଙ୍କ ମୁଣ୍ଡ ଉପରେ ଥିବା ଚାନ୍ଦୁଆ ବର୍ଷାପାଣିରେ ଭିଜିଯାଇଥିଲା। ଫଳରେ ନାଟମଣ୍ଡପ ଚଟାଣ ଉପରେ ପାଣି ପଡ଼ିବାରେ ଲାଗିଥିଲା। ଏଭଳି ସ୍ଥିତିରେ ସମ୍ପ୍ରତି ବର୍ଷାଋତୁରେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା କରାଯାଉଛି ବୋଲି ଜଗନ୍ନାଥପ୍ରେମୀମାନେ ମତ ବ୍ୟକ୍ତ କରିଛନ୍ତି। ଏ ନେଇ ପୁରୀ ସର୍କଲ ଏଏସ୍‌ଆଇ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯିବାରେ କୁହାଯାଇଛି ଯେ, ଭାଇବର ନେଟିଂ କରାଯାଇ କେମିକାଲ୍‌ ଦିଆଯାଇଛି। ଏହାସତ୍ତ୍ବେ ପାଣି କିଭଳି ଭାବେ ଲିକ୍‌ କରୁଛି ତାହା ଦେଖିବାକୁ ପଡ଼ିବ। ତେବେ ଶ୍ରୀମନ୍ଦିରର ପୁରୁଣା ପଥର ପାଣିକୁ ସହଜରେ ଗ୍ରହଣ କରିନେଉଛି। ପଥର ପାଣି ଟାଣି ନେବା ଫଳରେ ବର୍ଷା ଅଧିକ ହେଲେ, ପାଣି ଗଳୁଛି। ତେବେ ପୂର୍ବରୁ ଯେଉଁଭଳି ଭାବେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରୁ ପାଣି ଗଳୁଥିଲା, ଏବେ ସେଭଳି ସ୍ଥିତି ନାହିଁ। ବହୁ ମାତ୍ରାରେ ସ୍ଥିତି ସୁଧୁରିଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣର ଅଧିକ ହେବା ଫଳରେ ବିମ୍‌ଗୁଡ଼ିକ ଝାଳେଇ ଯାଉଛି। ଏହା ମଧ୍ୟ ପାଣି ଗଳିବାର ଏକ କାରଣ ହୋଇପାରେ। ପାଣି ଗଳିବା ଘଟଣା ସାମ୍ନାକୁ ଆସିବା ପରେ ଏଏସ୍‌ଆଇ ଅଧିକାରୀମାନେ ଏହି ଦିଗରେ ଧ୍ୟାନ ଦେବେ। ବର୍ଷା ସମୟରେ କ’ଣ ସମସ୍ୟା ହେଉଛି ତାହାର ଯାନ୍ତ୍ରିକ କାରଣ ଖୋଜାଯିବ। ଆମେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ସେହିଭଳି ବର୍ଷାଦିନେ ଆଉ ମରାମତି କରିବା ସମ୍ଭବପର ନୁହେଁ। ମାତ୍ର ସମସ୍ୟା ଚିହ୍ନଟ ପାଇଁ ଏହା ଠିକ୍‌ ସମୟ। ଏବେ ସମସ୍ୟା ଚିହ୍ନଟ ହୋଇଗଲେ, ଅକ୍ଟୋବରରେ ମରାମତି କରିପାରିବା ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଶ୍ରୀମନ୍ଦିର ଏକ ପୁରାତନ କାରୁକାର୍ଯ୍ୟ ଓ ଐତିହ୍ୟ କୀର୍ତ୍ତିରାଜି। ଏଏସ୍‌ଆଇ ଭଳି ଏକ ଦକ୍ଷ ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି। ଏଣୁ କିଭଳି ଭାବେ ଯାନ୍ତ୍ରିକ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ସେନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର। ନାଟମଣ୍ଡପର ଆମୂଳଚୂଳ ମରାମତି କରାଯିବା ଦରକାର, ଫଳରେ ବର୍ଷାଦିନେ ଏଭଳି ସ୍ଥିତି ଦେଖିବାକୁ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ

ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…

ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ

କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?