ନାଟମଣ୍ଡପରୁ ପାଣି ଗଳୁଛି

ପୁରୀ ଅଫିସ,୧୯।୭:ଚଳିତବର୍ଷର ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ଚାଲିଥିଲା। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସ୍‌ଆଇ) ପକ୍ଷରୁ ନାଟମଣ୍ଡପ, ଭୋଗମଣ୍ଡପ, ରୋଷଘର ସମେତ ଅନେକ ସ୍ଥାନରେ ମରାମତି କାର୍ଯ୍ୟ କରାଯାଇଥିବା କୁହାଯାଇଥିଲା। ତେବେ ମରାମତିକୁ ଦିନ କେଇଟା ନ ପୂରୁଣୁ ନାଟମଣ୍ଡପ ଛାତରୁ ପାଣି ଗଳିବା ଆରମ୍ଭ କଲାଣି। ଗତ ଶନିବାର ରାତିରେ ପୁରୀରେ ହୋଇଥିବା ଲଗାଣ ବର୍ଷା ପ୍ରଭାବରେ ନାଟମଣ୍ଡପରେ ଥିବା ଗରୁଡ଼ଙ୍କ ଉପରଭାଗ ଛାତରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା। ଗରୁଡ଼ଙ୍କ ମୁଣ୍ଡ ଉପରେ ଥିବା ଚାନ୍ଦୁଆ ବର୍ଷାପାଣିରେ ଭିଜିଯାଇଥିଲା। ଫଳରେ ନାଟମଣ୍ଡପ ଚଟାଣ ଉପରେ ପାଣି ପଡ଼ିବାରେ ଲାଗିଥିଲା। ଏଭଳି ସ୍ଥିତିରେ ସମ୍ପ୍ରତି ବର୍ଷାଋତୁରେ ସ୍ଥିତି ଆହୁରି ସଙ୍ଗିନ ହେବା ଆଶଙ୍କା କରାଯାଉଛି ବୋଲି ଜଗନ୍ନାଥପ୍ରେମୀମାନେ ମତ ବ୍ୟକ୍ତ କରିଛନ୍ତି। ଏ ନେଇ ପୁରୀ ସର୍କଲ ଏଏସ୍‌ଆଇ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯିବାରେ କୁହାଯାଇଛି ଯେ, ଭାଇବର ନେଟିଂ କରାଯାଇ କେମିକାଲ୍‌ ଦିଆଯାଇଛି। ଏହାସତ୍ତ୍ବେ ପାଣି କିଭଳି ଭାବେ ଲିକ୍‌ କରୁଛି ତାହା ଦେଖିବାକୁ ପଡ଼ିବ। ତେବେ ଶ୍ରୀମନ୍ଦିରର ପୁରୁଣା ପଥର ପାଣିକୁ ସହଜରେ ଗ୍ରହଣ କରିନେଉଛି। ପଥର ପାଣି ଟାଣି ନେବା ଫଳରେ ବର୍ଷା ଅଧିକ ହେଲେ, ପାଣି ଗଳୁଛି। ତେବେ ପୂର୍ବରୁ ଯେଉଁଭଳି ଭାବେ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରୁ ପାଣି ଗଳୁଥିଲା, ଏବେ ସେଭଳି ସ୍ଥିତି ନାହିଁ। ବହୁ ମାତ୍ରାରେ ସ୍ଥିତି ସୁଧୁରିଛି। ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣର ଅଧିକ ହେବା ଫଳରେ ବିମ୍‌ଗୁଡ଼ିକ ଝାଳେଇ ଯାଉଛି। ଏହା ମଧ୍ୟ ପାଣି ଗଳିବାର ଏକ କାରଣ ହୋଇପାରେ। ପାଣି ଗଳିବା ଘଟଣା ସାମ୍ନାକୁ ଆସିବା ପରେ ଏଏସ୍‌ଆଇ ଅଧିକାରୀମାନେ ଏହି ଦିଗରେ ଧ୍ୟାନ ଦେବେ। ବର୍ଷା ସମୟରେ କ’ଣ ସମସ୍ୟା ହେଉଛି ତାହାର ଯାନ୍ତ୍ରିକ କାରଣ ଖୋଜାଯିବ। ଆମେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ସେହିଭଳି ବର୍ଷାଦିନେ ଆଉ ମରାମତି କରିବା ସମ୍ଭବପର ନୁହେଁ। ମାତ୍ର ସମସ୍ୟା ଚିହ୍ନଟ ପାଇଁ ଏହା ଠିକ୍‌ ସମୟ। ଏବେ ସମସ୍ୟା ଚିହ୍ନଟ ହୋଇଗଲେ, ଅକ୍ଟୋବରରେ ମରାମତି କରିପାରିବା ବୋଲି ଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ଏ ସମ୍ପର୍କରେ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଶ୍ରୀମନ୍ଦିର ଏକ ପୁରାତନ କାରୁକାର୍ଯ୍ୟ ଓ ଐତିହ୍ୟ କୀର୍ତ୍ତିରାଜି। ଏଏସ୍‌ଆଇ ଭଳି ଏକ ଦକ୍ଷ ସଂସ୍ଥା ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି। ଏଣୁ କିଭଳି ଭାବେ ଯାନ୍ତ୍ରିକ ସମସ୍ୟାକୁ ଚିହ୍ନଟ କରି ତାହାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ସେନେଇ କାର୍ଯ୍ୟକ୍ରମ ହାତକୁ ନିଆଯିବା ଦରକାର। ନାଟମଣ୍ଡପର ଆମୂଳଚୂଳ ମରାମତି କରାଯିବା ଦରକାର, ଫଳରେ ବର୍ଷାଦିନେ ଏଭଳି ସ୍ଥିତି ଦେଖିବାକୁ ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri