ଆମ ଜିଲା ଖବର

ମୃତା କାଠଯୋଡିରେ ନିର୍ମାଣ ଚାଲିଛି ସ୍ଥାୟୀ ଘର: ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ

ରଘୁନାଥପୁର,୯ା୬(ଡି.ଏନ.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତଅଁରା ଓ ରେଢୁଆ ମଧ୍ୟ ଭାଗରେ ବହିଯାଇଥିବା ମୃତା କାଠଯୋଡି ଶଯ୍ୟାର ମୁଣ୍ଡାଳଠାରେ ସ୍ଥାୟୀ ପକ୍କା ଘର ଜଣେ ବ୍ୟକ୍ତି ନିର୍ମାଣ କରୁଛନ୍ତି। ତହସିଲଦାରଙ୍କୁ ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଏ ନେଇ…

ପାରାଦୀପ ଭାଜପା: ଯୋଡୁଛି କମ୍‌, ଛିଡୁଛି ବେଶି

ପାରାଦୀପ,୯ା୬(ସ୍ବ.ପ୍ର.): ପାରାଦୀପରେ ୨୦୨୧ ଡିସେମ୍ବର ୨୫ ଘଟଣା ପରଠାରୁ ଭାଜପାରେ ଅନ୍ତଃକନ୍ଦଳ ବଢ଼ିବାରେ ଲାଗିଛି। ଏଥିଯୋଗୁ ପାରାଦୀପରେ ଭାଜପା ଯୋଡୁଛି କମ୍‌, ଛିଡୁଛି ବେଶି ବୋଲି ରାଜନୈତିକ ସମୀକ୍ଷକମାନେ କହୁଛନ୍ତି। ଯାହାର କେତେକ ଚିତ୍ର ସଦ୍ୟ କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଗସ୍ତ…

ନାଉଗାଁ ତହସିଲ: ୨୨ ପଦବୀରୁ ୧୩ ଫାଙ୍କା

ନାଉଗାଁ,୯ା୬(ସ୍ବ.ପ୍ର.): ଜନସାଧାରଣଙ୍କୁ ସୁବିଧାରେ ପ୍ରଶାସନିକ ସେବା ଯୋଗାଇ ଦେବା ସହ ରାଜସ୍ବ ଆଦାୟ ପାଇଁ ପ୍ରତି ବ୍ଲକରେ ସରକାରଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଅଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜମିଜମା ସଂକ୍ରାନ୍ତ କାଗଜପତ୍ର, ବିଭିନ୍ନ ପ୍ରମାଣପତ୍ର, ପ୍ରାକୃତିକ ବିପର୍ଯ୍ୟୟ ସହାୟତା ସହ…

ସରକାରୀ ଜମିରୁ ଚାଲିଛି ମାଟି ଚାଲାଣ: ବ୍ୟବସାୟୀ ଲାଭବାନ, ପ୍ରଶାସନ ନୀରବ ଦ୍ରଷ୍ଟା

ପଟ୍ଟାମୁଣ୍ଡାଇ,୯ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅଧୀନ ଅଳଭା ବ୍ରାହ୍ମଣୀ ନଦୀ ପାଳରେ ବଡ ବଡ ଗାତ କରାଯାଇ ମାଟି ଚାଲାଣ କରାଯାଇଛି । ମାଟି ବ୍ୟବସାୟୀମାନେ ଏଥିରେ ଲାଭବାନ ହେଉଥିବା ବେଳେ ରାଜ୍ୟ ସରକାର ରାଜସ୍ବ ହରାଉଛନ୍ତି। ସରକାରଙ୍କ ସମସ୍ତ ନୀତି ନିୟମକୁ…

ତଣ୍ଡା ସୁରକ୍ଷା ପାଇଁ ଅଗରନାସୀରେ ହେଉ ପଥରବନ୍ଧ

କେନ୍ଦ୍ରାପଡ଼ା ଅଫିସ, ୯ା୬: ମେ ୩୦ରେ ସାବିତ୍ରୀ ଅମାବାସ୍ୟା ଥିଲା। ଏହି ତିଥିରେ ସମୁଦ୍ର କୂଳ ଲଂଘି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳରେ ପାଣି ପଶି ଯାଇଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ବଙ୍ଗୋପସାଗରର…

ବ୍ରିଜ୍‌ କୋର୍ସ ସଫଳତା ଆକଳନ ସମୟ ଘୁଞ୍ଚୁଛି

ରସୁଲପୁର,୯।୬(ଡି.ଏନ.ଏ.): ଆରମ୍ଭରୁ ରସୁଲପୁର ବ୍ଲକରେ ବ୍ରିଜ୍‌ କୋର୍ସ ସଫଳତା ଅତ୍ୟନ୍ତ ନୈରାଶ୍ୟଜନକ ହୋଇଛି ବୋଲି ଅଭିଯୋଗ ହେଉଛି। ଉକ୍ତ ବ୍ଲକ୍‌ରେ ୨୩୮ ବିଦ୍ୟାଳୟର ୨୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କୁ ଏହି କୋର୍ସରେ ସେଭଳି କିଛି ସଫଳତା ମିଳି ନ ଥିବା କୁହାଯାଉଛି।…

ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ତଣ୍ଟି କାଟିଦେଲେ ଦୋକାନୀ

ପରଜଙ୍ଗ, ୯।୬(ଡି.ଏନ୍‌.ଏ.): ଗୁପ୍‌ଚୁପ୍‌ ଖାଇ ଟଙ୍କା ନ ଦେବାରୁ ପିଆଜକଟା ଛୁରିରେ ଗ୍ରାହକଙ୍କ ତଣ୍ଟି କାଟିଦେଲେ ଦୋକାନୀ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମରେ ବୁଧବାର ରାତିରେ ଘଟିଛି ଏଭଳି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ମୃତକ ହେଲେ…

ଶ୍ରମିକ ବଦଳରେ ମେଶିନ କରୁଛି କାମ

ବାଲିଗୁଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି। ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ସରକାରୀ ନିୟମାନୁଯାୟୀ, ଏଠି ଶ୍ରମିକ କାମ କରିବା…

ସ୍ତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ସ୍ବାମୀ

କୋରାପୁଟ,୮ା୬(ସ୍ବ.ପ୍ର.): କୋରାପୁଟ ସଦର ଥାନା ଅନ୍ତର୍ଗତ ଛୋଟାଗୁଡ଼ା ଗ୍ରାମରେ ବୁଧବାର ସକାଳେ ଏକ ହତ୍ୟାକାଣ୍ଡ ହୋଇଛି। ପାରିବାରିକ କଳହରୁ ସ୍ତ୍ରୀ ଜାନକୀ ଦାମୀ (୨୩)ଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ସ୍ବାମୀ ଦାମୋଦର ଦାମୀ(୨୬)। ଆଜି ସକାଳେ ଏହି ଘଟଣା ଘଟିଥିବାବେଳେ…

ପୁଅର ଶାବଳ ମାଡ଼ରେ ମା’ଙ୍କ ଜୀବନ ଗଲା

କେନ୍ଦୁଝର,୮ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବନବିହାରୀପୁର ନୂଆଗାଁ ମୁଣ୍ଡା ସାହିରେ ଜଣେ ନିଶାଶକ୍ତ ପୁଅ ବିଧବା ମା’ଙ୍କୁ ଶାବଳରେ ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ଜଣକ ହେଲେ ଟୁଲେଇ ମୁଣ୍ଡା(୬୦)। ପୋଲିସ ଅଭିଯୁକ୍ତ…

ଜଳୁଛି ଟିଟିଲାଗଡ଼, ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୮ା୬(ବ୍ୟୁରୋ): ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏପରି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ ହିଟ୍‌…

ପାଖେଇ ଆସିଲାଣି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ରାପିଡ୍‌ ଆକ୍ସନ ଫୋର୍ସର ମକ୍‌ଡ୍ରିଲ୍‌

ପୁରୀ ଅଫିସ,୮ା୬: ଆଉ ଦିନ କେତେଟା ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳାରେ ଜୋର୍‌ସୋର୍‌ରେ ଆଗେଇ ଚାଲିଛି କାମ। ଆସନ୍ତା ୧୪ ତାରିଖରେ ସ୍ନାନ ପୂର୍ଣ୍ଣିମା। ଦୁଇ ବର୍ଷ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ସାମିଲ ହେବେ ହଜାର ହଜାର ଶ୍ରଦ୍ଧାଳୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?