ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ ଆଇନକାନୁନ ଅନୁଯାୟୀ ରାଜପଥ ଅବରୋଧ କରାଯାଇପାରିବ ନାହିଁ। ବିଗତ ଦିନରେ ସୁପ୍ରିମକୋର୍ଟ ନିଜ ରାୟରେ ମଧ୍ୟ ଏହି କଥା ଦୋହରାଇଥିଲେ। ରାଜପଥ ଅବରୋଧ କରାଯାଇ ବ୍ୟବସାୟିକ ପ୍ରତିଷ୍ଠାନ କରାଯାଇପାରିବ ନାହିଁ। ତେବେ ଏଭଳି ଆଇନକୁ ଦୀର୍ଘ ବର୍ଷ ଧରି ଉଭୟ ଦୋକାନୀ ଓ ପ୍ରଶାସନ ଉଲ୍ଲଂଘନ କରି ଆସୁଛନ୍ତି। ବଡ଼ଦାଣ୍ଡ ଉପରେ ବଡ଼ଶଙ୍ଖ ବଜାରର ଗୋଟିଏ ଭାଗକୁ ଭେଣ୍ଡିଂ ଜୋନ୍‌ରେ ପରିଣତ କରାଯାଇଛି। ପ୍ରଶାସନ ସେଠାରୁ ମାସିକିଆ ଭଡ଼ା ଆଦାୟ କରିପାରୁ ନ ଥିବାରୁ ଜରିମାନା ଦର୍ଶାଇ ଦୋକାନୀଙ୍କଠାରୁ ପ୍ରାୟ ଦେଢ଼ ହଜାର ଟଙ୍କା ଲେଖାଏ ନେଉଛି। ଅର୍ଥାତ୍‌ ସରକାରୀ ସ୍ତରରେ ଏଭଳି ଭେଣ୍ଡିଂ ଜୋନ୍‌କୁ ଜବରଦଖଲ ସ୍ଥାନ ଭାବେ ଦର୍ଶାଉଛି। ଅନ୍ୟପକ୍ଷରେ ଦୋକାନୀଙ୍କଠାରୁ ଅର୍ଥ ନେଇ ଜବରଦଖଲ ଭଳି ବେଆଇନ କାର୍ଯ୍ୟକୁ ସମର୍ଥନ କରୁଛି। ତେବେ ବଡ଼ଶଙ୍ଖରେ ଭେଣ୍ଡିଂ ଜୋନ୍‌ ହେବା ଫଳରେ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି। ବଡ଼ଦାଣ୍ଡ ସଙ୍କୁଚିତ ହେବ ସହ ଟ୍ରାଫିକ ସମସ୍ୟା ଉପୁଜୁଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅନେକ ଦୋକାନୀ ପସରା ମେଲାଉଛନ୍ତି। ତନ୍ମଧ୍ୟରୁ ଅଧିକାଂଶ ଉଠାବେପାରୀ। ସଂପୃକ୍ତ ବେପାରୀଙ୍କଠାରୁ ପ୍ରଶାସନ ଟିକସ ନେଉଛି। ବଡ଼ଦାଣ୍ଡ ଉପରେ ସ୍ଥାୟୀ ଦୋକାନ ସମସ୍ୟା ବଢ଼ାଇଛି। ପ୍ରଶାସନ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ପରୋକ୍ଷରେ ଭେଣ୍ଡିଂ ଜୋନ କରିଛି। ଜବରଦଖଲ ଭିତରେ ବଡ଼ଦାଣ୍ଡ ଲୁଚିଯାଉଛି। ବଡ଼ଦାଣ୍ଡ ସଂଲଗ୍ନ ଘରମାଲିକମାନେ ପ୍ରଶାସନ ନିକଟରେ ଯେତେ ନେହୁରା ହେଲେ ମଧ୍ୟ ଘର ଆଗରେ ଯାତାୟାତ କରିବାକୁ ରାସ୍ତା ଛଡ଼ାଯାଉନାହିଁ। ଏ ସମ୍ପର୍କରେ ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ବଡ଼ଦାଣ୍ଡକୁ ଜବରଦଖଲ ମୁକ୍ତ କରିବା ଦାୟିତ୍ୱ ପ୍ରଶାସନର ପ୍ରାଥମିକତା ହେବା ଦରକାର। ପୁରୀରେ ମାଳମାଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ ବଡ଼ଦାଣ୍ଡ ସୌନ୍ଦର୍ଯ୍ୟକରଣ ଦିଗରେ ସରକାର କାହିଁକି ଧ୍ୟାନ ଦେଉନାହାନ୍ତି, ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଏ ନେଇ ପୁରୀ ପୌରସଂସ୍ଥା ଅଧିକାରୀ ସରୋଜ କୁମାର ସ୍ବାଇଁ କରିଛନ୍ତି, ଭେଣ୍ଡି ଜୋନ୍‌ରେ ଥିବା ଦୋକାନୀମାନେ ୪୦ରୁ ୪୫ ବର୍ଷ ହେବ ଦୋକାନ କଲେଣି। ସେମାନଙ୍କୁ ଦୋକାନ ଉଠାଇବାକୁ କହିଲେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ହାଇକୋର୍ଟ ବଡ଼ଦାଣ୍ଡ ଉପରୁ ଜବରଦଖଲ ପାଇଁ ହଟାଇବାକୁ କହୁଛନ୍ତି, ମାତ୍ର ସର୍ତ୍ତ ରଖୁଛନ୍ତି ଯେ, ଦୋକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ। ତେବେ ପ୍ରଶାସନ ପାଖରେ ଭେଣ୍ଡିଂ ଜୋନ୍‌ ପାଇଁ ବିକଳ୍ପ ବ୍ୟବସ୍ଥା ଏପର୍ଯ୍ୟନ୍ତ ନାହିଁ। ତେଣୁ ବାଧ୍ୟ ହୋଇ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ବଡ଼ଦାଣ୍ଡ ବିକାଶ ପ୍ରକଳ୍ପ ଅଧୀନରେ ଏହି ଦୋକାନୀମାନଙ୍କୁ ସାମିଲ କରାଯିବା ନେଇ ଏକ ଯୋଜନା ରହିଛି। ଯାହା ଆଧାରରେ ବିକଳ୍ପ ବ୍ୟବସ୍ଥା ଲାଗି ଯୋଜନା ଚାଲୁଛି। ତେବେ ଏହାର ରୂପରେଖ କେବେ ସ୍ପଷ୍ଟ ହେବ ଓ କାର୍ଯ୍ୟକ୍ଷମ ହେବ ସେନେଇ ଏବେଠୁ କହିବା ମୁସ୍କିଲ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ବାତ୍ୟା ଆକଳନ ହୋଇନି, ଆତଙ୍କିତ ହୁଅନ୍ତୁ ନାହିଁ

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ସକାଳ ୮ଟା ୩୦ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୧୮ ତାରିଖ…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଅଧ୍ୟୟନରେ ବଡ଼ ଖୁଲାସା, ବାୟୁ ପ୍ରଦୂଷଣ ବଢ଼ାଉଛି ଆତ୍ମହତ୍ୟା ମନୋଭାବ

ନୂଆଦିଲ୍ଲୀ,୧୬।୯: ବାୟୁ ପ୍ରଦୂଷଣ କେବଳ ଫୁସ୍‌ଫୁସ୍‌, ହାର୍ଟ କିମ୍ବା ଶ୍ୱାସଜନିତ ସମସ୍ୟା ପାଇଁ ବିପଦ ନୁହେଁ, ଏହା ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ ।…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

UPI ଚାର୍ଜ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି ସରକାର? ଆସିଲା ବଡ଼ ଅପଡେଟ୍

ନୂଆଦିଲ୍ଲୀ,୧୬।୯: ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ ମର୍ଚ୍ଚାଣ୍ଟ ଡିସ୍‌କାଉଣ୍ଟ ରେଟ୍‌ (MDR) ଲାଗୁ ହେବା ନେଇ ଘୋଷଣା କରାଯାଇଛି । ତେବେ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?