ଆମ ଜିଲା ଖବର

ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନିମ୍ନମାନର

ନାଉଗାଁ,୫ା୯(ସ୍ବ.ପ୍ର.):ନାଉଗାଁ ବ୍ଲକରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପରୁ ପାଇପ ମାଧ୍ୟମରେ ପ୍ରତି ଘରକୁ ପାନୀୟ ଜଳ ଯୋଗାଇବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ…

ବନ୍ୟା ପରେ ଷଣ୍ଢ ଉପଦ୍ରବ: ଚାଷୀ ଅସ୍ତବ୍ୟସ୍ତ

ବାଲିଆ,୫ା୯(ସ୍ବ.ପ୍ର.):ଗତ ୩ ସପ୍ତାହ ପୂର୍ବେ ଲଘୁଚାପଜନିତ ଲଗାଣ ବର୍ଷା ଓ ବନ୍ୟାପରେ ବିରିଡି ବ୍ଲକର ବିଭିନ୍ନ ଧାନ ଜମି ଜଳାର୍ଣ୍ଣବ ହୋଇଯାଇଥିଲା। ବହୁ ଚାଷୀଙ୍କ ରୁଆ ଧାନ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ଜମି ସବୁ ଏକ ରକମ ପଡ଼ିଆ ପଡିଯାଇଥିଲା।…

ନକଲି ସୁନାବତି ଦେଇ ୧୦ ଲକ୍ଷ ଠକିନେଲେ

କଟକ ଅଫିସ,୫ା୯:ଏକ କିଲୋ ଓଜନର ନକଲି ସୁନାବତି ଦେଇ ୧୦ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ କ୍ୟାଣ୍ଟନ୍‌ମେଣ୍ଟ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ କେନ୍ଦୁଆଡିଅ…

ସମୁଦ୍ରରେ ସ୍ନାନବେଳେ ଚାଲିଗଲା ପ୍ରାଣ

ପୁରୀ ସହର,୫ା୯:ଖୁସିରେ ଶ୍ରୀକ୍ଷେତ୍ର ବୁଲିବାକୁ ଆସିଥିଲେ। ସମୁଦ୍ରରେ ଗାଧୋଇ ସାରି ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତେ। ସ୍ତ୍ରୀ ଓ ଝିଅକୁ ଧରି ଗାଧୋଉଥିଲେ। ହେଲେ ସବୁ ଅଧାରେ ରହିଗଲା। ସ୍ନାନ କରିବାବେଳେ କୁନିଝିଅ ଆଗରେ ବାପାଙ୍କ ପ୍ରାଣ ଚାଲିଗଲା। ରବିବାର ସକାଳେ ପୁରୀ…

ଝିଅପୁଅ ପରେ ମା’ ଆଖିବୁଜିଲେ

ବଡ଼ମ୍ବା,୫ା୯(ଡି.ଏନ୍‌.ଏ):କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ଅଭିମାନପୁର ପଞ୍ଚାୟତସ୍ଥିତ ବୀରବରପୁର ଗ୍ରାମରେ ଘରେ ତିଆରି ଚାଟ୍‌ ଖାଇ ଗୋବିନ୍ଦ୍ର ପାତ୍ରଙ୍କ ପରିବାରର ୪ ସଦସ୍ୟଙ୍କ ମଧ୍ୟରୁ ଝିଅ ରୁଚିକା ଓ ପୁଅ ରୁଦ୍ରଙ୍କ ଶନିବାର ଭୋର ସମୟରେ ମୃତ୍ୟୁ ହୋଇଥିବା ବେଳେ…

ଚିଲିକାରେ ବୁଡ଼ିଲା ଡଙ୍ଗା: ୨ ମୃତ

ବ୍ରହ୍ମଗିରି,୫ା୯(ଡି.ଏନ୍‌.ଏ.):ଚିଲିକାରେ ରବିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ବୁଡ଼ିଯାଇଛି। ଏହି ଡଙ୍ଗାରେ ଥିବା ୯ଜଣ ଯୁବକଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ପୁରୀ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ। ସୂଚନା…

ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ଼, ୪।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ…

କମେଣ୍ଟମରାରୁ ଛାତ୍ରୀଙ୍କୁ ହତ୍ୟା: ଗାଁ ପୋଖରୀରୁ ମୃତଦେହ ଜବତ

ଯାଜପୁର ଅଫିସ/ପ୍ରୀତିପୁର/ଦଶରଥପୁର(ଡି.ଏନ୍‌.ଏ.),୪ା୯ କମେଣ୍ଟମରାକୁ କେନ୍ଦ୍ରକରି ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ସେ ହେଲେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଉତ୍ତଙ୍ଗରା ପଞ୍ଚାୟତ ଅଧୀନ ବରିକୂଳ ଗ୍ରାମର ଅମୂଲ୍ୟ ଦାସଙ୍କ ଝିଅ ଅମ୍ରିତା(୧୪)। ତାଙ୍କ ମୃତଦେହକୁ ଗାଁର ନାଳକୂଳ ପୋଖରୀରୁ ଶନିବାର ରାତିରେ…

ବନ୍ଧରେ ଭାସୁଛି ମୃତଦେହ

ବାଲିଗୁଡା,୪।୯: ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପେନୁ ବନ୍ଧରେ ଗୋଟିଏ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଗ୍ରାମବାସୀ ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବନ୍ଧରୁ କାଡିଥିଲେ ଓ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ…

ଜୁଆ ଆଡ୍ଡା ଉପରେ ଚଢାଉ: ୧୬ ଗିରଫ, ୧ ଲକ୍ଷ ୫୩ ହଜାର ଟଙ୍କା ସହ ୧୮ ମୋବାଇଲ ଜବତ

ହିଞ୍ଜିଳିକାଟୁ ୪।୦୯(ଡି.ଏନ.ଏ): ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଗ୍ରାମପଞ୍ଚାୟତର ମାଛବନ୍ଧଠାରେ ପୋଲିସ ଏକ ଜୁଆ ଆଡ୍ଡା ଉପରେ ବଡ଼ ଧରଣର ଚଢ଼ାଉ କରିଛି। ଚଢାଉରେ ୧୬ ଜଣ ଜୁଆଡିଙ୍କୁ ଗିରଫ ସହ ସେମାନଙ୍କ ଠାରୁ ୧ ଲକ୍ଷ ୫୩ହଜାର ଟଙ୍କା ଓ…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଡ଼ବିଲ,୪।୯(ସ.ପ୍ର.):କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବେଳକୁଣ୍ଡିସ୍ଥିତ ନନ୍ଦି ପେଟ୍ରୋଲ ପମ୍ପ ନିକଟରୁ ପୋଲିସ ରବିବାର ଅପରାହ୍ନରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଉଦ୍ଧାର କରିଛି। ମୃତ ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ…

ସାମାଜିକ ଗଣମାଧ୍ୟମର ପ୍ରଭାବ: ଅସହାୟକୁ ଉଦ୍ଧାର କଲା ପୋଲିସ ପ୍ରଶାସନ

ହିଞ୍ଜିଳିକାଟୁ ୪।୯(ଡି.ଏନ.ଏ.): ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ ରବିବାର ଜଣେ ବୟସ୍କ ବ୍ୟକ୍ତି ଶନିବାର ରାତିରୁ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ନିଶ୍ଚଳ ହୋଇ ପଡି ରହିଥିଲେ। ଏ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରଲ ହେବା ସହ ଚିକିତ୍ସା ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?