ଘଉଡାଇବା ପାଇଁ ବାଟୁଳି, ଟେକା ପଥର ମାଡ଼: ବିପଦରେ ହାତୀଙ୍କ ଜୀବନ

ବଣାଇ,୧୩।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ବନଖଣ୍ଡ ଅଞ୍ଚଳରେ ଦୀର୍ଘଦିନ ହେବ ଦୁଇଟି ଦନ୍ତା ତାଣ୍ଡବ ରଚି ଅନେକ ଫସଲ ନଷ୍ଟ କରିବା ସହ ବହୁ ଘର ଭାଙ୍ଗି ଆତଙ୍କ ଖେଳାଉଛନ୍ତି। ମୁଖ୍ୟତଃ ହାତୀ ଦୁଇଟି ବଣାଇ ଓ କୁଳିପୋଷ ବନାଞ୍ଚଳରେ ଘୁରି ବୁଲୁଥିବା ବେଳେ ଏଭଳି ଘଟଣାକୁ ବନବିଭାଗ ହାଲୁକା ଭାବେ ଗ୍ରହଣ କରିବା ବର୍ତ୍ତମାନ ଅସନ୍ତୋଷ ଦେଖାଦେଇଛି।

ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ବ୍ୟାପକ ଘର ଭାଙ୍ଗି ଥିବା ଏହି ଦୁଇ ହାତୀ ଏବେ କୁଳିପୋଷ ରେଞ୍ଜର ଶବରା ବନାଞ୍ଚଳରେ ଉତ୍ପାତ ଚଳାଇଛନ୍ତି। ଜଙ୍ଗଲ ଛାଡି ଗାଁ ମୁହାଁ ହୋଇ ତାଣ୍ଡବ କରୁଥିବା ହାତୀଙ୍କ ପାଇଁ ଆତଙ୍କିତ ଅଞ୍ଚଳବାସୀ ଘଉଡାଇବା ପାଇଁ ଏବେ ଆକ୍ରମଣାତ୍ମକ ହୋଇ ପଡିଛନ୍ତି। ଅତିଷ୍ଠ ହୋଇ ଲୋକେ ହାତୀଙ୍କୁ କିଏ ପଥର ମାରୁଛି ତ କିଏ ବର୍ଚ୍ଛା ଆଉ କେହିବାଟୁଳିରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।

ଏପରିକି ହାତୀକୁ ଅନ୍ୟତ୍ର ନେବାକୁ ଦାବିକରି ବନ କର୍ମଚାରୀଙ୍କୁ ନିକଟ ଅତୀତରେ ଆକ୍ରମଣ ମଧ୍ୟ ହୋଇଥିଲା। ସେହିଭଳି ଗତ କିଛି ଦିନ ତଳେ ବାଙ୍କୀ ରେଞ୍ଜରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ କିଛି ଲୋକ ଏକ ହାତୀକୁ ବର୍ଚ୍ଛା ଦ୍ୱାରା ମାରି ଗିରଫ ହୋଇଥିବା ଘଟଣା ନଜିର ରହିଛି। ବନବିଭାଗର ଅପାରଗତା ପାଇଁ ଏବେ ହାତୀ ଦ୍ୱୟଙ୍କ ଜୀବନ ବିପଦରେ ପଡିଛି। ଏନେଇ ଘଟଣା ସମ୍ପର୍କରେ ଜାଣିବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବନ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Chanakya Niti: ଭୁଲ୍‌ରେ ବି କାହା ସହ ଶେୟାର କରନ୍ତୁନି ଏହି ୫ ଗୁପ୍ତ କଥା, ହୋଇପାରେ ବଡ଼ କ୍ଷତି

ଆଚାର୍ଯ୍ୟ ଚାଣକ୍ୟ ପ୍ରାଚୀନ ଭାରତର ଜଣେ ମହାନ ଦାର୍ଶନିକ, ଅର୍ଥନୀତିଜ୍ଞ, ଶିକ୍ଷକ ତଥା ମହାନ ରାଜନୀତିଜ୍ଞ ଥିଲେ। ସମାଜର କଲ୍ୟାଣ ଏବଂ ସଫଳ ଜୀବନଯାପନ ପାଇଁ ସେ…

ବୈଭବ ସୂର୍ଯ୍ୟବଂଶୀଙ୍କ ୱିକେଟ ନେବା ପରେ ‘Baby Celebration’ କଲେ ସାଇମ ଆୟୁବ, ଅଭିଷେକ ନେଲେ ପ୍ରତିଶୋଧ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ପୁରୁଷ କ୍ରିକେଟ ଫାଇନାଲ ସମୟରେ, ସାଇମ ଆୟୁବ ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଉଟ କରିବା ପରେ ‘Baby Celebration’ (ଶିଶୁକୁ କୋଳରେ ଧରି…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

୧୫ ଛକା,୧୩ ଚୌକା, T20 କ୍ରିକେଟରେ ସର୍ବାଧିକ ସ୍କୋର ହାସଲ କଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୩।୧୦: ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୨୧୧ ରନ ସଂଗ୍ରହ କରିଛି। ଶେଷ ତିନି ଓଭରରେ ଶିବମ ଦୁବେ ଏବଂ…

ସୁବର୍ଣ୍ଣରେଖାରେ ଗାଧୋଇବାବେଳେ ବୁଡ଼ିଗଲେ ଅଣ ଓଡ଼ିଆ ପର୍ଯ୍ୟଟକ

ବାଲେଶ୍ୱର,୩ା୧୦(ବାଞ୍ଛାନିଥି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀରେ ଶନିବାର ଗାଧୋଇବା ବେଳେ ଜଣେ ଅଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

କ୍ରିସ ଗେଲଙ୍କୁ ପଛରେ ପକାଇ ଇତିହାସ ଚରିଲେ ଅଭିଷେକ ଶର୍ମା

ନୂଆଦିଲ୍ଲୀ,୩।୧୦: ଅଭିଷେକ ଶର୍ମା ୨୦୨୬ ଏସୀୟ କ୍ରୀଡ଼ା (Asian Games) ଫାଇନାଲରେ ଇତିହାସ ସୃଷ୍ଟି କରିଛନ୍ତି। ସେ ପାକିସ୍ତାନ ବିପକ୍ଷରେ ୨୮ଟି ବଲରେ ୬୧ ରନର ଏକ…

ଛୋଟ କଥାରୁ ବଡ଼ କାଣ୍ଡ: ବୋହୂ ଉପରକୁ ଗରମ ତେଲ ଫୋପାଡ଼ିଲେ ଶାଶୁ

ଖଇରା,୩ା୧୦(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଥାନା ଅଧୀନ ମଠ ନୂଆଗାଁ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଡ଼ିରୁ ଏକ ମନ୍ଦାର ଗଛ ଡାଳ…

ଚାରି ସନ୍ତାନଙ୍କ ମା’ଙ୍କଠାରୁ ଅଲଗା ହେଲେ ଏଲନ ମସ୍କ ; ସାଥୀ ଶିଭୋନ ଲେଖିଲେ ଲମ୍ବା ପୋଷ୍ଟ

ଓ୍ବାଶିଂଟନ,୩।୧୦: ଏଲନ ମସ୍କ ଏବଂ ଶିଭୋନ ଜିଲିସଙ୍କ ସମ୍ପର୍କକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନ୍ୟୁରାଲିଙ୍କ (Neuralink)ର ଅଧିକାରୀ ଶିଭୋନ ଜିଲିସ ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?