Advertisement

ବ୍ରାହ୍ମଣୀ ନଦୀକୁ ଡେଇଁଲେ ନାବାଳିକା

ଲହୁଣୀପଡ଼ା/ବଣାଁଇ,୧୩।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ରଜାମୁଣ୍ଡା ପଞ୍ଚାୟତ ୧୪୩ ନମ୍ବର ଜାତୀୟ ରାଜପଥର ନରେନ୍ଦ୍ର ପୋଲ ଉପରୁ ବ୍ରହ୍ମଣୀ ନଦୀକୁ ଡେଇଁ ଜନୈକା ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅଗ୍ନିଶମ କର୍ମଚାରୀ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଗୁରୁବାର ଅପରାହ୍ନରେ ନରେନ୍ଦ୍ର ପୋଲ ଉପରେ ନାବାଳିକା ପହଞ୍ଚି ଥିଲେ। ଆଧାର କାର୍ଡ, ମୋବାଇଲ ଫୋନ ପୋଲ ଉପରେ ରଖି ତଳକୁ ଡେଇଁ ପଡିଥିଲେ। ତେବେ ନାବାଳିକା ଜଣକ ଡେଇଁବା ସମୟରେ ସ୍କୁଲ ବ୍ୟାଗ କାନ୍ଧରେ ଥିବାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କେତେଜଣ ଲୋକ ତାଙ୍କୁ ପାଣିରୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ଥିଲେ। ହେଲେ ବିଫଳ ହେବାପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଆତ୍ମହତ୍ୟା ଉଦ୍ୟମ କରିଥିବା ନାବାଳିକା ଜଣକ ଲହୁଣୀପଡ଼ା ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ଆତ୍ମହତ୍ୟା ଉଦ୍ୟମର କାରଣ ନେଇ ଉଭୟ ଲହୁଣୀପଡ଼ା ଓ ବଣାଇ ପୋଲିସ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ମାନବ ସମ୍ବଳ ବିକାଶ ଯୁଗ୍ମ ସଚିବଙ୍କ ସମୀକ୍ଷା

ଢେଙ୍କାନାଳ ଅଫିସ, ୧ା୨ – କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଯୁଗ୍ମ ସଚିବ ସଚିନ୍‌ ସିହ୍ନା ଏବଂ ରାଜ୍ୟ ସମଗ୍ର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ...

ବାଇପାସ୍‌ ଚିନ୍ତା

ଦେବଗଡ଼ ଜିଲା ସଦର ମହକୁମା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ଏହାର ପ୍ରଶସ୍ତୀକରଣ ବିଳମ୍ବିତ ହେବାରେ ଲାଗିଛି। ରାଜପଥରେ...

ଆଜି ରାଜ୍ୟରେ ୧୦୦ ତଳେ କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ରାଜ୍ୟରେ ସୋମବାର ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଆଜି ରାଜ୍ୟରୁ ୬୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ...

ବିଷମକଟକରେ ସୁଧୀର, ସାରକାଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବିଷମକଟକ,୩୦ା୧(ଡି.ଏନ୍‌.ଏ.) ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ସରିବା ପରେ ପ୍ରାର୍ଥୀଙ୍କୁ ଚିହ୍ନ ମିଳିଛି। ଏବେ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କୁ...

ରୋଗୀଙ୍କ ହାତରେ ଲାଗିବ ଷ୍ଟାମ୍ପ, ବ୍ୟାଣ୍ଡ: ଗର୍ଭବତୀ, ଶିଶୁଙ୍କ ଟେଷ୍ଟ ନେଗେଟିଭ ଆସିଲେ ଯାଇପାରିବେ ଘରକୁ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଡିସ୍‌ଜାର୍ଚ୍ଚ ପଲିସିରେ ରାଜ୍ୟ ସରକାର ଆଉ ଟିକେ କଠୋର ହୋଇଛନ୍ତି। ଓଡ଼ିଶାରେ ଡିସ୍‌ଚାର୍ଜ ପରେ ୭ ଦିନ ପରିବର୍ତ୍ତେ ୧୪...

ସ୍ମୃତିରେ …୨୦୨୧

ପାଣି ପାଇଁ ଲଢ଼େଇ- ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦ ଅଗଷ୍ଟ ୧୨ରେ ଉଗ୍ରରୂପ ନେଇଥିଲା। ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ନେତୃତ୍ୱରେ...

ଗାଈ ଗୋଠରେ ବଜ୍ରପାତ

କୁତ୍ରା,୫।୬(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ଗିର୍ଜାପଡ଼ାରେ ରବିବାର ସାରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା। ସେତିକିବେଳେ ଏକ ଗାଈ ଗୋଠରେ ବଜ୍ରପାତ ଘଟି ୨ଗୋରୁଙ୍କ...

ଓଲଟି ପଡ଼ିଲା ସ୍କୁଲ ବସ୍‌

ଚୌଦ୍ୱାର,୨୫।୬(ଡି.ଏନ୍‌.ଏ.): ଚୌଦ୍ୱାର ମଣ୍ତାପଡ଼ା ରାସ୍ତା ପୋଟଳେଇ ମନ୍ଦିର ନିକଟରେ ଶନିବାର ଏକ ସ୍କୁଲବସ୍‌ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୬ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା...

Advertisement
Archives

Model This Week