ଭିତ୍ତିଭୂମି ଉପରେ ଭବିଷ୍ୟତ

ଅନୁଗୋଳ ଅଫିସ, ୧୪ା୧୦:ମଣିଷ ମାରିଲା ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ। ମରଣ ମୁହଁରେ ପଡ଼ିଲା ମହାବଳ ବାଘ ମହାବୀର। ବନ ବିଭାଗର ଚରମ ବିଫଳତା ପାଇଁ ବେଶ୍‌ ବଦନାମ ହୋଇଛି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ। ମହାବୀର ମରିବା ପରଠାରୁ ୨୦୧୮ ନଭେମ୍ବର ୧୫ରୁ ଏହି ପ୍ରକଳ୍ପକୁ ସ୍ଥଗିତ ରଖିଛି ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)। ଫଳରେ ଦୀର୍ଘ ୪ ବର୍ଷ ହେଲା ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନ୍ଧାରରେ ଅଛନ୍ତି ରାଜ୍ୟବାସୀ। ଏଠାରେ ବ୍ୟାଘ୍ର ବଂଶ ବୃଦ୍ଧି ପରିକଳ୍ପନା ଆଗକୁ ବଢ଼ିବ ନା ଛିଡ଼ିବ, ତାହା ଜାଣିପାରୁନାହାନ୍ତି ଲୋକେ। ହେଲେ ସାତକୋଶିଆକୁ ନେଇ ଏବେ ସକାରାତ୍ମକ ସୂଚନା ମିଳିଛି। ଅତୀତର ବିଫଳତାରୁ ବୁଦ୍ଧି ଶିଖିଥିବା ବନ ବିଭାଗ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏବେ ଭିତ୍ତିଭୂମି ପ୍ରସ୍ତୁତି ଉପରେ ଜୋର୍‌ ଦେଉଛି। ଏନ୍‌ଟିସିଏ ଟିମ୍‌ ମଧ୍ୟ କ୍ଷେତ୍ର ପରିଦର୍ଶନ କରିସାରିଛି। ତେଣୁ ସମୟ ଲାଗିଲେ ବି ସ୍ଥଗିତ ପ୍ରକଳ୍ପ ପୁଣି କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର ହୋଇଛି।
ଜୈବ ବିବିଧତାରେ ପରିପୂର୍ଣ୍ଣ ଅନୁଗୋଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲାର ୭୯୫.୫୨ ବର୍ଗ କି.ମି. ଜଙ୍ଗଲାଞ୍ଚଳକୁ ୧୯୭୬ରେ ସାତକୋଶିଆ ଅଭୟାରଣ୍ୟର ମାନ୍ୟତା ଦିଆଯାଇଥିଲା। ୨୦୦୨ରେ ଏହାକୁ ହସ୍ତୀ ପ୍ରକଳ୍ପ ଓ ୨୦୦୭ରେ ବ୍ୟାଘ୍ର ପ୍ରକଳ୍ପରେ ପରିଣତ କରାଯାଇଥିଲା। ପରେ ଏହାର ପରିସୀମାକୁ ଆହୁରି ବୃଦ୍ଧି କରାଯାଇଛି। ତେବେ ୨୦୧୪ ଗଣନାରେ ଏଠାରେ ମାତ୍ର ୨ଟି ବାଘ ଥିବା ଜଣାପଡ଼ିବା ପରେ ୨୦୧୬ରୁ ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ପରିକଳ୍ପନା ଆରମ୍ଭ ହୋଇଥିଲା। ସେହିବର୍ଷ ବାହାର ରାଜ୍ୟରୁ ବାଘ ଆଣିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ୨୦୧୮ ଜୁନ୍‌ ୨୧ରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣ୍ଡିରା ମହାବଳ ମହାବୀର ଓ ସେହିମାସ ୨୮ ତାରିଖରେ ବାନ୍ଧବଗଡ଼ରୁ ବାଘୁଣୀ ସୁନ୍ଦରୀକୁ ଅଣାଯିବା ପରେ ସାତକୋଶିଆରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିଲା। ଏପରି କି ଜୁଲାଇ ୬ରେ ମହାବୀର ଓ ଅଗଷ୍ଟ ୧୭ରେ ବାଘୁଣୀ ସୁନ୍ଦରୀକୁ ଅଭୟାରଣ୍ୟ ମଧ୍ୟକୁ ଛଡ଼ାଯାଇଥିଲା। ହେଲେ ବନ ବିଭାଗର ଉପଯୁକ୍ତ ପରିଚାଳନା ଅଭାବରୁ ବାଘୁଣୀ ସୁନ୍ଦରୀ ୨ ମଣିଷଙ୍କ ଜୀବନ ନେଲା। ଏହାକୁ ନେଇ ସାତକୋଶିଆରେ ଲଙ୍କାକାଣ୍ଡ ଘଟିଲା। ଫଳରେ ୨୦୧୮ ନଭେମ୍ବର ୬ରେ ବାଘୁଣୀକୁ ପୁଣି ଏନ୍‌କ୍ଲୋଜର ମଧ୍ୟକୁ ଫେରାଇ ଅଣାଗଲା। କିନ୍ତୁ ନଭେମ୍ବର ୧୪ରେ ମହାବଳ ମହାବୀରର ମୃତ୍ୟୁ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ସବୁଠାରୁ ବଡ଼ ଅଘଟଣ ଥିଲା। ସେବେଠାରୁ ଏହି ପ୍ରକଳ୍ପକୁ ଏନ୍‌ଟିସିଏ ପକ୍ଷରୁ ସ୍ଥଗିତ ରଖାଯାଇଥିବା ବେଳେ ୨୦୨୧ ମାର୍ଚ୍ଚ ୨୩ରେ ଏନ୍‌କ୍ଲୋଜରରେ ଥିବା ସୁନ୍ଦରୀକୁ ବାନ୍ଧବଗଡ଼ ଫେରାଇ ଦିଆଯାଇଛି। ତେବେ ସାମୟିକ ସମୟ ପାଇଁ ସ୍ଥଗିତ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ଏବେ ଭିତ୍ତିଭୂମି ସୁଦୃଢ଼ୀକରଣକୁ ଗୁରୁତ୍ୱ ଦିଆଯାଉଛି। ଆଣ୍ଟି ପୋଚିଂ ଷ୍ଟାଫ୍‌ ଏବଂ ଓ୍ବାଚରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ଓ୍ବେବ୍‌ ପାଟ୍ରୋଲିଂ ଭଳି ନୂଆ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି କାର୍ଯ୍ୟ କରୁଥିବା କର୍ମଚାରୀମାନେ ବୃତ୍ତାକାର ପରିଧି ମଧ୍ୟରେ ପାଟ୍ରୋଲିଂ କରିବେ। ଏପରି କି ଜଙ୍ଗଲୀ ଜନ୍ତୁଙ୍କ ଗତିବିଧି ପରଖିବା ସହ ଜଙ୍ଗଲରେ କେଉଁଠି ସମସ୍ୟା ହେଉଛି, ବୃକ୍ଷଲତା ସ୍ବାଭାବିକ ଭାବେ ବଢୁଛି କି ନାହିଁ, ଫୁଲ ଫଳ ଠିକ୍‌ ଭାବେ ହେଉଛି କି ନାହିଁ ତାହା ମଧ୍ୟ ତଦାରଖ କରିବେ। ଜଙ୍ଗଲ ମଧ୍ୟରେ କେଉଁମାନେ ଆତଯାତ କରୁଛନ୍ତି, ସେମାନଙ୍କ ଉପରେ କଡ଼ା ନଜର ରଖିବେ। ଶିକାରୀ ଯେପରି ପ୍ରବେଶ କରି ନ ପାରିବେ ସେ ନେଇ ସୁରକ୍ଷା ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବେ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ଆଞ୍ଚଳିକ ବନ ସଂରକ୍ଷକ ଅନୁଗୋଳ ତଥା କ୍ଷେତ୍ର ନିର୍ଦ୍ଦେଶକ ସାତକୋଶିଆ ବ୍ୟାଘ୍ର ସଂରକ୍ଷାଞ୍ଚଳ ଅଧିକାରୀ ଏମ୍‌. ଯୋଗଜୟାନନ୍ଦ କହିଛନ୍ତି, ପ୍ରକଳ୍ପର ଭିତ୍ତିଭୂମି ସଜଡ଼ାଯାଉଛି। ବାଘ ଆସିବାକୁ ୩ରୁ ୪ ବର୍ଷ ସମୟ ଲାଗିବ। ଏହି ସମୟ ମଧ୍ୟରେ ବନ ବିଭାଗ ଲୋକଙ୍କ ନିକଟତର ହେବା ସହ କୋର୍‌ ଜଙ୍ଗଲରେ ଥିବା ଗଁାଗୁଡ଼ିକୁ ବିସ୍ଥାପିତ କରାଯିବ। ଫଳରେ ବାଘଙ୍କ ମୁକ୍ତ ଚଳପ୍ରଚଳ ପାଇଁ ବୃହତ୍‌ ଅଞ୍ଚଳ ମିଳିପାରିବ। ଏଥିସହ ଜଙ୍ଗଲବାସୀ ମଧ୍ୟ ସୁରକ୍ଷିତ ରହିପାରିବେ। ଓ୍ବେବ୍‌ ପାଟ୍ରୋଲିଂ କିପରି ଚାଲିଛି ତାହାକୁ ରେକର୍ଡ କରି ରଖାଯାଉଛି। ତୃଣଭୋଜି ପ୍ରାଣୀଙ୍କ ସଂଖ୍ୟା ବଢାଇବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଛି।
ସାତକୋଶିଆ ଡିଏଫ୍‌ଓ ଡ. ସରୋଜ ପଣ୍ଡା କହିଛନ୍ତି, କୋର୍‌ ଅଞ୍ଚଳରୁ କଟରଙ୍ଗ ଗାଁ ବିସ୍ଥାପିତ ହୋଇଛି। ଟୁଲୁକା, ଗୋପାଳପୁର, ପୁରୁଣାକୋଟ, ଟିକରପଡା ଆଦି ଗ୍ରାମ ବିସ୍ଥାପିତ ପାଇଁ ଯୋଜନା କରାଯାଉଛି। ପୂର୍ବରୁ ଗ୍ରାମବାସୀ ଓ ବନ ବିଭାଗ ମଧ୍ୟରେ ଉତ୍ତମ ସମ୍ପର୍କ ରହୁ ନ ଥିଲା। ଫଳରେ ସମସ୍ୟା ଉପୁଜୁଥିଲା। ଏଥିରେ ସୁଧାର ଆଣିବାକୁ ରୀତିମତ ଲୋକଙ୍କ ସହ ଯୋଗାଯୋଗ କରାଯାଉଛି। ଗତ ସେପ୍ଟେମ୍ବର ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଏନ୍‌ଟିସିଏ ଟିମ୍‌ ସାତକୋଶିଆରେ ରହି କ୍ଷେତ୍ର ପରିଦର୍ଶନ କରିଛନ୍ତି। ଉନ୍ନତୀକରଣ ଚାଲିଥିବା ଭିତ୍ତିଭୂମି ଦେଖି ଉକ୍ତ ଟିମ୍‌ ସନ୍ତୋଷ ବ୍ୟକ୍ତ କରିଥିବା ଡିଏଫ୍‌ଓ ପଣ୍ଡା ପ୍ରକାଶ କରିଛନ୍ତି।

ଅମିତ କୁମାର ସାମଲ


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri