ଆମ ଜିଲା ଖବର

କଲେଜ ଆଡମିଶନ୍‌ ନାଁରେ ୨ ଲକ୍ଷ ୩୯ ହଜାର ଠକେଇ; ଝାଡ଼ଖଣ୍ଡ ମହିଳାଙ୍କୁ ବାନ୍ଧିଲା ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ,୨୯।୧୦(ଡି.ଏନ୍‌.ଏ.): କମ୍‌ ଟଙ୍କାରେ ବ୍ରହ୍ମପୁରର ଏକ ଇଞ୍ଜିନିୟରିଂ କଲେଜରେ ଆଡମିଶନ ଲୋଭ ଦେଖାଇ ଠକି ନେଇଥିଲେ ୨ ଲକ୍ଷ ୩୯ ହଜାର ଟଙ୍କା। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲା ବିର୍ଶା…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୯ା୧୦(ସ୍ବ.): ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ଶନିବାର ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଜଣେ ଅପରାଧୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧକ ୧ବର୍ଷ ଜେଲଦଣ୍ଡ ହୋଇଛି। ମିଳିଥିବା…

୩୧ରେ ଅନଶନ କରିବେ ଟ୍ରକ୍‌ ମାଲିକ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନରେ ବିଳମ୍ବ ନେଇ ଟ୍ରକ ମାଲିକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ସଂଘରେ ହୋଇ ଆସୁଥିବା ଅନ୍ୟାୟ, ଅନୀତି ଓ ଦୁର୍ନୀତିକୁ ବିରୋଧ କରି କେତେକ ଟ୍ରକ ମାଲିକ ଅଭିଯୋଗ କରି ଆସୁଥିଲେ।…

ଚକଡ଼ା ରୋଗ ପୋକ ଯୋଗୁ ସର୍ବସ୍ବାନ୍ତ ହେଲେଣି ଚାଷୀ: କ୍ଷତିପୂରଣ ପାଇଁ ତହସିଲଦାର-କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

କୋକସରା,୨୯।୧୦(ଡି.ଏନ୍‌.ଏ.): ଆଉ କିଛି ଦିନ ପରେ ଧାନ ଅମଳ କ୍ଷମ ହୋଇଥାନ୍ତା । ହେଲେ ଚାଷୀଙ୍କ ପିଛା ଛାଡୁନାହିଁ ଦୁର୍ଦ୍ଦଶା। ଧାନ ଅମଳ କ୍ଷମ ବେଳକୁ ଚାଷୀଙ୍କୁ ସର୍ବସ୍ବାନ୍ତ କରିଛି ଚକଡ଼ା ରୋଗ ପୋକ। ରାତିକ ମଧ୍ୟରେ ଆଖି ପିଛୁଳାକେ ଚରି…

ପଞ୍ଚାୟତ ବୈଠକରେ ଓ୍ବାର୍ଡ ସଭ୍ୟଙ୍କୁ ଆକ୍ରମଣ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବୁରୁପୋଡ଼ା ପଞ୍ଚାୟତରେ ଶନିବାର ଅନୁଷ୍ଠିତ ପଞ୍ଚାୟତ ବୈଠକ ବେଳେ ଏକ ରାସ୍ତା କାମକୁ ନେଇ ଜଣେ ବ୍ୟକ୍ତି ଓ୍ବାର୍ଡ ସଭ୍ୟଙ୍କୁ ମୁଥ ମାରି ମୁହଁ ଫଟାଇ ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ,…

ଜାତୀୟ ଅନୁସୂଚିତ ଜାତି କମିଶନର ତଥ୍ୟ ସଂଗ୍ରହକାରୀ କମିଟିଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୨୯ା୧୦(ସ୍ବ.ପ୍ର.): ଜାତୀୟ ଅନୁସୂଚିତ ଜାତି କମିଶନର ୪ ଜଣିଆ ଏକ ତଥ୍ୟ ସଂଗ୍ରହକାରୀ ଦଳ କେନ୍ଦୁଝର ଗସ୍ତରେ ଆସି ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହ ଖଣିର ପାରିପାର୍ଶ୍ୱିକ ଅଞ୍ଚଳ ଗସ୍ତ କରି ଶ୍ରମିକ ତଥା ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଆଦିବାସୀ ଲୋକଙ୍କ…

ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ହିଞ୍ଜିଳିକାଟୁ,୨୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ଆଙ୍କୋରଡ଼ା ଓ ହିଞ୍ଜିଳି ରାଜସ୍ବ ଗ୍ରାମରେ ଗତ କିଛି ଦିନ ଧରି ବାର୍‌ହା ଉପଦ୍ରବ ଯୋଗୁଁ ବହୁ ଚାଷୀ ଙ୍କ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବାର୍‌ହା ପଲ ଧାନ ଫସଲ ସହ…

୩ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୨୯ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ୩ଟି ବେଆଇନ ଭାବେ ଚାଲିଥିବା କ୍ଲିନିକ୍‌କୁ ଶନିବାର ସିଲ୍‌ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଗାଇନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ୍‌ ଏବଂ ସାଇ ଡେଣ୍ଟାଲ କ୍ଲିନିକ୍‌କୁ…

ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରି ଦାରିଙ୍ଗବାଡ଼ି ବ୍ଲକ ସମ୍ମାନିତ

ଦିଗପହଣ୍ଡି,୨୯ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ଅଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ଭଲ ପ୍ରଦର୍ଶନ କରିଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ପୁରସ୍କୃତ କରାଯିବା ସହ ସମ୍ମାନ ଜଣକ ପ୍ରମାନପତ୍ର ମିଳିଛି। ଏହି ମାନପତ୍ରକୁ ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର…

ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ: ୪ ଗିରଫ

ବ୍ରହ୍ମପୁର ଅଫିସ,୨୯ା୧୦: ଅବକାରୀ ଗୁଇନ୍ଦା ଟିମ୍‌ ଶନିବାର ଅପରାହ୍ନ ୩ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଲିପଢ଼ା ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଛି। ଚାଲାଣକାରୀ ସମେତ ୪ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଗଜପତି…

ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଫାଟ

ପୁରୀ ଅଫିସ,୨୯।୧୦: ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ସୃଷ୍ଟି ହୋଇଛି ଫାଟ। ଏଠାରେ ଥିବା ୪ଟିରୁ ୩ଟି କଲମରେ ଫାଟ ଥିବା ନେଇ ଶ୍ରୀମନ୍ଦିର ବୈଶୟିକ କୋର କମିଟି ପକ୍ଷରୁ କୁହାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ନାଟମଣ୍ଡପରେ ଜଗମୋହନରେ ପୂର୍ବରୁ ଫାଟ ସୃଷ୍ଟି ହୋଇଥିଲା।…

ଗୋଚର ଜମି ଜବରଦଖଲ, ପ୍ରତିବାଦରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ନିଶ୍ଚିନ୍ତକୋଇଲି,୨୯ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତରେ ଗୋଚର ଜମିକୁ ଜବରଦଖଲ କରାଯାଇଛି। ଏଠାରେ ଚାଲିଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଶନିବାର ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ଧାରଣା ଦିଆଯାଇଛି। ଓରତି ପଞ୍ଚାୟତର ୩ଟି ରାଜସ୍ବ ଗ୍ରାମର ଗ୍ରାମବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?