କଲେଜ ଆଡମିଶନ୍‌ ନାଁରେ ୨ ଲକ୍ଷ ୩୯ ହଜାର ଠକେଇ; ଝାଡ଼ଖଣ୍ଡ ମହିଳାଙ୍କୁ ବାନ୍ଧିଲା ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ,୨୯।୧୦(ଡି.ଏନ୍‌.ଏ.): କମ୍‌ ଟଙ୍କାରେ ବ୍ରହ୍ମପୁରର ଏକ ଇଞ୍ଜିନିୟରିଂ କଲେଜରେ ଆଡମିଶନ ଲୋଭ ଦେଖାଇ ଠକି ନେଇଥିଲେ ୨ ଲକ୍ଷ ୩୯ ହଜାର ଟଙ୍କା। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲା ବିର୍ଶା ନଗର ଅଞ୍ଚଳର ମୌସୁମୀ ସାଗର। ମହିଳାଙ୍କଠାରୁ ଏକ ମୋବାଇଲ, ଆଧାର କାର୍ଡ଼ ଓ ଠକେଇ ଅର୍ଥ ଟ୍ରାନ୍ସଫର ହୋଇଥିବା ବ୍ୟାଙ୍କ ପାସ୍‌ବୁକକୁ ପୋଲିସ ଜବତ କରିଛି। ତାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରି ଶନିବାର ପୋଲିସ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ହିଞ୍ଜିଳିକାଟୁୁ ପୌରାଞ୍ଚଳ ବଇଁଚବଣିଆ ଚୈତନ୍ୟ ମାର୍ଗ ବାସିନ୍ଦା ବସନ୍ତ ପୋଲାଇଙ୍କ ପୁଅ ପଦ୍ମ ଲୋଚନ ପୋଲାଇ ଯୁକ୍ତ-୨ ପାସ୍‌ ହେବା ପରେ ବ୍ରହ୍ମପୁର କଲେଜରେ ବିଟେକ୍‌ କମ୍ପ୍ୟୁଟର ଇଂଜିନିୟରିଂ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ସମୟରେ ମୋବାଇଲରେ ହ୍ବାଟ୍ସଅପ ଦ୍ୱାରା ଲଞ୍ଚପାଡ଼ କ୍ୟାରିୟର କନ୍ସଲଟାନ୍ସି ରାଉଲକେଲା ଦ୍ୱାରା ପ୍ରକାଶିତ ହେବା ଭଳି ଏକ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୋଇଥିଲେ। ବିଜ୍ଞାପନରେ ପ୍ରଦାନ ହୋଇଥିବା ଫୋନରେ ସେ ଯୋଗାଯୋଗ କରିଥିଲେ। ଏକ ମହିଳା ନିଜକୁ ଉକ୍ତ କନସାଲଟାନ୍ସିର କର୍ମଚାରୀ ମୌସୁମୀ ଭାବେ ପରିଚୟ ଦେଇ ବ୍ରହ୍ମପୁର ନିଷ୍ଟ କଲେଜରେ ପଦ୍ମ ଲୋଚନଙ୍କୁ ପଛୁଆ ବର୍ଗ ସଂରକ୍ଷଣ କୋଟାରେ କମ ଡୋନେସନରେ ସିଟ୍‌ କରାଇଦେବାକୁ କହିଥିଲେ। ମହିଳାଙ୍କ କହିବା ପ୍ରକାରେ ବସନ୍ତ ଗତ ଅଗଷ୍ଟ ମାସରେ ଝାଡ଼ଖଣ୍ଡ ସ୍ଥିତ ବିସ୍ତୁପୁର ଏସ୍‌ବିଆଇ ଶାଖାର ଏକ ଏକାଉଣ୍ଟକୁ ନିଜ ଆକାଉଣ୍ଟରୁ ୮ କିସ୍ତିରେ ୨,୩୯,୬୫୨ଟଙ୍କା ଟ୍ରାନ୍ସଫର କରିଥିଲେ। ଟଙ୍କା ଟ୍ରାନ୍ସଫର ପରେ ବସନ୍ତ ଓ ତାଙ୍କ ପୁଅ ପଦ୍ମ ଲୋଚନ ନିଷ୍ଟ କଲେଜରେ ଆଡ଼ମିଶନ ନେଇ ବାରମ୍ବାର ଉକ୍ତ ମହିଳାଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ମହିଳାଜଣଙ୍କ ଏଥିରେ ବିଳମ୍ବ କରିଥିଲେ। କଲେଜର ଆଡ଼ମିଶନ ତାରିଖ ଅତିକ୍ରାନ୍ତ ପରେ ଉକ୍ତ ମହିଳା ଜଣକ ବସନ୍ତଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଥିବା ଟଙ୍କା ଫେରାଇ ନ ଥିଲେ। ଏଥିନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲାର ତଦନ୍ତ କରି ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri