କଲେଜ ଆଡମିଶନ୍‌ ନାଁରେ ୨ ଲକ୍ଷ ୩୯ ହଜାର ଠକେଇ; ଝାଡ଼ଖଣ୍ଡ ମହିଳାଙ୍କୁ ବାନ୍ଧିଲା ହିଞ୍ଜିଳି ପୋଲିସ

ହିଞ୍ଜିଳିକାଟୁ,୨୯।୧୦(ଡି.ଏନ୍‌.ଏ.): କମ୍‌ ଟଙ୍କାରେ ବ୍ରହ୍ମପୁରର ଏକ ଇଞ୍ଜିନିୟରିଂ କଲେଜରେ ଆଡମିଶନ ଲୋଭ ଦେଖାଇ ଠକି ନେଇଥିଲେ ୨ ଲକ୍ଷ ୩୯ ହଜାର ଟଙ୍କା। ଶେଷରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ପୋଲିସ। ସେ ହେଲେ ଝାଡ଼ଖଣ୍ଡ ପୂର୍ବ ସିଂହଭୂମି ଜିଲା ବିର୍ଶା ନଗର ଅଞ୍ଚଳର ମୌସୁମୀ ସାଗର। ମହିଳାଙ୍କଠାରୁ ଏକ ମୋବାଇଲ, ଆଧାର କାର୍ଡ଼ ଓ ଠକେଇ ଅର୍ଥ ଟ୍ରାନ୍ସଫର ହୋଇଥିବା ବ୍ୟାଙ୍କ ପାସ୍‌ବୁକକୁ ପୋଲିସ ଜବତ କରିଛି। ତାଙ୍କୁ ଝାଡ଼ଖଣ୍ଡରୁ ଗିରଫ କରି ଶନିବାର ପୋଲିସ କୋର୍ଟ ଚାଲାଣ କରିଛି।

ପ୍ରକାଶ ଯେ, ହିଞ୍ଜିଳିକାଟୁୁ ପୌରାଞ୍ଚଳ ବଇଁଚବଣିଆ ଚୈତନ୍ୟ ମାର୍ଗ ବାସିନ୍ଦା ବସନ୍ତ ପୋଲାଇଙ୍କ ପୁଅ ପଦ୍ମ ଲୋଚନ ପୋଲାଇ ଯୁକ୍ତ-୨ ପାସ୍‌ ହେବା ପରେ ବ୍ରହ୍ମପୁର କଲେଜରେ ବିଟେକ୍‌ କମ୍ପ୍ୟୁଟର ଇଂଜିନିୟରିଂ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏହି ସମୟରେ ମୋବାଇଲରେ ହ୍ବାଟ୍ସଅପ ଦ୍ୱାରା ଲଞ୍ଚପାଡ଼ କ୍ୟାରିୟର କନ୍ସଲଟାନ୍ସି ରାଉଲକେଲା ଦ୍ୱାରା ପ୍ରକାଶିତ ହେବା ଭଳି ଏକ ବିଜ୍ଞାପନ ଦ୍ୱାରା ପ୍ରଭାବିତ ହୋଇଥିଲେ। ବିଜ୍ଞାପନରେ ପ୍ରଦାନ ହୋଇଥିବା ଫୋନରେ ସେ ଯୋଗାଯୋଗ କରିଥିଲେ। ଏକ ମହିଳା ନିଜକୁ ଉକ୍ତ କନସାଲଟାନ୍ସିର କର୍ମଚାରୀ ମୌସୁମୀ ଭାବେ ପରିଚୟ ଦେଇ ବ୍ରହ୍ମପୁର ନିଷ୍ଟ କଲେଜରେ ପଦ୍ମ ଲୋଚନଙ୍କୁ ପଛୁଆ ବର୍ଗ ସଂରକ୍ଷଣ କୋଟାରେ କମ ଡୋନେସନରେ ସିଟ୍‌ କରାଇଦେବାକୁ କହିଥିଲେ। ମହିଳାଙ୍କ କହିବା ପ୍ରକାରେ ବସନ୍ତ ଗତ ଅଗଷ୍ଟ ମାସରେ ଝାଡ଼ଖଣ୍ଡ ସ୍ଥିତ ବିସ୍ତୁପୁର ଏସ୍‌ବିଆଇ ଶାଖାର ଏକ ଏକାଉଣ୍ଟକୁ ନିଜ ଆକାଉଣ୍ଟରୁ ୮ କିସ୍ତିରେ ୨,୩୯,୬୫୨ଟଙ୍କା ଟ୍ରାନ୍ସଫର କରିଥିଲେ। ଟଙ୍କା ଟ୍ରାନ୍ସଫର ପରେ ବସନ୍ତ ଓ ତାଙ୍କ ପୁଅ ପଦ୍ମ ଲୋଚନ ନିଷ୍ଟ କଲେଜରେ ଆଡ଼ମିଶନ ନେଇ ବାରମ୍ବାର ଉକ୍ତ ମହିଳାଙ୍କୁ ଯୋଗଯୋଗ କରିଥିଲେ ମଧ୍ୟ ମହିଳାଜଣଙ୍କ ଏଥିରେ ବିଳମ୍ବ କରିଥିଲେ। କଲେଜର ଆଡ଼ମିଶନ ତାରିଖ ଅତିକ୍ରାନ୍ତ ପରେ ଉକ୍ତ ମହିଳା ଜଣକ ବସନ୍ତଙ୍କ ଦ୍ୱାରା ଟ୍ରାନ୍ସଫର କରାଯାଇଥିବା ଟଙ୍କା ଫେରାଇ ନ ଥିଲେ। ଏଥିନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲାର ତଦନ୍ତ କରି ମହିଳାଙ୍କୁ ଗିରଫ କରିବାରେ ସଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ୍‌ଆରୋହୀଙ୍କୁ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଜୀବନ, କ୍ଷତିପୂରଣ ଦାବି କରି…

ହେମଗିର,୧୨ା୧୦(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ ଡୁରୁବଗା ବାଇପାସ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ…

ମହାକାଳପଡ଼ାରେ ବିଜେଡି-ଭାଜପା ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ପୋଲିସ ପହଞ୍ଚି…

ମହାକାଳପଡ଼ା,୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାସ୍ଥିତ ପ୍ରମୁଖ ଶିକ୍ଷାନୁଷ୍ଠାନ ବାୟାବାବା କଲେଜରେ ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ରକରି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ସୋମବାର ମଧ୍ୟାହ୍ନରେ କଲେଜ…

ଯୁବପିଢ଼ିଙ୍କୁ ସଶକ୍ତ କରିବ ପ୍ରଯୁକ୍ତିବିଦ୍ୟା: ରାଜ୍ୟପାଳ

ଅତାବିରା,୧୨।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖଇରପାଲି କୋଶଲ ସ୍କୁଲକୁ ରବିବାର ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପତି ଗସ୍ତ କରିଥିଲେ। ଏହି ଅବସରରେ…

ବିଲକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ଆଜି ମିଳିଲା ମୃତଦେହ, ହତ୍ୟା ଅଭିଯୋଗ ଆଣି…

ପାଟଣାଗଡ଼,୧୨ା୧୦(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୋଏଲପିଟା ଗାଁର ଜାମଜୋର ନଦୀ ପାର୍ଶ୍ୱରୁ ସୋମବାର ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତ…

ବାୟାବାବା କଲେଜ ନିର୍ବାଚନ: ବିସିଜେଡି-ଏବିଭିପି କଡ଼ା ଟକ୍କର, ଭୋଟ୍‌ ହାତେଇବାକୁ ଆପଣାଉଛନ୍ତି ଏହି…

ମହାକାଳପଡ଼ା, ୧୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ଛାତ୍ର ସଂସଦ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ସଦର ମହକୁମାସ୍ଥିତ ବାୟା ବାବା କଲେଜ କ୍ୟାମ୍ପସ ଚଳଚଞ୍ଚଳ ହୋଇଛି। ସଂସଦ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଘସିପୁରାରେ ମହିଳାଙ୍କୁ ହତ୍ୟା ଉଦ୍ୟମ : ବାପା-ପୁଅ ଗିରଫ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୨ା୧୦(ଶୁଭକାନ୍ତ ନାୟକ/ଶ୍ରୀଧର ମହାରଣା/ନିରାକାର ପରିଡା): କେନ୍ଦୁଝର ଜିଲା ଘସିପୁରା ଅଞ୍ଚଳର ଜଣେ ମହିଳାଙ୍କୁ କିଛି ଲୋକ ମିଳିମିଶି ଅଟକାଇବା, ଅଶ୍ଳୀଳ ଭାଷାରେ ଗାଳି ଦେବା ସହିତ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?