Advertisement

୩ କ୍ଲିନିକ୍‌ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୨୯ା୧୦(ସ୍ବ.ପ୍ର.): ବୌଦ୍ଧ ଜିଲା ପ୍ରଶାସନ ପକ୍ଷରୁ ଶନିବାର ସହରର ୩ଟି ବେଆଇନ ଭାବେ ଚାଲିଥିବା କ୍ଲିନିକ୍‌କୁ ଶନିବାର ସିଲ୍‌ କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ମୁତାବକ ସହରର ନଟରାଜ ଗାଇନୋଷ୍ଟିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ୍‌ ଏବଂ ସାଇ ଡେଣ୍ଟାଲ କ୍ଲିନିକ୍‌କୁ ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଉକ୍ତ କ୍ଲିନିକ୍‌ଗୁଡ଼ିକ ସରକାରଙ୍କ ନିୟମ ଅନୁଯାୟୀ ଚଳାଉ ନ ଥିବାରୁ ସିଲ କରାଯାଇଥିବା ଜଣାପଡ଼ିଛି। ଚଢ଼ାଉ ସମୟରେ ଉପଜିଲାପାଳ ସତନ କୁମାର ନାଏକ, ଡା .ବିଜୟ କୁମାର ଦାସ ଓ ଜିଲା ଡ୍ରଗ୍ସ ଇନ୍ସପେକ୍ଟର ସନ୍ତୋଷ କୁମାର ପ୍ରଧାନ ସାମିଲ ଥିଲେ। ଏନେଇ ଜିଲା ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁଯାୟୀ ସ୍ଥାପନ କରାଯାଇ ନ ଥିବାରୁ ସିଲ୍‌ କରାଯାଇଛି। ଉକ୍ତ କ୍ଲିନିକ୍‌ଗୁଡ଼ିକ ପ୍ରାୟ ୧ବର୍ଷ ହେବ ସହରରେ ଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ କିପରି ପ୍ରଶାସନ ଜାଣିପାରିଲାନାହିଁ। ଏନେଇ ପ୍ରଶାସନର ଚଢ଼ାଉ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଦିନ ତଳେ ରେଡ୍‌କ୍ରସ୍‌ ପାଣ୍ଠି ବୃଦ୍ଧିକୁ ନେଇ ଜିଲା ପ୍ରଶାସନ ଓ ଔଷଧ ଦୋକାନୀଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦକୁ ନେଇ ଏପରି ଚଢ଼ାଉ କରାଯାଇଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଠ ଚୋରାଚାଲାଣ ବେଳେ ରେଞ୍ଜରଙ୍କୁ ଆକ୍ରମଣ: ଜାଳିଦେଲେ ବନ ବିଭାଗ ଗାଡ଼ି

ବଇଣ୍ଡା,୨୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନ ଇଚ୍ଛାପୁର ଗ୍ରାମରେ ସୋମବାର ରାତିରେ ଚୋରାକାଠ ଧରପଗଡ଼ ବେଳେ ବନ କର୍ମଚାରୀଙ୍କ ଉପରେ ଆକ୍ରମଣ...

ପିଲାଖେଳରୁ ଗଣ୍ଡଗୋଳ: ଆକ୍ରମଣରେ ଶିଶୁକନ୍ୟାର ଜୀବନ ଗଲା

ସମ୍ବଲପୁର,୯ା୧: ସମ୍ବଲପୁର ଜିଲା ବୁର୍ଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପିଲାଖେଳକୁ ନେଇ ଗଣ୍ଡଗୋଳ ଘଟିବାରୁ ଏଥିରେ ୬ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି।...

ବିବାହିତ ମହିଳାଙ୍କ ଆତ୍ମହତ୍ୟା

ବାରଙ୍ଗ, ୧୯।୧୦(ଡି.ଏନ୍‌.ଏ.): ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗ୍ରାମର ଜଣେ ବିବାହିତ ମହିଳା ଶୁକ୍ରବାର ରାତିରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବାଙ୍କୀ...

ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ପୁରୁଣା ଭୁବନେଶ୍ୱର,୯ା୪(ଡି.ଏନ୍‌.ଏ.): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଶନିବାର ଅନୁଷ୍ଠିତ ହେବ। ରଥଖଳାରେ ରଥ ଓ ପଥ ପ୍ରସ୍ତୁତ। ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସବୁ...

ରାଷ୍ଟ୍ରପତି ପଦବୀ ପାଇଁ ଦ୍ରୌପଦୀଙ୍କ ନାମ ଘୋଷଣା ପରେ ନାଚିଲେ ଆଦିବାସୀ

ମହାକାଳପଡ଼ା,୨୩ା୬ (ଡି.ଏନ୍‌.ଏ.): ଓଡ଼ିଶାର ଝିଅ ତଥା ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଏନ୍‌ଡିଏ ସରକାର ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା...

ଗଞ୍ଜେଇ ମାଫିଆ ଗିରଫ, ୩ଲକ୍ଷ ୩୦ ହଜାର ଜବତ

ଜୟପୁର, ୧୪।୧୧ (ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ସଦର ଥାନା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗଞ୍ଜେଇ ମାଫିଆ ଇମ୍ରାନ ଖାଁ ଓରଫ ରାଜା(୨୪)ଙ୍କୁ ବୋରିଗୁମ୍ମା...

ପୁରୀରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧

ପୁରୀ ଅଫିସ, ୧୯।୬: ପୁରୀ ଜିଲାରୁ ଶୁକ୍ରବାର ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କୁ ମିଶାଇ ଜିଲାର ମୋଟ ପଜିଟିଭ...

୬ ରାଇସ୍‌ ମିଲ୍‌କୁ ବନ୍ଦ ଚେତାବନୀ

ଯାଜପୁର ଅଫିସ,୧୫ା୩:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟର ୬ ରାଇସ୍‌ ମିଲ୍‌ ଓ ଗୋଟିଏ ତେଲ ମିଲ୍‌୍‌କୁ ବନ୍ଦ କରି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

Advertisement
Archives

Model This Week