ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ: ୪ ଗିରଫ

ବ୍ରହ୍ମପୁର ଅଫିସ,୨୯ା୧୦: ଅବକାରୀ ଗୁଇନ୍ଦା ଟିମ୍‌ ଶନିବାର ଅପରାହ୍ନ ୩ଟା ସମୟରେ ସଦର ଥାନା ଅନ୍ତର୍ଗତ ବାଲିପଢ଼ା ଛକରୁ ଏକ ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ କରିଛି। ଚାଲାଣକାରୀ ସମେତ ୪ଜଣଙ୍କୁ ଅବକାରୀ ପୋଲିସ ଗିରଫ କରିଛି।
ଅଭିଯୁକ୍ତମାନେ ହେଲେ ଗଜପତି ଜିଲା ମୋହନା ଥାନା ଦନ୍ତାରିନାଳ ଗ୍ରାମର ଦାଶରଥି ଗମାଙ୍ଗୋ(୪୨), ଏରୋଷ ଶବର (୨୨), ଜୟଦେବ ଜାନୀ (୨୧) ଓ ସାମୁଏଲ ଶବର(୩୪)।

ପ୍ରକାଶ ଯେ, ଗଜପତିରୁ ଗଞ୍ଜେଇ ବ୍ରହ୍ମପୁର ଦେଇ ଭୁବନେଶ୍ୱର ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ନେଇ ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଅଶୋକ କୁମାର ଶତପଥୀ ଶୁକ୍ରବାର ଖବର ପାଇଥିଲେ। ଏହାକୁ ଆଧାର କରି ତାଙ୍କ ନେତୃତ୍ୱରେ ଗୋଟିଏ ଟିମ୍‌ ଶୁକ୍ରବାର ମଧ୍ୟରାତିରେ ବାଲିପଢ଼ା ଛକରେ ଲୁଚି ରହିଥିଲା। ଶନିବାର ଅପରାହ୍ନରେ ଏକ ଧଳା ରଙ୍ଗର ବୋଲେରୋ ଗାଡ଼ି ନମ୍ବର ଓଡି ୦୭ ଭି-୬୦୮୦ ବାଲିପଢ଼ା ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଅବକାରୀ ଟିମ୍‌ ଉକ୍ତ ଗାଡ଼ି ଅଟକାଇ ଯାଞ୍ଚ କରିଥିଲା। ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୧୦୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେମାନେ ଏହି ଗଞ୍ଜେଇ ଗଜପତିରୁ ଆଣି ବ୍ରହ୍ମପୁର ଦେଇ ଭୁବନେଶ୍ୱର ଯାଇଥାନ୍ତେ ଏବଂ ସେଠାରୁ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ ବୋଲି ଜେରା ବେଳେ ଅବକାରୀ ଟିମ୍‌ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ଓ ବୋଲେରୋ ଗାଡ଼ିର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଅବକାରୀ ଡେପୁଟି ସୁପରିନ୍‌ଟେଣ୍ଡେଣ୍ଟ କୁବେର ସେଠୀ, ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ଏଏସ୍‌ଆଇ ବ୍ରଜ ବିହାରୀ ନାୟକ, ଅନ୍ତର୍ଯ୍ୟାମୀ ସାହୁ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ହଟ୍‌ସ୍ପଟ୍‌ ତାଲିକା: ରେଡ୍‌ ଜୋନ୍‌ରେ ଭଦ୍ରକ

ଭଦ୍ରକ ଅଫିସ,୧।୫: କରୋନା ହଟ୍‌ସ୍ପଟ୍‌ ଜୋନରେ ଓଡ଼ିଶାର ୩ଟି ଜିଲା ରହିଛି। ସେଗୁଡ଼ିକ ହେଉଛି ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ସେହିପରି ଅରେଞ୍ଜ ଜୋନରେ ରାଜ୍ୟର...

ବେଆଇନ ବାଲି ଖାଦାନରେ ଚଢ଼ାଉ: ୨୧ ଟ୍ରାକ୍ଟର ଜବତ

ଭଣ୍ଡାରିପୋଖରୀ, ୨୫ା୬(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବୈତରଣୀ ନଦୀର ବନ୍ଦାଲୋ ମଢିଆଳିଠାରୁ ଷୋଳମପୁର ପଞ୍ଚାୟତର ଦାଣ୍ଡକୁଳ ପର୍ଯ୍ୟନ୍ତ ବିଭିନ୍ନ ଘାଟରୁ ଶହ ଶହ ଟ୍ରିପ...

କଣ୍ଟାବାଞ୍ଜିରେ ସ୍ଥିତି ଅନୁଧ୍ୟାନ କଲେ ବଲାଙ୍ଗୀର ଏସ୍‌ପି

କଣ୍ଟାବାଞ୍ଜି, ୨୦।୪(ଡି.ଏନ.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ଲକ୍‌ ଡାଉନ ରଖା ଯାଇଛି। ହେଲେ ଏହା ଠିକ୍‌ ଠାକ୍‌ ଭାବେ ପାଳନ ହେଉଛି...

ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ

ବାଲିଗୁଡା,୧୫ା୧୨(ଡି.ଏନ୍‌.ଏ.)-ବାଲିଗୁଡା ପାତ୍ରସାହି ନିକଟରେ ଚଳିତ ମାସ ୧୦ ତାରିଖରେ ବାଟାଗୁଡାର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କୁ...

ଚାଷୀଙ୍କୁ ମିଳିନି ଫସଲ ବୀମା ରାଶି, ଘେରିଲେ ସମବାୟ ସମିତି କାର୍ଯ୍ୟାଳୟ

ସିଂହପୁର,୨୧ା୯(ଅନଙ୍ଗ ଉଦୟ ବେଉରା): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଜରି କୃଷିସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଶହଶହ ଚାଷୀ ଦୀର୍ଘ ୩...

କଲଭର୍ଟ ନିର୍ମାଣରେ ବିଳମ୍ବ

ଗଞ୍ଜାମ,୬ା୬(ଡି.ଏନ.ଏ.)- ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନଂ ୪ ରାଉଳ ସାହି ମୁଖ୍ୟ ରାସ୍ତା କଲଭର୍ଟ ନିର୍ମାଣ କାର୍ଯ୍ୟ ବିଳମ୍ବ ଯୋଗୁ ଅସନ୍ତୋଷ ଦେଖାଦେଇଛି। ଉକ୍ତ...

ଦେଶ ବିକାଶରେ ଆଦିବାସୀଙ୍କ ପ୍ରମୁଖ ଭୂମିକା ରହିଛି: ମନ୍ତ୍ରୀ

କାଳିଆପାଣି,୧୦।୮(ଡି.ଏନ.ଏ.):  ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ଟାଟା ଷ୍ଟିଲ ମାଇନିଂର ଟାଟାଷ୍ଟିଲ୍‌ ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କୁ ନେଇ ମଙ୍ଗଳବାର ବିଶ୍ୱ ଆଦିବାସୀ...

ସ୍କୁଲ ଅନୁଦାନ ଟଙ୍କା ଖାଇଗଲେ ପ୍ରଧାନ ଶିକ୍ଷକ

କୋକସରା,୧୭।୦୯(ଡି.ଏନ.ଏ):କଳାହାଣ୍ଡି ଜିଲା କୋକସରା ବ୍ଲକ ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ୨୦୧୯ରେ ୭୦ ହଜାର ଟଙ୍କା ଅନୁଦାନ ଆସିଥିଲା। ଅନୁଦାନରୁ ସ୍କୁଲର...

Advertisement
Archives

Model This Week